ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ଇଶାନ କିଶାନଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ୨୦ ବଲରେ ସେ ୫୩ ରନ୍ର ସଂଗ୍ରହ କରି ବିଶ୍ବକପ୍ ପୂର୍ବରୁ ନିଜର ସାନନ୍ଦାର ଫର୍ମ ପ୍ରମାଣିତ କରିଛନ୍ତି । ଏହି ମ୍ୟାଚ୍ରେ ସଞ୍ଜୁ ସାମସନଙ୍କ ସ୍ଥାନରେ ଇନିଂସ୍ ଓପନିଂ କରିଥିବା ଇଶାନ କିଶାନ ଚୟନକର୍ତ୍ତାଙ୍କ ସମ୍ମୁଖରେ ନିଜର ପକ୍ଷ ଦୃଢ଼ ଭାବରେ ଉପସ୍ଥାପନ କରିଛନ୍ତି। ବାମହାତୀ ୱିକେଟକିପର-ବ୍ୟାଟସମ୍ୟାନ୍ ମାତ୍ର ୨୦ ବଲ୍ରେ ୫୩ ରନ୍ର ଏକ ଶକ୍ତିଶାଳୀ ଇନିଂସ ଖେଳିଥିଲେ, ଯେଉଁଥିରେ କେବଳ ଦୁଇଟି ଚୌକା ଏବଂ ସାତଟି ବଡ଼ ଛକା ମାରିଥିଲେ। ସମ୍ପ୍ରତି, କିଶାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ଇଶାନ ଟି20 ବିଶ୍ୱକପ୍ ପୂର୍ବରୁ ଉତ୍କୃଷ୍ଟ ଫର୍ମରେ ଅଛନ୍ତି ।