ଏନଡିଏର ୧୪ ପ୍ରସ୍ତାବକୁ ମଞ୍ଜୁରୀ
ନୂଆନିଲ୍ଲୀ: ବହୁ ଚର୍ଚ୍ଚିତ ଓ୍ବାକଫ୍ ବିଲ୍-୨୦୨୪କୁ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ସୋମବାର ଅନୁମୋଦନ କରିଛି। ବିଜେପି ନେତ୍ୟତ୍ବାଧୀନ ଏନଡିଏ ଦ୍ବାରା ପ୍ରସ୍ତାବିତ ସମସ୍ତ ସଂଶୋଧନ ଉପରେ ବିଚାର କରି ଜେପିସି ତାହାକୁ ମଧ୍ୟ ମଞ୍ଜୁରୀ ଦେଇଛି। ଉଲ୍ଲେଖ ଯେ ଓ୍ବାକଫ ସମ୍ପତ୍ତି ପରିଚାଳନା ଓ ନିୟନ୍ତ୍ରଣରେ ଆସୁଥିବା ସମସ୍ୟା ଓ ଆହ୍ବାନର ସମାଧାନ ତଥା ମୁକାବିଲା ନିମନ୍ତେ ଓ୍ବାକଫ ଆଇନ ୧୯୯୫ରେ ସଂଶୋଧନ ନିମେନ୍ତ ଏହି ବିଲ୍ ଉଦ୍ଦିଷ୍ଟ। ୨୦୨୪ ଅଗଷ୍ଟରେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଲୋକସଭାରେ ଏହି ବିଲ୍କୁ ଆଗତ କରିଥିଲେ। ଯାହାପରେ ଅଧିକ ଅନୁଧ୍ୟନ ନିମନ୍ତେ ଏହି ବିଲ୍କୁ ଜେପିସିକୁ ପଠାଇ ଦିଆଯାଇଥିଲା। କିନ୍ତୁ ଆଇନର ଧାରା ୪୪ରେ ସଂଶୋଧନକୁ ବିପକ୍ଷ ବିରୋଧ କରିଥିଲା। ମାତ୍ର କମିଟି ସମସ୍ତ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ବିପକ୍ଷର ସମସ୍ତ ପ୍ରସ୍ତବ ପାରିତ ହୋଇଥିବା ବେଳେ ଏହା ସପକ୍ଷରେ କମିଟିର ୧୬ ଜଣ ଭୋଟିଂ କରିଥିଲେ। ଏବଂ ବିପକ୍ଷର ୧୦ ସଦସ୍ୟ ଏହାକୁ ବିରୋଧ କରିଥିଲେ। ତେବେ ଜେପିସିର ରିପୋର୍ଟକୁ ଆଗାମୀ ୨୮ରେ ଜାରି କରାଯିବ। ପର ଦିନ ୨୯ ତାରିଖରେ ଏହାକୁ ଔପଚାରିକ ଭାବେ ଅପଡେଟ କରାଯିବ।
ସାମ୍ବାଦିକତା ଏକ ବୃତ୍ତି କିମ୍ବା ବାଣିଜ୍ୟ ନୁହେଁ, ଏହା ଏକ ଧର୍ମଯୁଦ୍ଧ। ସାମ୍ବାଦିକତାରେ ୨୦ ବର୍ଷର ଅଭିଜ୍ଞତା ସମ୍ବଳିତ ଏକ ସୁଦୀର୍ଘ ସାହସିକ ଯାତ୍ରା ପରେ ଅନେକ ଗୁରୁଦାୟିତ୍ବ ନିର୍ବାହ କରିପାରିବାର ଦକ୍ଷତା ଧରି ଆଗେଇ ଚାଲିଛି। ସାମ୍ବାଦିକତା ଜୀବନରେ ଦୈନିକ ଖବର କାଗଜ ସକାଳ, ପ୍ରଗତିବାଦୀ, ଧରିତ୍ରୀ ଓ ସମାଜରେ ନିଜ ପରାକାଷ୍ଠାକୁ ସୋପାନ ପରେ ସୋପାନ ସ୍ବୀକାର୍ଯ୍ୟ କରିପାରିଛି। ପରେ ବୈଦ୍ୟୁତିକ ଗଣମାଧ୍ୟମ ନନ୍ଦିଘୋଷ ଟିଭିରେ ବର୍ଷ ବର୍ଷର ସୁଯୋଗ ଭିତରେ ସମାଜର ସମସ୍ତ କ୍ଷେତ୍ର, ସବୁ ବର୍ଗର ଖବରକୁ ‘ସ୍ପେଶାଲ ରିପୋର୍ଟ’ ଭାବେ ପ୍ରସ୍ତୁତ କରି ଦର୍ଶକଙ୍କ ହୃଦୟ ଛୁଇଁବା ଭିତରେ ସାମ୍ବାଦିକତାରେ ଦ୍ବୈତ ଅଭିଜ୍ଞତାର ଅଧିକାରିଣୀ ହୋଇପାରିଛି। ଏବେ ଓଡ଼ିଆ ସାମ୍ବାଦିକତାର ଆକାଶରେ ନବୋଦିତ ସୂର୍ଯ୍ୟ ‘ସର୍କାର’ରେ ଦାୟିତ୍ବସମ୍ପନ୍ନ ସାମ୍ବାଦିକା ଭାବେ କାର୍ଯ୍ୟରତ।