ଜମ୍ମୁ : କିସ୍ତୱାର ପ୍ରାକୃତିକ ବିପର୍ଯ୍ୟୟରେ ୬୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦୦ ଜଣ ଆହତ ହୋଇଛନ୍ତି। କିସ୍ତୱାରରେ ପ୍ରାକୃତିକ ବିପର୍ଯ୍ୟୟ ପରେ ପ୍ରଧାନମନ୍ତ୍ରୀ ମୋଦି ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ପରିସ୍ଥିତିର ସମୀକ୍ଷା କରିଥିଲେ ଏବଂ ସମସ୍ତ ପ୍ରକାରର ସାହାଯ୍ୟର ପ୍ରତିଶ୍ରୁତି ଦେଇଥିଲେ। ଗତକାଲି 12:30ରେ କିସ୍ତୱାରରେ ବଦଲ ଫଟା ବର୍ଷା ପରେ ବନ୍ୟା ଆସି ଭୟଙ୍କର ପ୍ରଳୟ ସୃଷ୍ଟି କରିଥିଲା। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି ଯେ, ମୁଁ ଏହି ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ସମସ୍ତ ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ମୁଁ କିସ୍ତୱାରର ଲୋକମାନଙ୍କୁ ଆଶ୍ୱସ୍ତି ଦେବାକୁ ଚାହୁଁଛି ଯେ ସରକାର ଯଥାସମ୍ଭବ ପ୍ରୟାସ କରୁଛି।
ପ୍ରତ୍ୟେକ ଦିନ ପରି, ଗୁରୁବାର ଦିନ କିସ୍ତୱାରରେ ଏକ ଶାନ୍ତିପୂର୍ଣ୍ଣ ସକାଳ ଥିଲା। କିନ୍ତୁ, କେହି ଜାଣି ନଥିଲେ ଯେ ଦିନଟି ବିତିବା ସହିତ ଏହା ସେମାନଙ୍କ ପାଇଁ ବିନାଶ ଆଣିବ। ଦିନ 12:30 ରେ ଚାଶୋଟି ଅଞ୍ଚଳରେ ହଠାତ୍ଜୋ ରରେ ଶବ୍ଦ ସହିତ ବଦଲ ଫଟା ବର୍ଷା ହେଲା। ଶବ୍ଦ ଶୁଣି ସମସ୍ତେ ଭୟଭୀତ ହୋଇଗଲେ ଏବଂ ସେମାନେ ଦୌଡ଼ି ପଳାଇବା କିମ୍ବା ନିଜକୁ ବଞ୍ଚାଇବା ପାଇଁ କରିଥିଲେ ।କିଛି ସମୟ ମଧ୍ୟରେ ପାହାଡ଼ ଉପରୁ ବନ୍ୟା ପାଣି ମାଡି ଆସି ଅନେକ ଲୋକ ସେଥିରେ ଫସିଯାଇଥିଲେ। ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଯାହା ଯନ୍ତ୍ରଣାଦାୟକ। ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇଗଲେ, ଅନେକ ଗୁରୁତର ଆହତ ହେଲେ। ଏହା ପରେ, ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ସମସ୍ତଙ୍କୁ ଡାକ୍ତରଖାନା ନିଆଯାଇଥିଲା।