ବକ୍ସ ଅଫିସରେ ଝଡ଼ ଆଣିଛି ମାଦ୍ରାସୀ ଫିଲ୍ମ ‘ଦିଲ୍ ମାଦ୍ରାସୀ’ । ପ୍ରଥମ ଦିନରେ ହିଁ ଟାଇଗରଶ୍ରଫଙ୍କ ବାଘୀ ୪କୁ ଚଟାଇଛି ଧୂଳି । ଅଧିକ ପ୍ରମୋସନ୍ ବିନା ହିଁ ରୁପେଲି ପରଦାରେରାଜ କରୁଛି ଶିବକାର୍ତ୍ତିକେୟନଙ୍କ ଏହି ଫିଲ୍ମ । ଅବାକ କରିଛି ଫିଲ୍ମଟିର ପ୍ରଥମଦିନର କଲେକ୍ସନ୍ । ଏପର୍ଯ୍ୟନ୍ତ ହିନ୍ଦୀରେ ରିଲିଜ୍ ହୋଇ ନଥିଲେ ସିନେ ପ୍ରେମୀଙ୍କ ମଧ୍ୟରେ ସୃଷ୍ଟି କରିଛି ଅସମ୍ଭବ କ୍ରେଜ । ବଲିଉଡ ଫିଲ୍ମ ବାଘୀ ୪କୁ ପଛରେ ଛାଡି ଦେଇଛି ଦକ୍ଷିଣ ଭାରତୀୟ ଫିଲ୍ମ ‘ଦିଲ ମାଦ୍ରାସୀ’ ।
ନମସ୍କାର, ଆପଣମାନେ ଦେଖୁଛନ୍ତି ଓଡ଼ିଶା ଡେଜ୍ । ଆଜି ଆମେ ଆପଣଙ୍କୁ ଦେଖାଇବୁ ଏକ ବଲିଉଡ ଫିଲ୍ମ ଉପରେ କିଭଳି ଭାରି ପଡୁଛି ଗୋଟିଏ ଆଞ୍ଚଳିକ ଭାଷାର ଚଳଚ୍ଚିତ୍ର ।
ଦିଲ୍ ମାଦ୍ରାସୀ ଫିଲ୍ମରେ ଦକ୍ଷିଣ ଭାରତର ଏମିତି ଅନେକ ଷ୍ଟାର ଅଛନ୍ତି ଯାହାଙ୍କ ଫିଲ୍ମ ଭଲ ବ୍ୟବସାୟ କରୁଛି। ସେମାନଙ୍କ ମଧ୍ୟରୁ ଗୋଟିଏ ନାମ ହେଉଛି ଶିବକାର୍ତ୍ତିକେୟନ। ଇଞ୍ଜିନିୟରିଂ ଓ ଏମବିଏ ଡିଗ୍ରୀ ହାସଲ ପରେ ଟେଲିଭିଜନରେ ମିମିକ୍ରି ଆର୍ଟିଷ୍ଟ ଓ ଉପସ୍ଥାପକରୁ କ୍ୟାରିଅର ଆରମ୍ଭ କରିଥିବା ଶିବକାର୍ତ୍ତିକେୟନ ଏ ଭିତରେ ଅନେକ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ହୃଦୟରେ ଘର କରିଛନ୍ତି । ସମ୍ଭବତଃ ରିଲିଜ ଡେଟ ଫିକ୍ସ କରିବା ବେଳେ ବାଘୀ ୪ର ନିର୍ମାତା ନିର୍ଦ୍ଦେଶକ ଭାବି ନଥିବେ ଯେ ଏକ ମାଦ୍ରାସୀ ଫିଲ୍ମ ତାଙ୍କ ପ୍ରୋଜକ୍ଟକୁ ବକ୍ସ ଅଫିସରେ ଧୂଳି ଚଟାଇ ଦେବ । ମାତ୍ର ସେଇଆ ହିଁ ହୋଇଛି । ପ୍ରଥମ ଦିନରେ ହିଁ ଦିଲ୍ ମାଦ୍ରାସୀର କଲେକସନ ସଭିଙ୍କୁ ଚକିତ କରିଛି । ପ୍ରଥମ ଦିନରେ ୧୩ କୋଟି ଟଙ୍କା ସଂଗ୍ରହ କରିଛି, ପ୍ରାୟ ୨୦୦ କୋଟି ଟଙ୍କା ବଜେଟରେ ଏହି ଫିଲ୍ମ ନିର୍ମିତ । ଯେବେକି ଟାଇଗର ସ୍ରଫ, ସଞ୍ଜୟ ଦତ୍ତଙ୍କ ଭଳି ସୁପରଷ୍ଟାରଙ୍କ ଫିଲ୍ମ ବାଘୀ ୪ ପ୍ରଥମ ଦିନରେ ପୂରା ଭାରତରେ ୧୨ କୋଟି ଟଙ୍କା ସଂଗ୍ରହ କରିଛି । ଯଦିଓ ଏହି କଲେକ୍ସନକୁ କମ୍ କୁହାଯାଇପାରିବ ନାହିଁ। ତଥାପି ଆମିର ଖାନଙ୍କ ଫିଲ୍ମ ଗଜନୀର ନିର୍ଦ୍ଦେଶକ ଏ ଆର ମୁରୁଗାଦୋସଙ୍କ ଦ୍ୱାରା ନିର୍ଦ୍ଦେଶିତ ଦିଲ୍ ମାଦ୍ରାସୀ ସହଜରେ ଟାଇଗର ଶ୍ରଫଙ୍କ ପ୍ରଥମ ଦିନର ବକ୍ସ ଅଫିସ୍ କଲେକ୍ସନକୁ ପଛରେ ପକାଇ ଦେଇଛି। ଫିଲ୍ମଟିରେ ସଙ୍ଗୀତ ଅନିରୁଦ୍ଧ ରବିଚନ୍ଦ୍ର ଦେଇଛନ୍ତି।