ମହାନଦୀ ଟ୍ରିବ୍ୟୁନାଲ୍ରେ ମହାନଦୀ ଜଳ ବିବାଦର ଶୁଣାଣିରେ ଓଡ଼ିଶା ପାଇଁ ପକ୍ଷ ରଖିଛନ୍ତି AG ପୀତାମ୍ବର ଆଚାର୍ଯ୍ୟ । ଟ୍ରିବ୍ୟୁନାଲ୍ରେ ପକ୍ଷ ରଖିବା ପରେ AG ପୀତାମ୍ବର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋସ ବୁଝାମଣା ଚାଲିଥିବା ଜଣାଇଲୁ । ଅକ୍ଟୋବର ୧୧ ସୁଦ୍ଧା ବୁଝାମଣାର ଅଗ୍ରଗତି ଜଣାଇବାକୁ ଟ୍ରିବ୍ୟୁନାଲ୍ କହିଛନ୍ତି । କାଲି ଦୁଇ ରାଜ୍ୟର ସର୍ବୋଚ୍ଚ ଯନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ସମାଧାନ ପାଇଁ ଆଲୋଚନା ଜାରି ରହିଛି । ବିଗତ ୭ ବର୍ଷରେ ପୂର୍ବ ସରକାର ସମାଧାନ ନେଇ କିଛି କରି ନାହାନ୍ତି । ସରକାର ବଦଳିବା ପରେ ଆପୋସ ବୁଝାମଣା ପାଇଁ ଚେଷ୍ଟା ଚାଲିଛି । କୌଣସି ଜଳ ବିବାଦର ସମାଧାନ ଟ୍ରିବ୍ୟୁନାଲ୍ରେ ହୋଇ ନାହିଁ । ଯଦି ବିବାଦ ସମାଧାନ ନହୁଏ ପ୍ରକଳ୍ପ ପାଇଁ CWCଙ୍କ ସ୍ବୀକୃତି ମିଳିବ ନାହିଁ ।