ପ୍ରସିଦ୍ଧ କୈଳାଶ ମାନସରୋବର ଯାତ୍ରା ପୁଣିଥରେ ଆରମ୍ଭ ହେବ । ଦ୍ବିପାକ୍ଷିକ ସମ୍ବନ୍ଧରେ ସୁଧାର ଉଦ୍ଦେଶ୍ୟରେ ଏହି ଧାର୍ମିକ ଯାତ୍ରାକୁ ପୁନଃ ଆରମ୍ଭ କରିବାକୁ ଭାରତ ଓ ଚୀନ୍ ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି। ଗଲଓ୍ବାନ ସଂଘର୍ଷ ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା କାରଣରୁ ଏହି ଯାତ୍ରାକୁ ବନ୍ଦ କରିଦିଆଯାଇଥିଲା। ଏବେ ଯାତ୍ରା ପାଇଁ ସିଧାସଳଖ ଫ୍ଲାଇଟ ବ୍ୟବସ୍ଥା ଲାଗି ଉଭୟ ନୂଆଦିଲ୍ଲୀ ଓ ବେଜିଂ ନିକଟରେ ଅନୁଷ୍ଠିତ ବଅଦେଶିକ ସଚିବ ସ୍ତରୀୟ ବୈଠକରେ ସହମତି ପ୍ରକାଶ କରିଛନ୍ତି। ଏହି ବୈଠକରେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ର ଏବଂ ଚୀନ ପ୍ରତିପକ୍ଷ ଓ୍ବାଙ୍ଗ ୟି ସାମିଲ ଥିଲେ। ବୈଠକରେ ହୋଇଥିବା ନିଷ୍ପତ୍ତି କ୍ରମେ ୨୦୨୫ ଗ୍ରୀଷ୍ମ ଋତୁରେ ଏହି ଯାତ୍ରା ପୁନଃ ଆରମ୍ଭ ହେବ।