Iran targets desalination plants, creating a severe water crisis in the Middle East.
ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଜ୍ବାଳା ଭିତରେ ପାଣି ପାଇଁ ହାହାକାର ସୃଷ୍ଟି ହୋଇଛି। ଇରାନ ‘Water Bomb’ ରଣନୀତି ଆପଣାଇ Desalination Plantsକୁ ଟାର୍ଗେଟ କରିଛି, ଯାହା ମଧ୍ୟପ୍ରାଚ୍ୟର ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପାଣି ଯୋଗାଣ ପ୍ରଣାଳୀକୁ ଧ୍ବଂସ କରିପାରେ । ମଧ୍ୟପ୍ରାଚ୍ୟରେ ଭୟଙ୍କର ଜଳ ଅଭାବ ସୃଷ୍ଟି କରିପାରେ। ପୂରା ଖବର ଏଠାରେ ପଢ଼ନ୍ତୁ।
ଟାର୍ଗେଟରେ Desalination Plants
Desalination Plants କାହିଁକି ଗୁରୁତ୍ୱପୂର୍ଣ୍ଣ?
ଇତିହାସ ଓ ଓ୍ବାଟର ବମ୍ ରଣନୀତି
ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଜ୍ବାଳା ଭିତରେ ପାଣିପାଇଁ ହାହାକାର । ସଦ୍ଦାମ ହୁସେନ ଷ୍ଟ୍ରାଟେଜୀରେ ମାଡ଼ ହେଉଛି ଓ୍ବାଟର ବମ୍ । ଧ୍ବଂସ କରାଯାଉଛି ପାଣି desalination-plants ! ଭୟଙ୍କର ରୂପ ନେଉଛି ଇରାନର ପ୍ରତିଶୋଧ ।
ଛୋଟିଆ ଦେଶଟିଏ ହେଲେ ମଧ୍ୟ ଆମେରିକା ଓ ଇସ୍ରାଏଲକୁ ନାକରେ ପାଣି ପିଆଉଛି ଇରାନ । ନିଜ ଉପରେ ହମଲାର ପ୍ରତିଶୋଧ ନେବାକୁ ହାତଛଡା କରୁନାହିଁ କୌଣସି ଗୋଟିଏ ବି ଷ୍ଟ୍ରାଟେଜୀ । ରକ୍ତମୁଖା ଇରାନ ଆପଣାଇଛି ଯେସାକୁ ତେସା ନୀତି ।
ତୈଳ ରପ୍ତାନୀ ବାଟ Strait of Hormuzsକୁ ହଠାତ ବନ୍ଦ କରିବା ପରେ ଏବେ ମଧ୍ୟପ୍ରାଚ୍ୟବାସୀଙ୍କୁ ଶୋଷରେ ମାରିବାକୁ ଉଠାଇଛି ଭୟଙ୍କର ପଦକ୍ଷେପ । ଇରାନୀ ମିସାଇଲଗୁଡିକର ନିଶାଣରେ ଏବେ ମଧ୍ୟପ୍ରାଚ୍ୟର desalination-plants ବା ପାଣି ବିଶୋଧନ କାରଖାନା । ସମୁଦ୍ର ପାଣିକୁ ପିଇବା ପାଣିରେ ପରିଣତ କରୁଥିବା ଏହି Desalination Plants ଧ୍ବଂସ ହେଲେ ପାଣି ବିନା ଡହଳ ବିକଳ ହୋଇ ମରିବେ ମଧ୍ୟପ୍ରାଚ୍ୟର କୋଟିକୋଟି ଲୋକ ।
କାହିଁକି Desalination Plants ଏତେ ଗୁରୁତ୍ୱପୂର୍ଣ୍ଣ?
ମଧ୍ୟ ପ୍ରାଚ୍ୟର ଅଧିକାଂଶ ଦେଶ ମରୁଭୂମି ଅଞ୍ଚଳରେ ଥିବାରୁ ସେଠାରେ ପ୍ରାକୃତିକ ମଧୁର ଜଳର ଅଭାବ ରହିଛି। ଏହି କାରଣରୁ ସମୁଦ୍ର ପାଣିକୁ ବିଶୋଧନ କରି ପାନୀୟ ଜଳ ପ୍ରସ୍ତୁତ କରାଯାଏ, ଯାହାକୁ Desalination କୁହାଯାଏ।
ଆନୁମାନିକ ଭାବେ ମଧ୍ୟ ପ୍ରାଚ୍ୟରେ ଶତାଧିକ Desalination Plants ଅଛି ଏବଂ ବିଶ୍ୱର ପ୍ରାୟ ୪୦% Desalinated Water ଏହି ଅଞ୍ଚଳରେ ଉତ୍ପାଦନ ହୁଏ।
ସାଉଦି ଆରବ, କୁୱେତ୍, ବାହାରିନ୍, ଓମାନ୍ ଓ ୟୁଏଇ ପରି ଦେଶମାନେ ନିଜର ପିଇବା ପାଣି ପାଇଁ ଏହି ପ୍ଲାଣ୍ଟ ଉପରେ ଅଧିକ ନିର୍ଭର କରନ୍ତି।
ଯେସାକୁ ତେସା ନୀତିରେ ଇରାନ
ଆମେରିକା-ଇସ୍ରାଏଲର ପ୍ରତ୍ୟେକ ପ୍ରହାର ପରେ ହରକତରେ ଆସୁଛି ଇରାନ ସେନା । ଦୃଢ ଜବାବରେ ବାହାରିନର ଗୋଟିଏ Desalination Plantsକୁ ଧ୍ବଂସ କରିଛି ଇରାନ୍ର ଡ୍ରୋନ୍ । ଆମେରିକାକୁ କଡ଼ା ଚେତାବନୀ ପରେ ୨ ମାର୍ଚ୍ଚ, ୨୦୨୬ରେ ଦୁବାଇର ଜେବେଲ ଅଲି ବନ୍ଦର ନିକଟସ୍ଥ ଏହି ପ୍ଲାଣ୍ଟ ଉପରେ ଇରାନ ହମଲା କରିଥିଲା । ପ୍ରଥମ ଥର ପାଇଁ ମଧ୍ୟ ପ୍ରାଚ୍ୟରେ କୌଣସି ପାଣି ଢାଞ୍ଚାକୁ ସିଧାସଳଖ ଟାର୍ଗେଟ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ବାହାରିନ୍ ସରକାର ।
କିନ୍ତୁ ଯଦି ଇରାନର ଯୁକ୍ତିକୁ ବିଶ୍ବାସ କରିବା ତେବେ ଓ୍ବାର ଜୋନରେ ଓ୍ବାଟର ବମ୍ ବ୍ୟବହାର ପ୍ରଥମେ ଇରାନ ପକ୍ଷରୁ କରାଯାଇନାହିଁ । ବରଂ ଏହା ପୂର୍ବରୁ ଆମେରିକା ସଦ୍ଦାମ ହୁସେନଙ୍କ ଓ୍ବାଟର ବମ୍ ଷ୍ଟ୍ରାଟେଜୀ ବ୍ୟବହାର କରି ଇରାନର ଗୋଟିଏ ପାଣି ପ୍ଲାଣ୍ଟ ଉପରେ ଆକ୍ରମଣ କରିଥିବା ତେହେରାନ ଦାବି କରିଛି । ଆମେରିକାର ଏହି ଓ୍ବାଟର ବମ୍ ପ୍ରହାର ପରେ ଇରାନର ୩୦ଟି ଗାଁରେ ଏବେ ପାଣି ପାଇଁ ହାହାକାର ସୃଷ୍ଟି ହୋଇଛି । ଏହି ଘଟଣାର ପ୍ରତିଶୋଧର ପରିଣତି ବାହାରିନ ଭୋଗୁଛି ବୋଲି ଇରାନ କହିଛି ।
ପାଣି ବନ୍ଦ ହେଲେ କଣ ହେବ?
ବିଶେଷଜ୍ଞମାନେ ସତର୍କ କରିଛନ୍ତି ଯେ ଯଦି ଏହି ପ୍ଲାଣ୍ଟଗୁଡ଼ିକ ଉପରେ ବଡ଼ ଆକ୍ରମଣ ହୁଏ, ତେବେ ଅନେକ ସହରରେ କେବଳ କିଛି ଦିନ ମଧ୍ୟରେ ପିଇବା ପାଣି ଶେଷ ହୋଇପାରେ। କାରଣ ମଧ୍ୟ ପ୍ରାଚ୍ୟର ଅନେକ ସହରର ପାଣି ଯୋଗାଣ ପୂରାପୂରି ଏହି ପ୍ଲାଣ୍ଟ ଉପରେ ନିର୍ଭର କରେ। ଯେପରି ଉପସାଗରୀୟ ରାଷ୍ଟ୍ରଗୁଡ଼ିକରୁ ମିଳୁଥିବା ତେଲ ସମଗ୍ର ବିଶ୍ୱ ପାଇଁ ଏକ ସମ୍ବେଦନଶୀଳ ବିନ୍ଦୁ, ସେହିପରି ପାନୀୟ ଜଳ ମଧ୍ୟ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ପାଇଁ ଏକ ସମ୍ବେଦନଶୀଳ ପଏଣ୍ଟ। ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଇରାନ ଏବେ ଏହି ସମ୍ବେଦନଶୀଳ ପଏଣ୍ଟକୁ ଟାର୍ଗେଟ କରୁଛି।
ଓ୍ବାଟର ବମ୍ର ଡାର୍ଟି ଖେଳ
କୁଏତ ବିରୋଧରେ ଓ୍ବାଟର ବମ୍ର ଡାର୍ଟି ଖେଳ ଖେଳିଥିଲେ ଇରାକର ପୂର୍ବତନ ରାଷ୍ଟ୍ରପତି ସଦ୍ଦାମ ହୁସେନ ।1990-91 ରେ ଉପସାଗର ଯୁଦ୍ଧ ସାରି କୁଏତରୁ ଫେରିବା ବେଳେ ଇରାକୀ ସୈନ୍ୟମାନେ ସେଠାକାର ଜଳ ବିଶୋଧନାଗାରଗୁଡ଼ିକୁ ନଷ୍ଟ କରିଦେଇଥିଲେ। ଏଥିସହ ନିକଟବରେ ଥିବା ତୈଳ କ୍ଷେତ୍ରଗୁଡ଼ିକର ଧାରାକୁ ପାରସ୍ୟ ଉପସାଗରକୁ ମୋଡି ଦେଇଥିଲେ । ଲକ୍ଷ୍ୟଥିଲା ଯେ ବିଶୋଧନାଗାର ଗୁଡିକ ଠିକ୍ ହେବା ପରେ ମଧ୍ୟ ଯେମିତି ପାନୀୟଜଳ ପ୍ରସ୍ତୁତ କରାଯାଇ ନ ପାରେ । ପରିସ୍ଥିତି ଏକେ ଜଟିଳ ହୋଇପଡିଥିଲା ଯେ ଆମେରିକାକୁ କୁଏତର ତୈଳ କୂପଗୁଡିକ ନିକଟରେ ବୋମା ମାଡ଼ କରିବାକୁ ପଡିଥିଲା । ଯାହାଦ୍ବାରା ତେଲ ଜଳିଯିବାରୁ ତାହା ବୋହିଯାଇ ସମୁଦ୍ରରେ ମିଶିବାର ବିପଦ ଟଳିପାରିଥିଲା ।
‘War Crime’ ବା ଯୁଦ୍ଧ ଅପରାଧ?
ଏବେ ଯଦି ଏହି ୫୬ଟି ପ୍ଲାଣ୍ଟ ଉପରେ ଆକ୍ରମଣ ଜାରି ରହେ, ତେବେ ମଧ୍ୟ-ପ୍ରାଚ୍ୟରେ ପାଣି ବିନା ଏକ ବଡ଼ ମାନବୀୟ ସଙ୍କଟ ଦେଖାଦେବ। ଇରାନ ହୁଏତ ଆମେରିକା ଉପରେ ସିଧାସଳଖ ଆକ୍ରମଣ କରିପାରିବ ନାହିଁ, କିନ୍ତୁ ଆମେରିକାର ସହଯୋଗୀ ଦେଶଗୁଡ଼ିକରେ ଜଳ ସଙ୍କଟ ସୃଷ୍ଟି କରି ସେ ନିଜର ଶକ୍ତି ପ୍ରଦର୍ଶନ କରୁଛି। ଓ୍ବାଟର ବମ୍ର ବ୍ୟବହାରକୁ ‘War Crime’ ବା ଯୁଦ୍ଧ ଅପରାଧ ଭାବେ ଗଣନା କରାଯିବା ଉଚିତ ନୁହେଁ କି? ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ ।