ଭୁବନେଶ୍ୱର : ଓଡିଶା ରାଜସ୍ୱ ଅମଲା ସଂଘକୁ ଆନ୍ଦୋଳନରୁ ଓହରିବାକୁ ବୁଧବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅପିଲ୍ କରିଛନ୍ତି । ଆନ୍ଦୋଳନରୁ ନଓହରିଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ବିନା ଅନୁମତିରେ ଛୁଟିରେ ରହିଲେ ଦରମା ବନ୍ଦ ହେବ । କ୍ୟାଡର ପୁନର୍ଗଠନ ରାଜସ୍ୱ ବିଭାଗ ଅଧୀନ ନୁହେଁ, ଜିଏ ବିଭାଗକୁ ଯାଇଛି, ଅପେକ୍ଷା ନକରି ଛୁଟିରେ ରହିଲେ ଗ୍ରହଣୀୟ ନୁହେଁ ବୋଲି ମନ୍ତ୍ରୀ ସ୍ପଷ୍ଟ କହିଛନ୍ତି । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଯାଇଛି, ଛୁଟି ବାତିଲ ହେବ, ମଞ୍ଜୁର ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।