PM ମୋଦୀ ଛାଡିବେ ପଦ? ମେ’ ପରେ ବଡ଼ ରାଜନୈତିକ ପରିବର୍ତ୍ତନ!
2026ରେ ଭାଙ୍ଗିଯିବ ମୋଦୀ ସରକାର!
ଜଣନ୍ତୁ PM Narendra Modiଙ୍କୁ ନେଇ Viral Prediction ର ସତ୍ୟ କଣ?
ଭାଙ୍ଗିଯିବ ମୋଦି ସରକାର! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ଣ୍ଣ କରିପାରିବେ ନାହିଁ ତାଙ୍କ ତୃତୀୟ କାର୍ଯ୍ୟକାଳ! ୨୦୨୬ ମେ’ ପରେ ଦେଶରେ ବଦଳିଯିବ ସରକାର! ନିଜ ପଦରୁ ଇସ୍ତଫା ଦେବେ ମୋଦୀ! ମୋଦୀଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ପଦରେ ବସିବେ ଜଣେ ନୂଆ ନେତା! ସୋସିଆଲ୍ ମିଡିଆରେ ମୋଦୀଙ୍କ ରାଜନୈତିକ କ୍ୟାରିଅରକୁ ନେଇ ଏ ଭଳି କିଛି ଭବିଷ୍ୟବାଣୀ କରାଯାଇଛି । ଜଣେ ନୁହେଁ, ଏକାଧିକ ଭବିଷ୍ୟବକ୍ତା ଏ ଭଳି କିଛି ଭବିଷ୍ୟବାଣୀ କରିଛନ୍ତି ।
ସକ୍ରିୟ ରାଜନୀତିରେ ରହିବା ଲାଗି ନିଜେ ଧାର୍ଯ୍ୟ କରିଥିବା ବୟସସୀମା ଅତିକ୍ରମ କରିସାରିଲେଣି ମୋଦୀ । ଏମିତିରେ ସେ ଖୁବ୍ଶୀଘ୍ର ଆବସର ନେବେ ବୋଲି ପୂର୍ବରୁ ଆଲୋଚନା ଜୋର ଧରିଥିଲା । ବାସ୍ତବରେ ମୋଦୀ ଅବସର ନେବେ ନା ଘଟିବ କିଛି ଭିନ୍ନ ଘଟଣା ? ମୋଦୀ କାହିଁକି ଇସ୍ତଫା ଦେବେ ତାହା ଯଦିଓ ତାହାକୁ ନେଇ ଜ୍ୟୋତିଷମାନେ ଯଦିଓ କିଛି ସ୍ପଷ୍ଟ କାରଣର ଭବିଷ୍ୟବାଣୀ କରିନାହାନ୍ତି, ତଥାପି ମୋଦୀ ତାଙ୍କ କାର୍ଯ୍ୟକାଳ ପୂରଣ କରିପାରିବେ ନାହିଁ ବୋଲି ସେମାନେ କହିଛନ୍ତି ।
ସେପଟେ ବିରୋଧୀ ମଧ୍ୟ ମୋଦୀଙ୍କୁ ନେଇ ନାନା ଟିପ୍ପଣୀ କରୁଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କଠାରୁ ଆରମ୍ଭ କରି ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ମଧ୍ୟ ମୋଦୀଙ୍କ କାର୍ଯ୍ୟକାଳ ପୂରଣ ହୋଇପାରିବ ନାହିଁ ବୋଲି ସମାଲୋଚନା କରୁଛନ୍ତି । ରାଜନୀତିରେ ଟିକାଟିପଣୀ ତ ବୁଝାପଡୁଛି । ମାତ୍ର ଏଠାରେ ବଡ଼ ପ୍ରଶ୍ନ ହେଉଛି ଏଭଳି ଭବିଷ୍ୟବାଣୀ ସତ ହେଉଛି ନା କେବଳ ଭ୍ୟୁ ଓ ଶସ୍ତା ପବ୍ଲିସିଟି ପାଇଁ ଭାଇରାଲ କରାଯାଉଛି ଏସବୁ ଭିଡିଓ ।
ମୋଦୀ ତାଙ୍କର ତୃତୀୟ କାର୍ଯ୍ୟକାଳ ପୂରଣ କରିପାରିବେ ନାହିଁ । ଏଭଳି ଭବିଷ୍ୟବାଣୀ ୨୦୧୩ରୁ ହିଁ କରିସାରିଥିବା ଦାବି କରନ୍ତି ଜ୍ୟୋତିଷ ଆଦିତ୍ୟ ପାଣ୍ଡେ ଓ ଅନ୍ୟ କେତେକ ଭବିଷ୍ୟ ବକ୍ତା । କିନ୍ତୁ ତମାମ ଜ୍ୟୋତିଷଙ୍କ ଏହି ଭବିଷ୍ୟବାଣୀକୁ ଖାରଜ କରିଛନ୍ତି ଡିକ୍ଟାକ୍ଟର ଆଷ୍ଟ୍ରୋଲୋଜର ବୋଲାଉଥିବା ସୁମିତ ଆଚାର୍ଯ୍ୟଜୀ ମହାରାଜ । ସେ କହିଛନ୍ତି, ମୋଦୀ ତାଙ୍କର ଏହି କାର୍ଯ୍ୟକାଳ ନିଶ୍ଚିତ ପୂରଣ କରିବେ ।
ଜଣେ ଅଣକଂଗ୍ରେସ ନେତା ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାରେ ରେକର୍ଡ୍ କରିଛନ୍ତି ପିଏମ ମୋଦୀ । ୨୦୧୪ ନିର୍ବାଚନରେ ସେ ପ୍ରଥମଥର ପିଏମ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ସେ ୨୦୦୧ ରୁ ୨୦୧୪ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ଭାବେ ନିଜ କାର୍ଯ୍ୟକାଳରେ ପିଏମ ଜନ ଧନ ଯୋଜନା ଭଳି ବହୁ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି ମୋଦୀ। ମାତ୍ର ଆର୍ଟିକିଲ ୩୬୦, ସିଏଏ, କୃଷି ଯୋଜନା, ଓ୍ବାକଫ ଆଇନ ଭଳି ବିଭିନ୍ନ ମୁଦ୍ଦାକୁ ନେଇ ସେ ଏବଂ ତାଙ୍କ ସରକାର ସବୁବେଳେ ବିରୋଧୀଙ୍କ ଟାର୍ଗେଟରେ ରହିଆସିଛି । ବିଶେଷକରି ୭୫ ବର୍ଷୀୟ ନେତା ରାଜନୀତିରୁ ଅବସର ନେବାର ପ୍ରାବଧାନ ମୋଦୀ ନିଜେ କରିଥିଲେ । ମାତ୍ର ତାଙ୍କୁ ଏ ଭିତରେ ୭୬ ବର୍ଷ ହୋଇସାରିଥିଲେ ମଧ୍ୟ ସେ ପିଏମ ପଦରେ ଥିବାରୁ ବିପକ୍ଷ ଖୁବ ସମାଲୋଚନା କରୁଛି । ଏମିତିରେ ଏହି ଭବିଷ୍ୟବକ୍ତାଙ୍କ ଭବିଷ୍ୟବାଣୀ କେତେ ସତ ହେବ ତାହା ଆଉ ଦିନ କେଇଟା ପରେ ସ୍ପଷ୍ଟ ହୋଇଯିବ ।