ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚାଷୀ ସମସ୍ୟା ନେଇ ଚିନ୍ତା ପ୍ରକଟ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି । ଏନେଇ ସୋସିଆଲ ମିଡିଆରେ ନବୀନ ସୂଚନା ଦେଇଛନ୍ତି ।
Xରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ମଣ୍ଡିରେ ଚାଷୀ ହଇରାଣ ହେବା ଏବଂ ଧାନ ସଂଗ୍ରହ ନେଇ ନିର୍ବାଚନୀ ପ୍ରତିଶ୍ରୁତି ପାଳନ ନ କରିବା ଓଡ଼ିଶା ବିଜେପି ସରକାରର ଚରମ ବିଫଳତା। ଚଳିତ ଖରିଫ ଧାନ ସଂଗ୍ରହ ସମୟରେ ଆମ ରାଜ୍ୟର ଅନ୍ନଦାତାମାନେ ବ୍ୟବସ୍ଥାଗତ ଶୋଷଣ, ପ୍ରଶାସନିକ ଉଦାସୀନତା ଓ ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ଜନିତ କଷଣର ସମ୍ମୁଖୀନ ହେଉଛନ୍ତି। ଏନେଇ ଦୁଃଖର ସହ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଛି।