ହେଲମେଟ୍ ନଥିଲେ ପେଟ୍ରୋଲପମ୍ପରେ ମିଳିବନି ତେଲ । ସଡକ ସୁରକ୍ଷାକୁ ନେଇ ଏଭଳି କଡ଼ା କଟକଣା ଲାଗୁ କରିଛନ୍ତି ଉତ୍ତର ପ୍ରଦେଶ ସରକାର । ୧ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସାରା ରାଜ୍ୟରେ ‘ନୋ ହେଲମେଟ୍, ନୋ ଫ୍ୟୁଲ’ ଅଭିଯାନ ଆରମ୍ଭ ହୋଇଛି । ଏହି ସମୟ ମଧ୍ୟରେ ବିନା ହେଲମେଟରେ ପେଟ୍ରୋଲପମ୍ପରେ ତେଲ ମିଳିବନି । ତେବେ ଏହା କୌଣସି ପ୍ରକାର ଦଣ୍ଡ ନୁହେଁ, ଏହା କେବଳ ଜନସାଧାରଣଙ୍କୁ ସଚେତନ କରିବାର ଏକ ଅଭିଯାନ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଡେପୁଟି ସିଏମ୍ ବୃଜେଶ ପାଠକ ସ୍ପଷ୍ଟ କରିଛନ୍ତି କି ସଡକ ଦୁର୍ଘଟଣା ହ୍ରାସ କରିବା ଏବଂ ହେଲମେଟ ପିନ୍ଧିବାକୁ ପ୍ରୋତ୍ସାହନ ଦେବା ଏହାର ଉଦ୍ଦେଶ୍ୟ ।
ଏହି ଅଭିଯାନ ସମ୍ପୂର୍ଣ୍ଣ ୟୁପିରେ ଜିଲାପାଳଙ୍କ ଦେଖାରଖାରେ ଚାଲୁଛି । ପେଟ୍ରୋଲପମ୍ପରେ ଫୁଡ୍ ଏଣ୍ଡ୍ ସିଭିଲ୍ ସପ୍ଲାଇ ଡିପାର୍ଟମେଣ୍ଟ ଏହା ଉପରେ ନଜର ରଖିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି କି କାହାକୁ ଦଣ୍ଡ ଦେବା ଏହି ଅଭିଯାନର ଉଦ୍ଦେଶ୍ୟ ନୁହେଁ, ବରଂ ଲୋକଙ୍କୁ ଗାଡି ଚାଳନା ପ୍ରତି ସଚେତନ କରିବା ଏହାର ଉଦ୍ଦେଶ୍ୟ । ସେହିପରି ଉପମୁଖ୍ୟମନ୍ତ୍ରୀ ବୃଜେଶ ପାଠକ ଲୋକ