PM Modi ଓ Jayalalithaଙ୍କ ସାକ୍ଷାତର ଫାଇଲ ଫଟୋ
‘ଆମ୍ମା’ଙ୍କ ଐତିହ୍ୟ ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତା ସଦା ସାଧାରଣ ଲୋକଙ୍କ ହିତକୁ ପ୍ରାଥମ୍ୟ ଦେଇଥିଲେ। ସେ ତାମିଲନାଡୁର ଉନ୍ନତି ପାଇଁ ନାନାପ୍ରକାର ଲୋକକଲ୍ୟାଣମୂଳକ ଯୋଜନା ଆରମ୍ଭ କରିଥିଲେ, ଯାହା ଆଜି ମଧ୍ୟ ରାଜ୍ୟର ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛି। ଏହା କହିଛନ୍ତି ଖୋଦ ପିଏମ ମୋଦୀ । ପ୍ରଧାନମନ୍ତ୍ରୀ Narendra Modi ତାଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ Mann Ki Baat ରେ ଜୟଲଲିତାଙ୍କୁ ସ୍ମରଣ କରିଥିଲେ। ସେ ଜୟଲଳିତାଙ୍କୁ ଲୋକମାନଙ୍କ କଲ୍ୟାଣ ପାଇଁ ସମର୍ପିତ ଏକ ଦୂରଦୃଷ୍ଟିସମ୍ପନ୍ନ ଓ ପରିପକ୍ୱ ନେତୃତ୍ୱ ଭାବେ ବର୍ଣ୍ଣନା କରିଥିଲେ।
ସେ କହିଥିଲେ, ଜୟଲଳିତାଙ୍କ ରାଜନୈତିକ ଜୀବନ ଅନେକ ସଂଘର୍ଷର ମାଧ୍ୟମରେ ଗଢ଼ିଉଠିଥିଲା, କିନ୍ତୁ ସେ ସଦା ଲୋକମାନଙ୍କ ଆଶା ଓ ଆକାଙ୍କ୍ଷାକୁ ସମ୍ମାନ କରିଥିଲେ।ଜୟଲଳିତାଙ୍କ ଶାସନକାଳରେ ଆରମ୍ଭ ହୋଇଥିବା ବହୁ ଯୋଜନା — ଯଥା ମହିଳା ସଶକ୍ତିକରଣ, ଦରିଦ୍ରମାନଙ୍କ ପାଇଁ ଖାଦ୍ୟ ସହାୟତା ଓ ସାମାଜିକ ସୁରକ୍ଷା — ତାଙ୍କୁ ଜନପ୍ରିୟ ନେତୃତ୍ୱ ଭାବେ ପରିଚିତ କରିଥିଲା।ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଜୟଲଳିତାଙ୍କର ନୀତି ଓ ଦୃଷ୍ଟିକୋଣ ଦେଶର ଅନ୍ୟାନ୍ୟ ରାଜ୍ୟ ପାଇଁ ମଧ୍ୟ ପ୍ରେରଣା ସୃଷ୍ଟି କରିଛି।ପ୍ରଧାନମନ୍ତ୍ରୀଙ୍କ ଏହି ବକ୍ତବ୍ୟ ପରେ ରାଜନୈତିକ ମହଳରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ତାମିଲନାଡୁର ବିଭିନ୍ନ ଦଳ ଓ ନେତାମାନେ ଏହାକୁ ସ୍ୱାଗତ କରିଛନ୍ତି ଏବଂ ଜୟଲଳିତାଙ୍କ ଅବଦାନକୁ ପୁନଃ ସ୍ମରଣ କରିଛନ୍ତି।ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସମାଜର ବିଭିନ୍ନ କ୍ଷେତ୍ରର ଅବଦାନକୁ ଉଜାଗର କରୁଛନ୍ତି। ଏହି ଅବସରରେ ଜୟଲଳିତାଙ୍କ ନାମ ଉଲ୍ଲେଖ କରି ସେ ଦେଶର ରାଜନୈତିକ ଐତିହ୍ୟକୁ ସ୍ମରଣ କରିଥିଲେ।
କିନ୍ତୁ ଏହି ପ୍ରଶଂସା କେବଳ ଏକ ସ୍ମୃତି ଉଲ୍ଲେଖ ନା ନିର୍ବାଚନୀ ରାଜନୀତିର ଏକ ସୁକୌଶଳୀ ପଦକ୍ଷେପ? ଏହାକୁ ନେଇ ରାଜ୍ୟର ରାଜନୈତିକ ମଞ୍ଚରେ ନୂତନ ବିତର୍କ ଆରମ୍ଭ ହୋଇଛି। ତାମିଲନାଡୁର ରାଜନୀତିକ ପରିବେଶରେ ଏହି ବକ୍ତବ୍ୟ ନୂତନ ଚର୍ଚ୍ଚାକୁ ଜନ୍ମ ଦେଇଛି।
ବିଶ୍ଳେଷକମାନଙ୍କ ମତାନୁସାରେ:
- ଆମ୍ମାଙ୍କ ଐତିହ୍ୟକୁ ସ୍ମରଣ କରିବା ମହିଳା ଓ ପାରମ୍ପରିକ ଭୋଟ୍ ବ୍ୟାଙ୍କକୁ ସନ୍ଦେଶ ଦେବା ଚେଷ୍ଟା ହୋଇପାରେ।
- ଏହା ଆଞ୍ଚଳିକ ଦଳମାନଙ୍କ ସହ ରାଜନୈତିକ ସମ୍ବନ୍ଧକୁ ମଜବୁତ କରିବାର ଏକ ସୂଚନା ମଧ୍ୟ ହୋଇପାରେ।
କିଛି ବିପକ୍ଷ ଦଳ ଏହାକୁ ନିର୍ବାଚନ ପୂର୍ବ ରାଜନୈତିକ ସନ୍ଦେଶ ବୋଲି ଦେଖୁଛନ୍ତି।