ଶ୍ରୀମନ୍ଦିର ପତିତପାବନବାନା ଉପରେ ବସିଲା ଚିଲ । ପୁରୀ ଶ୍ରୀମନ୍ଦିରରେ ମଙ୍ଗଳବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ନୀଳଚକ୍ର ଉପରେ ହଠାତ୍ ଏକ ଚିଲ ବସିଥିବା ଦେଖାଯାଇଥିଲା । ଦୀର୍ଘ ସମୟ ଧରି ନୀଳଚକ୍ର ଉପରେ ଚିଲଟି ବସିବା ପରେ ସେଠାରୁ ଉଡି ଯାଇଥିଲା । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି ହୋଇଥିବା ବେଳେ ଏହାକୁ ଦେଖିବାକୁ ବଡଦାଣ୍ଡରେ ଭିଡ ଜମିଥିଲା । କେହି କେହି ମୋବାଇଲରେ ଫଟୋ ଓ ଭିଡିଓ କରିଥିଲେ ।