ବିଜେଡିର ‘କମନ୍ ପ୍ରାର୍ଥୀ’ ଖେଳ!
ବିଜେଡି ପାଖରେ ଅଛନ୍ତି 48 ବିଧାୟକ ଏବଂ
କଂଗ୍ରେସ ପାଖରେ 14 ବିଧାୟକ
ବିଜେପି ପାଖରେ 79 ବିଧାୟକ
ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୀତି ତେଜ୍! ବିଜେଡ଼ିରେ ପ୍ରାର୍ଥୀ ଘୋଷଣା ପରେ ନାଟକୀୟ ହଲଚଲ! ଗୋଟିଏ ପଟେ ଦଳ ଭିତରେ ବିଦ୍ରୋହ, ଅନ୍ୟପଟେ ବିଜେଡି ପ୍ରାର୍ଥୀଙ୍କୁ କଂଗ୍ରେସର ସମର୍ଥନ! ନବୀନ-ଭକ୍ତଙ୍କ ଅଦୃଶ୍ୟ ଚକ୍ରବ୍ୟୂହ! ଫଶିବକି ବିଜେପି? ସଫଳ ହେବ କି ବିଜେଡି-କଂଗ୍ରେସର ଅଘୋଷିତ ମେଣ୍ଟ ରାଜନୀତି? ଆସନ୍ତୁ ବୁଝିବା ଏ ପୂରା ଘଟଣାକୁ ।
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ନବୀନ ପଟ୍ଟନାୟକ, ସଂତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କଲେ। କିନ୍ତୁ ସବୁଠାରୁ ରୋଚକ ମୋଡ଼ ଆସିଲା ଚତୁର୍ଥ ଆସନକୁ ନେଇ। କାରଣ ବିଶିଷ୍ଟ ଚିକିତ୍ସକ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ବେଳେ ନବୀନ ‘କମନ୍ ପ୍ରାର୍ଥୀ’ ଶବ୍ଦ ଉଚ୍ଚାରଣ କରିଥିଲେ । ଏହି ‘କମନ୍ ପ୍ରାର୍ଥୀ’ ପଛରେ ହିଁ ଲୁଚିଥିଲା ସବୁ ଖେଳ । ଅନେକ ଭାବିଥିଲେ ଡାକ୍ତର ଦତ୍ତେଶ୍ୱର ହୋତା ସ୍ବାଧୀନ ପ୍ରାର୍ଥୀ
ନା ଏହା କଂଗ୍ରେସ-ବିଜେଡି କୌଣସି ମିଳିତ ରଣନୀତି? କାରଣ କଂଗ୍ରେସର ନାଁ ନ ନେଇ ନବୀନ ଏହା ମଧ୍ୟ କହିଥିଲେ ଯେ ଡାକ୍ତର ହୋତାଙ୍କୁ “ସବୁ ଦଳ ସମର୍ଥନ କରନ୍ତୁ।”
ଏଠାରେ ଆସିଥିଲା ଆଉ ଗୋଟିଏ ଟ୍ୱିଷ୍ଟ। ଡାକ୍ତର ହୋତାଙ୍କୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଦେବ ବୋଲି ନୂଆଦିଲ୍ଲୀରୁ ଘୋଷଣା କରିଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଯାହାକି ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ଥିଲା । କାରଣ କିଛି ଦିନ ପୂର୍ବରୁ ଭକ୍ତ କହୁଥିଲେ ଯେ ନବୀନଙ୍କ ସହ ତାଙ୍କର ସାକ୍ଷାତ ହୋଇନାହିଁ। କିନ୍ତୁ ପରେ କହିଥିଲେ — “ଗତ ସୋମବାର ଆଲୋଚନା ହୋଇଥିଲା।” ଏହାକୁ ନେଇ ରାଜନୀତିକ ମହଲରେ ପ୍ରଶ୍ନ ଉଠିଛି ଯେ, ପରଦା ପଛରେ ଚାଲିଛି କଣ?
ଏ ପୂରା ଷ୍ଟ୍ରାଟେଜୀ ପଛରେ ରହିଛି ସଂଖ୍ୟା ଖେଳ। ବାସ୍ତବରେ ବିଜେଡି ପାଖରେ ଅଛନ୍ତି 48 ବିଧାୟକ ଏବଂ
କଂଗ୍ରେସ ପାଖରେ 14 ବିଧାୟକ ।
ଜିତିବା ପାଇଁ ଦରକାର 30 ପ୍ରଥମ ପସନ୍ଦ ଭୋଟ୍।
ହିସାବ କହୁଛି —
ଦୁଇ ଦଳ ଏକାଠି ରହିଲେ ଡାକ୍ତର ହୋତାଙ୍କ ଜିତ ପ୍ରାୟ ନିଶ୍ଚିତ।
କିନ୍ତୁ ଏହା କେତେ ସମ୍ଭବ? ଦୁଇ ଦଳ ଏକଜୁଟ ରହିପାରିବେ କି?
ଅନ୍ୟ ପଟେ ବିଜେପି ପାଖରେ 79 ବିଧାୟକ ଥିବା ବେଳେ ପ୍ରଥମ ଦୁଇଟି
ଆସନ ଜିତିବା ସହଜ ହେବ । କିନ୍ତୁ ସଂଖ୍ୟା ଅଭାବରୁ
ତୃତୀୟ ଆସନ ଜିତିବା ଅତି କଠିନ। ଏଥିରୁ ବିଜେଡି ଓ କଂଗ୍ରେସ ଫାଇଦା ମରିବାକୁ ବସିଛି ।
ମାତ୍ର ସବୁଠାରୁ ବଡ଼ ଘଟଣା ଘଟିଛି ନବୀନ ନିବାସରେ। ନବୀନଙ୍କ ବୈଠକରେ ସଂତୃପ୍ତଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିବା ସହ ଅଭିଯୋଗ ମଧ୍ୟ ଲଗାଇଥିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ । ପ୍ରଥମେ ତ ନବୀନ ବିରକ୍ତ ହୋଇ ତାଙ୍କୁ ବାହାରକୁ ଯିବାକୁ କହିଥିଲେ, ମାତ୍ର ଚାରି ଘଣ୍ଟା ପରେ
ପ୍ରଭାତ ବିଶ୍ୱାଳଙ୍କୁ ଦଳରୁ ବହିଷ୍କାର ବିଷୟରେ ଘୋଷଣା କରାଯାଇଥିଲା । ତାଙ୍କ ବିରୋଧରେ ଦଳବିରୋଧୀ କାର୍ଯ୍ୟର ଅଭିଯୋଗ ଅଣାଯାଇଥିଲା । ତେବେ ବିଜେଡି ଭିତରେ ଯେ ଏକତା ନାହିଁ ଏହି ଘଟଣା ତାହାର ଆଉ ଏକ ପ୍ରମାଣ ।
ରାଜ୍ୟସଭା ନିର୍ବାଚନ କେବଳ ଭୋଟର ଯୁଦ୍ଧ ନୁହେଁ —
ବରଂ ଏହା ରାଜନୀତିକ ରଣନୀତିର ପରୀକ୍ଷା।
ବିଜେଡି-କଂଗ୍ରେସ ସମୀକରଣ ସଫଳ ହେବ ନା ବିଜେପିର ଆଉ ଗୋଟିଏ ଚମତ୍କାର ବିଜୟ ଘଟିବ? କିଏ ଜିତିବ ଚତୁର୍ଥ ଆସନ?” ଆପଣଙ୍କ ମତ କମେଣ୍ଟରେ ଜଣାନ୍ତୁ