ବିଶ୍ୱରେ ତେଲ ମୂଲ୍ୟ ବଢ଼ୁଥିବାରୁ ଚିନ୍ତା ବଢ଼ିଛି
ତେଲ ମୂଲ୍ୟ ଆକାଶଛୁଆଁ – ବିଶ୍ୱରେ ଆତଙ୍କ
ସମଗ୍ର ବିଶ୍ୱକୁ ଦୋହଲାଇଦେଇଛି ଇରାନର ଗୋଟିଏ ନିଷ୍ପତ୍ତି । ତୈଳ ବଜାରରେ ହଠାତ୍ ଆସିଛି ଭୟଙ୍କର ଭୂକମ୍ପ ! ଦୁନିଆର ସବୁଠୁ ଜରୁରୀ ତେଲ ରାସ୍ତା Strait of Hormuzsକୁ ହଠାତ ବନ୍ଦ କରିଦେଇଛି ଇରାନ।
ୟୁରୋପ୍ରୁ ଆମେରିକା ପର୍ଯ୍ୟନ୍ତ ସବୁ ଦେଶ ଏବେ ଚିନ୍ତାରେ ।
ଇରାନର ଏ ନିଷ୍ପତ୍ତି ପରେ ବଢିଛି ଟ୍ରମ୍ପଙ୍କ ରକ୍ତ ଚାପ ।
ତାହେଲେ କ’ଣ ହେବ ଏବେ?
ଅଟକି ଯିବ କି ବିଶ୍ୱର ତେଲ ଯୋଗାଣ?
ଚାଲନ୍ତୁ ଜାଣିବା ପୂରା ଖବର।
ମଧ୍ୟ ପ୍ରାଚ୍ୟରେ ଯୁଦ୍ଧର ଘନଘୋଟା ଭିତରେ ଇରାନ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ Strait of Hormuz କୁ ବନ୍ଦ କରିଦେଇଛି।
ଏହି ରାସ୍ତା ବିଶ୍ୱର ସବୁଠୁ ଜରୁରୀ ତୈଳ ରୁଟ୍।
ଏହି ପଥ ଦେଇ ଦୁନିଆର ପ୍ରାୟ କୋଡିଏ % ତେଲ ରପ୍ତାନୀ ହୋଇଥାଏ।
ଏହି ମାର୍ଗ ବନ୍ଦ ହେବା ଦ୍ବାରା ବିଶ୍ୱ ତେଲ ବଜାରକୁ ବଡ଼ ଝଟକା ଲାଗିଛି।
ମାତ୍ର କିଛି ଘଣ୍ଟା ମଧ୍ୟରେ Brent Crude Oil ମୂଲ୍ୟ ପ୍ରାୟ ୨୯% ପର୍ଯ୍ୟନ୍ତ ବଢ଼ିଯାଇଛି ।
ଏହି ଖବର ପରେ ୱାଶିଂଟନ୍, ଲଣ୍ଡନ୍ ଓ ପ୍ୟାରିସ୍ ପର୍ଯ୍ୟନ୍ତ ବିଭିନ୍ନ ଦେଶ ଏବେ ଚିନ୍ତାରେ ଅଛନ୍ତି ।
ଆମେରିକା ରାଷ୍ଟ୍ରପତି Donald Trump ମଧ୍ୟ ଚାପରେ ପଡ଼ିଛନ୍ତି। କାରଣ ଏହି ସଂକଟ କାରଣରୁ ଏବେ ତେଲ ମୂଲ୍ୟକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଛି । ହ୍ୱାଇଟ୍ ହାଉସ୍ରୁ ଆସୁଥିବା ସୂଚନା ଅନୁସାରେ ତୈଳ ମୂଲ୍ୟକୁ କମାଇବା ପାଇଁ ଆମେରିକା ଏବେ ବିଭିନ୍ନ ବିକଳ୍ପ ଉପରେ ଚିନ୍ତା କରୁଛି।
ପୂର୍ବରୁ କେବଳ ୫ ଥର ଏଭିତି ଘଟିଛି ଯେବେ ବିଭିନ୍ନ ଦେଶଗୁଡିକୁ ନିଜର ଜରୁରୀ ତୈଳ ଭଣ୍ଡାର ଖୋଲିବାକୁ ପଡିଛି । ନିକଟରେ ୟୁକ୍ରେନ ଯୁଦ୍ଧ ବେଳେ ୨ ଥର ଏଭଳି କରିବାକୁ ପଡିଥିଲା । କିନ୍ତୁ ବର୍ତ୍ତମାନର ସ୍ଥିତି ସେସବୁଠାରୁ ଖୁବ ଅଧିକ ଜଟିଳ ରହିଛି । କାରଣ ବିଶ୍ବ ତୈଳ ଯୋଗାଣର ଗୁରୁତ୍ବପୂର୍ଣ୍ଣ ଧମନୀକୁ ହିଁ ବନ୍ଦ କରିଦେଇଛି ଇରାନ ।
କୁହାଯାଉଛି ଯେ ଆମେରିକା ନିଜର strategic oil reserve ମଧ୍ୟ ଖୋଲିପାରେ, ଯାହା ଦ୍ୱାରା ବଜାରରେ ତେଲ ଯୋଗାଣ ବଢ଼ାଇ ପରିସ୍ଥିତିକୁ ନିୟନ୍ତ୍ରଣ କରାଯିବ।
ଏହି ସଙ୍କଟ ସ୍ଥିତିରେ Emergency Modeକୁ ଆସିଛି G-7 ରାଷ୍ଟ୍ର ସମୁହ । ବିଶ୍ୱର ୭ଟି ସବୁଠୁ ଶକ୍ତିଶାଳୀ ଦେଶମାନଙ୍କ ମଧ୍ୟରେ ଜରୁରୀ ମିଟିଂ ହୋଇଛି ।
ଏହି ମିଟିଂରେ International Monetary Fund, World Bank ଓ International Energy Agency ର ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ। ଆବଶ୍ୟକ ହେଲେ ଏହି ଦେଶମାନେ ନିଜର ଜରୁରୀ ତେଲ ଭଣ୍ଡାର, ବଜାରକୁ ଛାଡ଼ିପାରନ୍ତି ବୋଲି ମିଟିଂ ପରେ ସୂଚନା ମିଳିଛି ।
ସମସ୍ୟାର ମୂଳ କାରଣ ହେଉଛି Strait of Hormuz। ଏହା କେବଳ ଏକ ମାର୍ଗ ନୁହେଁ ବରଂ ଏହା ସମ୍ପୂର୍ଣ୍ଣ ବିଶ୍ବର ତୈଳ ଧମନୀକୁ ସଂଯୁକ୍ତ କରୁଥିବା ଏକ ଗୁରୁତ୍ବପୂର୍ଣ୍ଣ ଓପେନିଂ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଏହି ସଂକୀର୍ଣ୍ଣ ସମୁଦ୍ର ପଥ ଦ୍ୱାରା ସାଉଦି ଆରବ, କୁୱେତ୍, ଇରାକ୍ ଓ United Arab Emirates ରୁ ବହୁତ ତେଲ ବିଶ୍ୱକୁ ରପ୍ତାନୀ ହୋଇଥାଏ। ଇରାନ ଏହାକୁ ହଠାତ ବନ୍ଦ କରିଦେବାରୁ ବହୁତ ତେଲ ଟ୍ୟାଙ୍କର୍ ଅଟକିଯାଇଛି। ଫଳରେ ବିଶ୍ବର ବିଭିନ୍ନ ପ୍ରାନ୍ତରେ ତୈଳ ସଙ୍କଟ ସୃଷ୍ଟି ହେଲାଣି ।
Strait of Hormuz ବନ୍ଦ କାରଣରୁ ସୃଷ୍ଟ ତୈଳ ସଂକଟର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ଉପରେ ପଡିବ। କାରଣ ଏହାଦ୍ବାରା ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ହୁହୁ ହୋଇ ବଢୁଛି। ଏହାସହିତ ବିମାନ ଟିକେଟ୍ ଓ ଦୈନିକ ବ୍ୟବହାର ସାମଗ୍ରୀ ମଧ୍ୟ ମହଙ୍ଗା ହେବାର ସମ୍ଭାବନା ରହିଛି।
ଏବେ ସମଗ୍ର ବିଶ୍ୱର ଦୃଷ୍ଟି ରହିଛି ଆମେରିକା ଓ Group of Seven ଦେଶମାନଙ୍କ ଉପରେ।
ସେମାନେ ଏହି ତେଲ ସଂକଟକୁ ନିୟନ୍ତ୍ରଣ କରିପାରିବେ କି?
ନାକି ମଧ୍ୟ ପୂର୍ବର ଏହି ତଣାତଣି ସମଗ୍ର ବିଶ୍ୱ ଅର୍ଥନୀତିକୁ ଆଉ ବଡ଼ ସଂକଟରେ ଠେଲିଦେବ?
ଆପଣଙ୍କ ମତ କଣ?
କମେଣ୍ଟ କରି ଆମକୁ ଜଣାନ୍ତୁ।