ବୁଧବାର ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସରକାର ୧୨ ଏବଂ ୨୮ ପ୍ରତିଶତ ସ୍ଲାବକୁ ଉଚ୍ଛେଦ କରିଛନ୍ତି। ସ୍ୱାସ୍ଥ୍ୟ ଏବଂ ଜୀବନ ବୀମାକୁ ଜିଏସଟିରୁ ବାଦ ଦିଆଯାଇଛି। ଯାହା ବହୁ ଦିନର ଦାବି ଥିଲା। ନୂତନ ନିଷ୍ପତ୍ତିଗୁଡ଼ିକ ସେପ୍ଟେମ୍ବର ୨୨ ରୁ କାର୍ଯ୍ୟକାରୀ ହେବ। ଜିଏସଟି ପରିଷଦର ନିଷ୍ପତ୍ତି ସାଧାରଣ ଜନତା ଏବଂ ବିଶେଷକରି ମଧ୍ୟବିତ୍ତ ବର୍ଗକୁ ବହୁତ ଲାଭ ଦେବ। ଖାଦ୍ୟ ସାମଗ୍ରୀଠାରୁ ଔଷଧ ଏବଂ ଛୋଟ କାର ଏବଂ ଇଲେକ୍ଟ୍ରୋନିକ୍ ଜିନିଷ ମଧ୍ୟ ଶସ୍ତା ହେବ। ଯାହା ସେମାନଙ୍କ ପକେଟରେ ବହୁତ ଟଙ୍କା ସଞ୍ଚୟ କରିବ।
ଶସ୍ତା ହେଲା ଦୈନନ୍ଦିନ ଅତ୍ୟାବଶ୍ୟକୀୟ ଜିନିଷ:
- ହେୟାର ଅଏଲ, ସାମ୍ପୁ, ଟୁଥପେଷ୍ଟ, ଟଏଲେଟ୍ ସାବୁନ୍ ବାର୍, ଟୁଥବ୍ରଶ୍, ସେଭିଂ କ୍ରିମ୍: ୧୮% → ୫%
- ବଟର, ଘିଅ, ପନିର ଏବଂ ଡାଏରି ପ୍ରଡ଼କ୍ଟ: ୧୨% → ୫%
- ପୂର୍ବରୁ ପ୍ୟାକେଜ୍ ହୋଇଥିବା ନମକିନ୍, ଭୁଜିଆ, ମିକ୍ସଚର: ୧୨% → ୫%
- ବାସନକୁସନ: ୧୨% → ୫%
- ଶିଶୁଙ୍କୁ କ୍ଷୀର ପିଇବା ପାଇଁ ବୋତଲ, ନାପକିନ୍, କ୍ଲିନିକାଲ୍ ଡାଏପର: ୧୨% → ୫%
- ସିଲାଇ ମେସିନ୍ ଏବଂ ପାର୍ଟ୍ସ: ୧୨% → ୫%
ଲୋକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ: ଏସବୁ ଜିନିଷ ଶସ୍ତା ହେବା ଯୋଗୁଁ ଲୋକଙ୍କୁ ଦୈନନ୍ଦିନ ଖର୍ଚ୍ଚ ହ୍ରାସ ପାଇବ।
- ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରିଲିଫ୍ ପ୍ୟାକେଜ୍
- ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା: ୧୮% → ୦
- ଥର୍ମୋମିଟର: ୧୮% → ୫%
- ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ୍: ୧୨% → ୫%
- ସମସ୍ତ ଡାଇଗ୍ନୋଷ୍ଟିକ୍ କିଟ୍ ଏବଂ ରିଏଜେଣ୍ଟ: ୧୨% → ୫%
- ଗ୍ଲୁକୋମିଟର ଏବଂ ଟେଷ୍ଟ ଷ୍ଟ୍ରିପ୍: ୧୨% → ୫%
- କରେକ୍ଟିଭ୍ ସ୍ପେକ୍ଟାକଲ୍ସ: ୧୨% → ୫%