US President Donald Trump issues 10-day ultimatum over Iran nuclear tensions as American fighter jets and aircraft carriers move to the Middle East.
F-22 ଓ F-35 ଭଳି ଆଧୁନିକ ଯୁଦ୍ଧ ବିମାନ ତୈନାତ
ଦୁଇଟି ବିମାନବାହୀ ଜାହାଜ, ଅତିରିକ୍ତ 50ରୁ ଅଧିକ ଫାଇଟର୍ ଜେଟ୍ ଓ ଏୟାର୍-ଟ୍ୟାଙ୍କର୍ ବିମାନ ସଜାଗ
ଇରାନ୍ର NOTAM ଘୋଷଣା
ନିଜ ସାମରିକ ଘାଟି ବ୍ୟବହାର ପାଇଁ ଅନୁମତି ଦେଲାନି ବ୍ରିଟେନ
ମଧ୍ୟପ୍ରାଚ୍ୟରେ ଘନେଇଲାଣି ଯୁଦ୍ଧ ଆଶଙ୍କା । F-22 ଓ F-35 ଭଳି ଆଧୁନିକ ଯୁଦ୍ଧ ବିମାନ, ଦୁଇଟି ବିମାନବାହୀ ଜାହାଜ — USS Abraham Lincoln ଓ USS Gerald R. Ford ଏବଂ ଅତିରିକ୍ତ 50ରୁ ଅଧିକ ଫାଇଟର୍ ଜେଟ୍ ଓ ଏୟାର୍-ଟ୍ୟାଙ୍କର୍ ବିମାନ ସାଜାଗ ରଖି ଇରାନ ବିରୋଧରେ ସମର ସଜ୍ଜା କରିଛି ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ୧୦ ଦିନର ଅଲଟିମଟମ ଦେଇଛନ୍ତି । ପରମାଣୁ ନିରସ୍ତ୍ରିକରଣ ଚୁକ୍ତି ସ୍ବାକ୍ଷର କର, ନେଚେତ ପ୍ରହାର ପାଇଁ ପ୍ରସ୍ତୁତ ହୁଅ ବୋଲି ଇରାନକୁ ଚେତାଇ ଦେଇଛନ୍ତି ଟ୍ରମ୍ପ । ସେ କହିଛନ୍ତି, “ଇରାନ୍ ପରମାଣୁ ଅସ୍ତ୍ର ରଖି ପାରିବ ନାହିଁ। ଯଦି ସାର୍ଥକ ଚୁକ୍ତି ନ ହୁଏ, ତେବେ ଗମ୍ଭୀର ପରିଣାମ ହେବ।”
‘10 ଦିନରେ ସ୍ପଷ୍ଟ ହେବ ଚିତ୍ର’
ପ୍ରମୁଖ ପରାମର୍ଶଦାତାମାନଙ୍କ ସହ ହାଇଲେଭେଲ୍ ବୈଠକ ପରେ ଟ୍ରମ୍ପ କହିଛନ୍ତି ଯେ, ଇରାନ ନ ମାନିଲେ ୧୦ ଦିନରେ ସ୍ପଷ୍ଟ ହେବ ଯୁଦ୍ଧ ପରିଦୃଶ୍ୟ । ଇରାନ୍ର ସର୍ବୋଚ୍ଚ ନେତା ଅଲି ଖେମେନେଇଙ୍କ ଉଦ୍ଦେଶ୍ରରେ ଟ୍ରମ୍ପ ଆହୁରି କହିଛନ୍ତି ଯେ ପରମାଣୁ ଅସ୍ତ୍ର ନେଇ କୌଣସି ସମ୍ମତି ବିନା ଆମେରିକା ଚୁପ୍ ରହିବ ନାହିଁ।
କଣ କହୁଛି ବିଶ୍ବ:
ଇଜ୍ରାଏଲ୍ର ପ୍ରଧାନମନ୍ତ୍ରୀ Benjamin Netanyahu ସଫା କହିଛନ୍ତି ଯେ, ଯଦି ଖାମେନେଇ ପ୍ରଥମେ ଆକ୍ରମଣର ଭୁଲ୍ କରନ୍ତି, ତେବେ ଇଜରାୟେଲ୍ ତାଙ୍କୁ ଅଭୂତପୂର୍ବ ଉତ୍ତର ଦେବ।”
ଠିକଣା ସମୟରେ ମୁହଁମୋଡିଛି ବ୍ରିଟେନ । ଇରାନ୍ ଉପରେ ଆକ୍ରମଣ ପାଇଁ ଏହାର ସାମରିକ ଘାଟି ବ୍ୟବହାର ଲାଗି ବ୍ରିଟେନ ଆମେରିକାକୁ ଅନୁମତି ଦେଇନାହିଁ। ଡିଏଗୋ ଗାର୍ସିଆ ଓ RAF Fairford ଆମେରିକାକୁ ସହାୟକ ହୋଇଥାଆନ୍ତା । ମାତ୍ର ବ୍ରିଟେନ୍ର ଏହି ନିଷ୍ପତ୍ତିକୁ ଆମେରିକା ପାଇଁ ରଣନୀତିକ ଝଟକା ଭାବେ ଦେଖାଯାଉଛି।
ପୋଲାଣ୍ଡର ପ୍ରଧାନମନ୍ତ୍ରୀ Donald Tusk ନିଜ ନାଗରିକମାନଙ୍କୁ ଇରାନ୍ ଛାଡ଼ିବାକୁ ଅନୁରୋଧ କରିଛନ୍ତି।
ଇରାନ୍ର NOTAM ଘୋଷଣା
ଆମେରିକାର ସମ୍ଭାବ୍ୟ ଆକ୍ରମଣ ଆଶଙ୍କା ମଧ୍ୟରେ ଇରାନ୍ ଦେଶବ୍ୟାପୀ NOTAM ଜାରି କରିଛି। ଦେଶର ଆକାଶପଥକୁ No-Fly Zone ଘୋଷଣା କରାଯାଇଛି ।
ସର୍ବୋଚ୍ଚ ନେତା ଖାମେନେଇ କହିଛନ୍ତି ଯେ ଇରାନ୍ ପ୍ରଥମେ ଆକ୍ରମଣ କରିବ ନାହିଁ, କିନ୍ତୁ ଯଦି ଆକ୍ରମଣ ହୁଏ, ତେବେ ଇରାମ ମଧ୍ୟ ଚୁପ ବସିବ ନାହିଁ । ଏହା ଯୁଦ୍ଧର ରୂପ ନେଇପାରେ।
FAQ
1️⃣ ଆମେରିକାର ମୁଖ୍ୟ ଦାବି କଣ?
ଆମେରିକା ଦାବି କରୁଛି ଯେ ଇରାନ୍ ପରମାଣୁ ଅସ୍ତ୍ର ରଖିପାରିବ ନାହିଁ। Ali Khameneiଙ୍କୁ ସଫା କରାଯାଇଛି ଯେ ଯଦି ସମ୍ମତି ନ ହେଲେ ଗମ୍ଭୀର ପରିଣାମ ହେବ।
2️⃣ ବ୍ରିଟେନ୍ କାହିଁକି ଆମେରିକାକୁ ଝଟକା ଦେଲା?
ରିପୋର୍ଟ ଅନୁସାରେ United Kingdom ତାଙ୍କ ସାମରିକ ଘାଟି ବ୍ୟବହାରକୁ ଅନୁମତି ଦେବାରେ ସଂକୋଚ ପ୍ରକାଶ କରିଛି, କାରଣ ଏହା ଆନ୍ତର୍ଜାତୀୟ କାନୁନ ଉଲ୍ଲଂଘନ ହୋଇପାରେ।