କୋରିଆ ବ୍ୟତୀତ ନା କିଛି ଦେଖା ଯାଉଥିଲା, ନା କିଛି ବୁଝାପଡୁଥିଲା । ସେମାନଙ୍କ ମନ ଓ ମସ୍ତିଷ୍କ ଉପରେ ଥିଲା କୋରିଆନ୍ ଖେଳର ସମ୍ପୂର୍ଣ୍ଣ କବଜା । ଯେମିତି ଏ ଖେଳକୁ ସେମାନେ କେବଳ ଭଲ ପାଉ ନ ଥିଲେ ବରଂ କେରିଆନ ଅଭିନେତାଙ୍କ ପ୍ରେମରେ ପଡ଼ି ଯାଇଥିଲେ । କୋରିଆ ଯିବାକୁ ଜିଦ୍ କରୁଥିଲେ । ଭାରତୀୟ ବୋଲି କହିଲେ ଏକଦମ ରାଗି ଯାଉଥିଲେ । ଖାଇବା, ପିଇବା ଓ ଶୋଇବା ଭୁଲି ଯାଇଥିଲେ ସେମାନେ । ପାଠପଢା ପ୍ରଭାବିତ ହେବା ଦେଖି ପରିବାର ଆକଟ କରିଥିଲେ । ନ ମାନିବାରୁ ତାଗିଦ କରିବା ସହ ମୋବାଇଲ ଛଡାଇ ନେଇଥିଲେ । ଜିଦ୍ ଓ ଯୁକ୍ତି କରିବାରୁ ନିୟନ୍ତ୍ରଣକୁ ଆଣିବାକୁ ବାପା ରାଗରେ ହାତ ଉଠାଇ ଜବତ୍ କରିବାକୁ ଚାହିଁଥିଲେ । ମାତ୍ର ବାପାଙ୍କ ଏ ଆକଟଠୁ ଏ ମାଡ଼ଠୁ ବେଶୀ ସେମାନଙ୍କୁ ବାଧିଥିଲା କୋରିଆନ୍ଙ୍କଠୁ ଦୂରତା । କେରିଆନ୍ ଖେଳ ନ ଦେଖିପାରି ଯେମିତି ସେମାନେ ଛଟପଟ ହୋଇଥିଲେ । ଶେଷରେ ଚରମ ନିଷ୍ପତ୍ତି ନେଇ ନିଜ ବିଲ୍ଡିଙ୍ଗର ନବମ ମହଲାରୁ ଡେଇଁ ପଡ଼ି ଆତ୍ମହତ୍ୟା କରିଥିଲେ ତିନି ଭଉଣୀ ।
ଉତ୍ତର ପ୍ରଦେଶର ଗାଜିଆବାଦର ଏ ତିନି ଜଣ ଭଉଣୀ ଥିଲେ ନାବାଳିକା । ଏମାନେ ସମୁହ ଆତ୍ମହତ୍ୟା କରିବା ଯେତିକି ଚକିତ ନ କରିଛି, ତାଠୁ ବେଶୀ ଆତ୍ମହତ୍ୟାର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମଙ୍ଗଳବାର ରାତିରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ମୃତ ନାବାଳିକା ମାନଙ୍କ ବାପା କହିଛନ୍ତି, ତାଙ୍କ ପିଲାମାନେ ତିନି କିମ୍ବା ଚାରି ବର୍ଷ ଧରି କୋରିଆନ୍ ନାଟକ ଦେଖୁଥିଲେ। ସେମାନଙ୍କର ମନ ସବୁବେଳେ କୋରିଆର ଚିନ୍ତାଧାରା ସହିତ ପରିପୂର୍ଣ୍ଣ ଥିଲା। ସେମାନେ କେବଳ କୋରିଆକୁ ଭଲ ପାଉଥିଲେ। ଡିପିରେ ସେମାନେ ସେମାନଙ୍କ ନାମ ମଧ୍ୟ ବଦଳାଇଥିଲେ ଏବଂ ସେମାନଙ୍କ ବ୍ୟକ୍ତିତ୍ୱକୁ କୋରିଆନ୍ ଭାବରେ ପରିବର୍ତ୍ତନ କରିଥିଲେ।”
ତିନି ଝିଅ କୋରିଆ ଯିବାକୁ ଚାହୁଁଥିଲେ:
‘ଆମେ କୋରିଆ ଯିବୁ! ଆମକୁ କୋରିଆ ନେଇଯାଅ!” ବୋଲି ସବୁବେଳେ ସେମାନେ କହୁଥିଲେ । “ଭାରତୀୟ” ଉଲ୍ଲେଖ କଲେ ସେମାନେ ରାଗିଯାଉଥିଲେ। ସେମାନେ “ଭାରତୀୟ” ନାଁର ଖାଦ୍ୟ ମଧ୍ୟ ଖାଉ ନ ଥିଲେ। ଏମିତିକି କୋରିଆ ନଯାଇପାରିଲେ ମରିଯିବେ ବୋଲି ସେମାନେ କହୁଥିବା ତାଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି ।
ଘଟଣା ରାତିରେ କ’ଣ ଘଟିଥିଲା?
ବାପାଙ୍କ ଅନୁସାରେ, ଘଟଣା ରାତିରେ ସେ ଝିଅମାନଙ୍କ ସହିତ କଥା ହେବା ପରେ ଖାଇ ସାରି ଶୋଇବାକୁ ସେମାନଙ୍କୁ କହିଥିଲେ। ଝିଅ କୋରିଆ ଯିବାକୁ ଚାହୁଁଛି ବୋଲି କହିଥିଲା । ବାପା ପଚାରିଥିଲେ ଯେ, “ତୁମେ ସେଠାରେ କଣ କରିବ?” ସେମାନଙ୍ମୁଁକର ଏଭଳି କଥାବାର୍ତ୍ତା ଦେଖି ସେମାନଙ୍କଠାରୁ ସେ ସେହି ଦିନ ସନ୍ଧ୍ୟା ୭ଟାରେ ମୋବାଇଲ୍ ଫୋନ୍ ନେଇଯାଇଥିଲି। କିନ୍ତୁ ପିଲାମାନେ ରାତି ୧୦ଟାରେ ମୋବାଇଲ ନେଇ ୧୨ଟା ପର୍ଯ୍ୟନ୍ତ ଦେଖିଥିଲେ । ପରେ ତାଙ୍କ ମା ପୁଣି ମୋବାଇଲ ଫେରାଇ ନେଇଥିଲେ। ଯାହା ପରେ, ସେ କମ୍ବଳରୁ ବାହାରି ପୂଜା ଘରକୁ ଯାଇ ଭିତରରୁ ତାଲା ପକାଇ ଦେଇଥିଲେ। ତା’ପରେ କ’ଣ ଘଟିଥିଲା ତାହା ଆମେ ଜାଣିନାହୁଁ, ଏବଂ ପରେ ତିନିଜଣ ତଳେ ମିଳିଥିଲେ।
ଝିଅମାନେ ମଧ୍ୟ ସେମାନଙ୍କର ନାମ ବଦଳାଇଥିଲେ
ମୋବାଇଲ୍ ଫୋନ୍ରେ ଥିଲା କୋରିଆନ୍ ନୃତ୍ୟ ଏବଂ ନାଟକର ଭିଡିଓ । ମୋବାଇଲ ଫୋନ୍ରୁ ଡିପି କାଢ଼ିଦେଲ ସେମାନେ ଖାଇବେ ନାହିଁ ବୋଲି ଭାବି ବାପା ଓ ମା ଚୁପ ରହିଥିଲେ । ତାଙ୍କ ପିଲାମାନଙ୍କ ଜୀବନ ନେଇଥିବା ସମସ୍ତ କୋରିଆନ୍ ନାଟକ ଏବଂ ଭିଡିଓ ବନ୍ଦ କରାଯିବା ଉଚିତ ବୋଲି ବାପା ଦାବି କରିଛନ୍ତି । ସେ କହିଛନ୍ତି, “ମୋ ପିଲାମାନେ ଚାଲିଗଲେ, ଏବଂ ଆମର ଜୀବନ ମଧ୍ୟ ଚାଲିଗଲା। ଅନ୍ୟ କୌଣସି ପିଲା ଯିବା ଉଚିତ୍ ନୁହେଁ।” ମୋ ପିଲାମାନେ ସେମାନଙ୍କର ସୁଇସାଇଡ୍ ନୋଟରେ ଲେଖିଥିଲେ, “ପାପା, ତୁମେ କ’ଣ ସେମାନଙ୍କୁ କୋରିଆରୁ ମୁକ୍ତ କଲ?” ସେ ଲୋକମାନଙ୍କୁ ତାଙ୍କ ପିଲାମାନଙ୍କର ଯତ୍ନ ନେବାକୁ ନିବେଦନ କରିଥିଲେ।
ଏ ପୂରା ଘଟଣା ପୁଣିଥରେ ମୋବାଇଲରେ ବିଭିନ୍ନ ସାଇଟର ଉପଲବ୍ଧତା ଓ ତାହାର ବ୍ୟବହାରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୋବାଇଲ ମୋହ କେମିତି ପିଲାମାନଙ୍କ ଭବିଷ୍ୟତ ସହିତ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି ତାହା ପ୍ରମାଣିତ କରିଛି ।