T20 ୱର୍ଲ୍ଡ କପ୍ ଜିତିବା ପରେ Hardik Pandya ଓ Mahieka Sharma ଙ୍କ ରୋମାଣ୍ଟିକ ମୁହୂର୍ତ୍ତ।
T20 ୱର୍ଲ୍ଡ କପ୍ 2026 ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଚ୍ୟାମ୍ପିଅନ୍ ହେବା ପରେ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର Hardik Pandya ଙ୍କ ଗୋଟିଏ କଥା ସୋସିଆଲ୍ ମିଡିଆରେ ଭୟଙ୍କର ଭାବେ ଭାଇରାଲ୍ ହେଉଛି। ସେ ନିଜର ଗର୍ଲଫ୍ରେଣ୍ଡ Mahieka Sharma କୁ ସାର୍ବଜନୀନ ଭାବେ “ମୋର ପତ୍ନୀ” ବୋଲି କହିଥିଲେ।
ବିଜୟ ପରେ ପାଣ୍ଡ୍ୟାଙ୍କ ବଡ଼ ଖୋଲାସା
ଭାରତ ଟି20 ୱର୍ଲ୍ଡ କପ୍ ଜିତିବା ପରେ ଏକ ଆଲୋଚନା ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ମାହିକା ଶର୍ମାଙ୍କୁ ଇଙ୍ଗିତ କରି କହିଥିଲେ — “ଏହି ହେଲେ ମୋର ମିସେଜ୍।” ଏହି କଥା ଶୁଣି ଫ୍ୟାନ୍ସମାନେ ଅଚମ୍ବିତ ହୋଇଯାଇଥିଲେ। ମିସେଜ୍ ଶବ୍ଦଟି ସାଧାରଣତଃ ପତ୍ନୀ ପାଇଁ ବ୍ୟବହାର କରାଯାଏ।
ପାଣ୍ଡ୍ୟା ଏହା ମଧ୍ୟ କହିଥିଲେ ଯେ ମାହିକା ତାଙ୍କ ଜୀବନରେ ଆସିବା ପରେ ତାଙ୍କ ପାଇଁ ସବୁକିଛି ଭଲ ହେଉଛି ଏବଂ ଦଳ ମଧ୍ୟ ଲଗାତାର ସଫଳତା ପାଉଛି।
ଏହା ମଧ୍ୟ ପଢନ୍ତୁ:
https://odishadays.in/2026-t20-world-cup-history/: ମାହିକାଙ୍କୁ ବାହା ହୋଇସାରିଛନ୍ତି କି ହାର୍ଦ୍ଦିକ ପାଣ୍ଡ୍ୟା, ତାଙ୍କୁ କାହିଁକି କହିଲେ ‘ପତ୍ନୀ’ ?ଫିଲ୍ଡରେ ରୋମାଣ୍ଟିକ ମୁହୂର୍ତ୍ତ
ମ୍ୟାଚ୍ ଶେଷ ହେବା ପରେ ମାହିକା ଶର୍ମା ଫିଲ୍ଡକୁ ଆସି ଆସି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଲିଙ୍ଗନ କରିଥିଲେ ଓ ତାଙ୍କୁ କିସ୍ କରିଥିଲେ। ଏହି ମୁହୂର୍ତ୍ତର ଭିଡିଓ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହୋଇଛି।
ୱର୍ଲ୍ଡ କପ୍ରେ ପାଣ୍ଡ୍ୟାଙ୍କ ଭୂମିକା
T20 ୱର୍ଲ୍ଡ କପ୍ 2026 ରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ। ସେ ଟୁର୍ଣ୍ଣାମେଣ୍ଟରେ 9ଟି ମ୍ୟାଚ୍ରେ 217 ରନ କରିଥିବା ସହ 9ଟି ୱିକେଟ୍ ମଧ୍ୟ ନେଇଥିଲେ। ତାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଭାରତକୁ ଚ୍ୟାମ୍ପିଅନ୍ କରିବାରେ ବଡ଼ ଭୂମିକା ନେଇଛି।