ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁ ଦିବସ ଉପଲକ୍ଷେ ଦେଶର ମୋଟ୍ ୮୧ ଜଣ ଆଦର୍ଶ ଶିକ୍ଷକଙ୍କୁ ବିଦ୍ୟାଳୟ ଶିକ୍ଷା ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ଦ୍ୱାରା ଓଡ଼ିଶାର ଦୁଇ ଜଣ ଆଦର୍ଶ ଶିକ୍ଷକ ପୁରସ୍କୃତ ହୋଇଛନ୍ତି। କୋରାପୁଟ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ତରୁଣ କୁମାର ଦାଶ ଅଭିନବ ଶିକ୍ଷାଦାନ ପଦ୍ଧତି ଏବଂ ଭାଷା ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ପୁରସ୍କୃତ ହୋଇଛନ୍ତି। ମାଲକାନଗିରି କୋଣ୍ଡେଲ ସରକାରୀ ନୋଡାଲ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ରଣା ନୂତନ ଶିକ୍ଷାଦାନ ଏବଂ ଗୋଷ୍ଠୀ ସହଭାଗିତା ପାଇଁ ପୁରସ୍କୃତ ହୋଇଛନ୍ତି।