
ଆସ୍ଥା ଭୋଟ୍ ଜିତିଲେ ନୀତୀଶ ସରକାର । ବିଜେପି ସହ ହାତ ମିଳାଇ ସରକାର ଗଢିବା ପରେ ସୋମବାର ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନିତୀଶଙ୍କ ସପକ୍ଷରେ ୧୨୯ ଖଣ୍ଡ ଭୋଟ ପଡିଥିଲା। ଆସ୍ଥା ଭୋଟ ପୂର୍ବରୁ ବିହାର ରାଜନୀତିରେ ସୃଷ୍ଟି ହୋଇଥିଲା ହଟଚମଟ। ବାଚସ୍ପତି ପଦରୁ ଅବଧ ବିହାରୀ ଚୌଧୁରୀଙ୍କୁ ହଟାଇ ଦିଆଯାଇଛି। ନୀତୀଶ କୁମାରଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ପରେ ବାଚସ୍ପତି ପଦରୁ ହଟାଇବା ପାଇଁ ଏକ ଅବିଶ୍ୱାସ ପ୍ରସ୍ତାବ ଅଣାଯାଇଥିଲା। ମାତ୍ର ସେ ଏହି ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଚୌଧୁରୀ କହିଥିଲେ। ଚୌଧୁରୀଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଅଣାଯାଇଥିଲା। ବାଚସ୍ପତିଙ୍କ ସପକ୍ଷରେ ୧୧୨ ବିଧାୟକ ଭୋଟ ଦେଇଥିବା ବେଳେ ବିପକ୍ଷରେ ପଡିଥିଲା ୧୨୫ଖଣ୍ଡ ଭୋଟ। ଚୌଧୁରୀଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଅଣାଯିବା ପରେ ସେ ପଦ ଛାଡିଛନ୍ତି। ତାଙ୍କ ପରେ ବିଧାନସଭାର ଉପ ବାଚସ୍ପତି ମହେଶ୍ୱର ହଜାରୀ ଗୃହର ପ୍ରକ୍ରିୟା ପରିଚାଳନା କରିଛନ୍ତି।