ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା.ନୀଳକଣ୍ଠ ମିଶ୍ରଙ୍କ ଅନୁସାରେ , ଏହି ଔଷଧ ପୂର୍ବରୁ ବ୍ୟବହାର ହେଉଥିବା ଔଷଧଗୁଡିକ ମଧ୍ୟରେ ଅର୍ନ୍ତଭୁକ୍ତ ଓ ଏହାର ସେପରି ଗୁରୁତର ପ୍ରତିକ୍ରିୟା ନାହିଁ । ଯେଉଁ ସବୁ ଛୋଟଛୋଟ ପ୍ରତିକ୍ରିୟା ହୋଇପାରେ ତାହା ପ୍ରାୟତଃ କିଛି ଚିକିତ୍ସା ଆବଶ୍ୟକ କରେନାହିଁ, ତେଣୁ ଜନସାଧାରଣ ମନରୁ ସନ୍ଦେହ ଦୂରକରି ଏହି ଔଷଧ ସେବନ କରିବା ଉଚିତ୍ । ଜିଲ୍ଲା ତଥା ବ୍ଲକ ସ୍ତରରେ ପାର୍ଶ୍ୱ ପ୍ରତିକ୍ରିୟାର ମୁକାବିଲା ନିମନ୍ତେ ଆରଆରଟି ଦଳ ଗଠନ କରାଯାଇଛି । ତେବେ ‘ଆଲବେଣ୍ଡାଜୋ’କୁ ଚୋବେଇ ଖାଇବା ଉଚିତ୍, ଡିଇସି ଏବଂ ଆଇଭରମେକଟିନ ସମ୍ପୂର୍ଣ୍ଣ ଭାବରେ ଗିଳିବାକୁ ହେବ । ଏହି ଔଷଧଗୁଡିକ ଖାଦ୍ୟ ଖାଇବା ପରେ ଖାଇବା ଉଚିତ୍ । ଏହା କୌଣସି ନୂଆ ଔଷଧ ନୁହେଁ ଓ ବହୁଦିନରୁ ବ୍ୟବହୃତ ଔଷଧ ।