ଘନଉଛି ପରମାଣୁ ଯୁଦ୍ଧର ବିପଦ ! ତୃତୀୟ ବିଶ୍ୱଯୁଦ୍ଧର ଦ୍ୱାରଦେଶରେ ବିଶ୍ୱ ! ଏସିଆ ମହାଦେଶ ପ୍ରତି ବଢିବରେ ଲାଗିଛି ପରମାଣୁ ଯୁଦ୍ଧର ସଙ୍କଟ ! ପୂର୍ବ ଅପେକ୍ଷା ଅନେକ ଅଧିକ ଗୁଣ ବଢିଛି ପରମାଣୁ ଯୁଦ୍ଧର ଆଶଙ୍କା । ବିଶେଷକରି ଏସିଆ ମହାଦେଶ ପ୍ରତି ରହିଛି ପରମାଣୁ ଯୁଦ୍ଧର ଭୟ । ଏଭଳି ସାଙ୍ଘାତିକ ଚେତାବନୀ ଦେଇଛନ୍ତି ଶ୍ରୀଲଙ୍କାର ନୋବେଲ ବିଜେତା ମୋହନ ମୁନାସିଂଘେ ।
କାହିଁକି ପୁଣି ପରମାଣୁ ଯୁଦ୍ଧର ପ୍ରସଙ୍ଗ ଉଠାଇଲେ ମୁନାସିଂଘେ ? ବିଶ୍ବରେ ଲାଗିଥିବା ପୁରୁଣା ଯୁଦ୍ଧ ବନ୍ଦ କରିବାକୁ ପ୍ରାୟାସ ଭିତରେ ହଠାତ କାହିଁକି ତୃତୀୟ ବିଶ୍ୱଯୁଦ୍ଧକ ନେଇ ଚିନ୍ତା ବ୍ୟକ୍ତ କଲେ ଏହି ନୋବେଲ ବିଜେତା ? ବାସ୍ତବରେ ହେବ କି ବିଶ୍ବଯୁଦ୍ଧ ? ସତରେ କଣ ପରମାଣୁ ଯୁଦ୍ଧ ମୁହଁରେ ବିଶ୍ବ? ନମସ୍କାର ଏସବୁ ପ୍ରଶ୍ନ ଉପରୁ ଆଜି ଆମେ ହଟାଇବୁ ସସ୍ପେନ୍ସ । ଏଭଳି ରୋଚକ ଖବର ଦେଖିବାକୁ ଆମ ଚ୍ୟାନେଲ ଓଡ଼ିଶା ଡେ’ଜକୁ ସବସ୍କ୍ରାଇବ କରନ୍ତୁ । ଏବେ ଆସନ୍ତୁ ପ୍ରଥମେ ଦେଖିବା ବିଶ୍ବ ନେତାମାନଙ୍କୁ ସଜାଗ କରିବାକୁ ମୁନାସିଂଘେ ବାସ୍ତବରେ କ’ଣ କହିଥିଲେ ?

ମୁନାସିଂଘେ କହିବା ଅନୁସାରେ, ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧର ଦ୍ୱାରଦେଶରେ ଠିଆ ହୋଇଛି । ଏସିଆରେ ମଧ୍ୟ ଚିନ୍ତା ବୃଦ୍ଧି ପାଉଛି। ବିଶ୍ବରେ ଯେଭଳି ଯୁଦ୍ଧର ବାତାବରଣ ଓ ଶତ୍ରୁତାର ଅସୂୟ ଭାବ ବଢିବାରେ ଲାଗିଛି, ତାହା ସମ୍ଭାବ୍ୟ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ହିଁ ଇଙ୍ଗିତ କରୁଛି । ଏଭଳି ସ୍ଥିତିକୁ ଯେକୌଣସି ମୂଲ୍ୟରେ ଏଡାଇ ଦିଆଯିବା ଉଚିତ । ଏଥିପାଇଁ ବିଶ୍ବରେ ଶାନ୍ତି ଏବଂ ସ୍ଥିରତାକୁ ପ୍ରୋତ୍ସାହିତ କରିବାକୁ ହେବ । ଏ ଦିଗରେ ତୁରନ୍ତ ଯଥୋଚିତ ପଦକ୍ଷେପ ନେବାକୁ ଏସୀୟ ନେତାମାନଙ୍କୁ ନିବେଦନ କରିଛନ୍ତି ମୁନାସିଂଘେ ।
ଆପଣଙ୍କୁ କହି ରଖୁଛୁ ଯେ, ମୁନାସିଂଘେ ହେଉଛନ୍ତି ଶ୍ରୀଲଙ୍କାର ଶିକ୍ଷାବିତ୍ ଏବଂ ଅର୍ଥନୀତିଜ୍ଞ । ୨୦୦୭ ମସିହାରେ ସେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ଆନ୍ତଃସରକାରୀ ପ୍ୟାନେଲ (IPCC)ର ଉପାଧ୍ୟକ୍ଷ ଭାବରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ତେବେ ପରମାଣୁ ଯୁଦ୍ଧକୁ ନେଇ ମୁନାସିଙ୍ଘେଙ୍କ ଏହି ଆଶଙ୍କ ପଛରେ ରହିଛି ଦକ୍ଷିଣ ଏସିଆ ମାଟିରେ ପାଶ୍ଚାତ୍ୟ ବିରୋଧୀ ମେଳିର ଦୁଇଟି ଚର୍ଚ୍ଚିତ ଦୃଶ୍ୟ । ପ୍ରଥମ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ମୋଦୀ-ପୁଟିନ-ଜିନପିଙ୍ଗ ଏବଂ ବେଜିଂଠାରେ ଚୀନର ଭିକ୍ଟ୍ରି ଡେ’ ପରେଡରେ ପୁଟିନ-ଜିନପିଙ୍ଗ-କିମ୍ଙ୍କ ଫଟୋ । ଟ୍ରମ୍ପଙ୍କ ଟାରିଫ ଯୁଦ୍ଧ ଭିତରେ ଚୀନ ମାଟିରେ ଯେଭଳି ଭାବେ ୪ଟି ଶକ୍ତିଶାଳୀ ଦେଶ ସମସ୍ତ ବିଦ୍ବେଶ ଭୁଲି ଏକଜୁଟ ହୋଇଛନ୍ତି ତାହା ପାଶ୍ଚାତ୍ୟ ଦେଶଗୁଡିକର ନିଦ ଉଡାଇ ଦେଇଛି ।
ଏମିତି ତ ଟ୍ରମ୍ପ ଟାରିଫ ଯୁଦ୍ଧକୁ ଯେ ବୁମେରାଂ ହୋଇଛି ତାହା ଟ୍ରମ୍ପ ବେଶ ବୁଝି ସାରିଲେଣି । ଏପରିକି ଭାରତ ସହ ବନ୍ଧୁତ୍ବକୁ ନେଇ ବଦଳିଯାଇଛି ତାଙ୍କ ସ୍ବର । ଭାରତକୁ ପୁଣି ସ୍ବତନ୍ତ୍ର ବନ୍ଧୁ କହିବା ଆରମ୍ଭ କରିଦେଇଛନ୍ତି ଟ୍ରମ୍ପ । ମାତ୍ର ବନ୍ଧୁ କହି ବିଶ୍ବାସ ଘାତକତା କରିଥିବା ଟ୍ରମ୍ପଙ୍କୁ ଆଉ ବିଶ୍ବାସ କରିବେ କି ଏହି ନେତାମାନେ । ହୁଏତ ଟ୍ରମ୍ପ, ମତ ପରିବର୍ତ୍ତନ ଛଳରେ ଏସିଆ ମାଟିରେ ପାଶ୍ଚାତ୍ୟ ବିରୋଧୀ ଏହି ମୋଳିକୁ ଟାର୍ଗେଟ କରିବାର କିଛି ଷଡ଼ଯନ୍ତ୍ର ରଚୁଥାଇପାରନ୍ତି । ଯବି ବାସ୍ତବରେ ଏଭଳି ହୁଏ ତେବେ ବୁଝିବାକୁ ହେବ ଯେ ତୃତୀୟ ବିଶ୍ବଯୁଦ୍ଧ ଆଉ ବେଶୀ ଦୂର ନୁହେଁ । ନିଶ୍ଚିତ ଗର୍ଜିବ ପରମାଣୁ ବମ୍ ।