ଶ୍ରୀ – ‘ଶ୍ରୀ’ର ଅର୍ଥ ଲକ୍ଷ୍ମୀ, ଐଶ୍ୱର୍ଯ୍ୟ, ବିଭବ, ଆଲୋକ । ସେ ଭକ୍ତି, ପ୍ରୀତି ଓ ଶୋଭା ପ୍ରଦାୟିନୀ ଶକ୍ତି । ସେ ଜଗନ୍ମୟ ଜ୍ୟୋତି ସ୍ୱରୂପ, ସେ ସର୍ବ ପ୍ରକାଶ୍ୟ, ସେ ହିଁ ପଥ ପ୍ରଦର୍ଶକ ।
ଜ – ‘ଜ’ର ଅର୍ଥ ଉତ୍ପତ୍ତି, ବିଷ୍ଣୁ, ପିତାମାତା, ତେଜଃ । ସକଳ ସୃଷ୍ଟିର କାରଣ ହେଉଛନ୍ତି ଭଗବାନ ଜଗନ୍ନାଥ । ସର୍ବ ଦେବତା ତାଙ୍କଠାରୁ ସୃଷ୍ଟି । ସେ ବେଦ, ମନ୍ତ୍ର, ଯୋଗ, ଜ୍ଞାନ ଆଦିର ଉତ୍ପତ୍ତିସ୍ଥଳ । ସେ ହିଁ ଆରାଧ୍ୟ ଦେବତା ବିଷ୍ଣୁ, ସେ ହେଉଛନ୍ତି ସକଳ ପ୍ରାଣୀ ଜଗତର ପିତାମାତା । ସେ ସଂସାରର ସର୍ବକାରିଣୀ ଶକ୍ତିରୂପେ ବିଦ୍ୟମାନ ।
ଗ – ‘ଗ’ର ଅର୍ଥ ଗଗନ, ସ୍ୱର୍ଗ, ଗୁରୁ । ଅର୍ଥାତ୍ ସେ ହେଉଛନ୍ତି ଅନନ୍ତ, ସାଗର ପରି ଗଭୀର, ଗୋଲାପ ପରି କୋମଳ । ସେ ସମସ୍ତଙ୍କର ଗୁରୁ, ତାଙ୍କର ଶ୍ରୀଚରଣ ତଳେ ଆଶ୍ରୟ ପାଇବା ସମସ୍ତଙ୍କର କାମ୍ୟ ।
ନ୍ନା(ନ) – ‘ନ’ର ଅର୍ଥ ନିରାକାର, ନିର୍ବିକାର, ଅବିନାଶୀ, ସ୍ଥାନାତୀତ, ନିର୍ମାୟା, ନିରୀହ, ନିର୍ମଳ । ନିରାକାର, ନିର୍ଗୁଣ, ନିତ୍ୟ, ଅବିନାଶୀ ପରମାତ୍ମା ପରମେଶ୍ୱରଙ୍କର ସାକାର, ସଗୁଣ ସ୍ୱରୂପ ହିଁ ଶ୍ରୀଜଗନ୍ନାଥ ।
ଥ – ‘ଥ’ର ଅର୍ଥ ପର୍ବତ, ଭୟତ୍ରାତା, ମଙ୍ଗଳ, ରକ୍ଷଣ । ସେ ଅଜୟ, ଅନାଥର ନାଥ, ଭୟ ନାଶକ, ସର୍ବ ମଙ୍ଗଳକାରକ । ସେ ଦ୍ରୌପଦୀଙ୍କର ମାନ ରକ୍ଷଣ, ଗଜ ଉଦ୍ଧାରଣ ପରି ସମସ୍ତଙ୍କର ଦୁଃଖ ଦୂର କରନ୍ତି ।
