୨୦୨୭ ସୁଦ୍ଧା ଫାଇଲେରିଆସିସ୍ର ଦୂରୀକରଣ ନିମନ୍ତେ ଭାରତ ସରକାର ପ୍ରତିବଦ୍ଧ । ଏଥିନିମନ୍ତେ ଭାରତର ଜାତୀୟ କାର୍ଯ୍ୟକ୍ରମ ସମ୍ପ୍ରତି ପାଂଚସୂତ୍ରୀ ରଣକୌଶଳ ନେଇ କାର୍ଯ୍ୟକାରୀ କରାଯାଉଛି:
୧. ସାମୂହିକ ଔଷଧ ସେବନ (ଏମଡିଏ): ରୋଗପ୍ରବଣ ଅଞ୍ଚଳରେ ଫାଇଲେରିଆସିସ୍ ବ୍ୟାପିବା ରୋକିବା ସକାଶେ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବା ଅତ୍ୟନ୍ତ ଜରୁରୀ ।
୨. ଗୋଦର ଗୋଡର ଯତ୍ନ ଏବଂ ହାଇଡ୍ରୋସିଲ ଅସ୍ତ୍ରୋପଚାର ।
୩. ଭେକ୍ଟର (ମଶା ) ନିୟନ୍ତ୍ରଣ
୪. ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ, ପଂଚାୟତି ରାଜ ମନ୍ତ୍ରଣାଳୟ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏବଂ ସହରାଂଚଳ ଓ ଗ୍ରାମାଂଚଳ ବିକାଶ ମନ୍ତ୍ରଣାଳୟ ଆଦି ସମ୍ବନ୍ଧିତ ମନ୍ତ୍ରଣାଳୟର ସମ୍ମିଳିତ ପ୍ରୟାସ
୫. ଡିଜିଟାଲ ପ୍ଳାଟଫର୍ମଗୁଡିକର ସମନ୍ୱିତ ପ୍ରୟାସ ଦ୍ବାରା ଜନ ସଚେତନତା