ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟର ୨୪ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l
ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ ।
କ୍ୟାବିନେଟ ବୈଠକରେ ମୋଟ ୬ ଟି ବିଭାଗର ୦୭ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲl l
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୧ଟି, ସମବାୟ ବିଭାଗ ର ୧ ଟି, ଅର୍ଥ ବିଭାଗର ୧ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୨ ଟି, ବାଣିଜ୍ୟ ଓ ପରିବହନ ବିଭାଗର ୧ଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧ଟି ଏହିପରି ମୋଟ ୭ଟି ପ୍ରସ୍ତାବ ଆଗତ ପୂର୍ବକ ସମସ୍ତ ପ୍ରସ୍ତାବ କ୍ୟାବିନେଟ ବୈଠକ ରେ ପାରିତ ହୋଇଛି l
-ରାଜ୍ୟ ସଂଗ୍ରାହଳୟର ପୃଥକ ‘ସଂଗ୍ରାହଳୟ ନିର୍ଦେଶାଳୟ’ ପ୍ରତିଷ୍ଠାକୁ ମଞ୍ଜୁରୀ , ଅଧିକ ଉତ୍ତମ ପରିଚାଳନା ଏବଂ ସହଯୋଗିତା ପାଇଁ ପଦକ୍ଷପ
-ମଡେଲ ମଣ୍ଡି ସ୍ଥାପନ ପ୍ରସ୍ତାବକୁ ମଞ୍ଜୁରୀ, ଚାଷୀ, ବ୍ୟବସାୟୀ ଏବଂ ଅନ୍ୟାନ୍ୟ ଭାଗିଦାରମାନଙ୍କ ପାଇଁ ସମସ୍ତ ଜରୁରୀ ବିପଣନ ସମ୍ବନ୍ଧିତ କାର୍ଯ୍ୟକୁ ଗୋଟିଏ ଛାତ ତଳେ ସମନ୍ବିତ କରିପାରିବ, ପ୍ରଥମ ପର୍ଯ୍ୟାୟରେ 38 ଟି ମଡେଲ ମଣ୍ଡି ବିକଶିତ କରିବାର ଯୋଜନା ରହିଛି, ଏଥିପାଇଁ 300 କୋଟି ତାଙ୍କର ବ୍ୟୟ ଅଟକଳ ରହିଛି, ପରେ ଆଉ 62 ଟି ମଡେଲ ମଣ୍ଡି ବିକଶିତ କରାଯିବ , ଏହି ଯୋଜନା 2027 ମଧ୍ୟରେ କାର୍ଯ୍ୟକାରୀ ହେବ
- ବିଭିନ୍ନ ବିଭାଗରେ ଥିବା ଅମଲା କ୍ୟାଡର ଅନ୍ତର୍ଭୁକ୍ତ କର୍ମଚାରୀମାନଙ୍କର ଦରମାରେ ଥିବା ତାରତମ୍ୟ ଦୂର ନିଷ୍ପତିକୁ ମୋହର, ଏଣିକି ସାଧାରଣ କ୍ୟାଡର ରହିବେନାହିଁ
- ପାଞ୍ଚ ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ ସହିତ ସମ୍ବଲପୁର ସହର କୁ 24*7 ଘଣ୍ଟା ଜଳ ଯୋଗାଣ ବ୍ୟବସ୍ଥା ସହିତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ନତି ପାଇଁ ବିଡିଂ ପ୍ରକ୍ରିୟା /ଟେଂଡର ଫଳାଫଳକୁ ଅନୁମୋଦନ
-ଓଡିଶା ର 110 ଟି ସହରାଂଚଳ ସ୍ଥାନୀୟ ସଂସ୍ଥା ରେ ଏଲଇଡ଼ି ସାର୍ବଜନୀନ ସ୍ତ୍ରୀଟି ଲାଇଟ ପ୍ରକଳ୍ପ (ରିଟ୍ରଫିଟିଙ୍ଗ ଷ୍ଟ୍ରେଚ) କାର୍ଯ୍ୟାନ୍ୱୟନ ପାଇଁ ପାଣ୍ଠି ଯୋଗାଣ ନିମନ୍ତେ ଅନମୋଦନ
-ବିଜୁ ପଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନର ରକ୍ଷଣାବେକ୍ଷଣ , ମରାମତି ଓ ନବୀକରଣ ସୁବିଧା ପ୍ରତିଷ୍ଠାକୁ ସହଜ କରିବା ପାଇଁ ଏମଆରଓ କୁ କାର୍ଯ୍ୟକାରୀ କରିବାକୁ ଶିଳ୍ପ ନୀତି 2022 ସଂକଳ୍ପ ବ୍ୟତୀତ ଅତିରିକ୍ତ ପ୍ରୋତ୍ସାହନ ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ ଦ୍ୱାରା ଅନୁମୋଦନ
-ଓଡିଶା ନର୍ସିଙ୍ଗ ଶିକ୍ଷା ସେବା ନିୟମ 2025 ତିଆରି ପ୍ରସ୍ତାବ କୁ ମଞ୍ଜୁରୀ, ଆଉ ୮ଟି ସରକାରୀ ନର୍ସିଂ କଲେଜ ପ୍ରତିଷ୍ଠା ହେବ