
ମଙ୍ଗଳବାର ଆମେରିକାର ସେନେଟ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଟିକସ ଛାଡ଼ ଏବଂ ଖର୍ଚ୍ଚ କାଟ ବିଲ୍ କୁ ଅଳ୍ପ ଭୋଟରେ ପାସ୍ କରିଛି। 940 ପୃଷ୍ଠାର ‘ ବିଗ ବିଉଟିଫୁଲ ଟାକ୍ସ ବିଲ୍ ଆଇନ’ ହେଉଛି ଟ୍ରମ୍ପଙ୍କ ପ୍ରମୁଖ ଆଇନ। ପ୍ରଥମେ ବିଲ୍ ସପକ୍ଷରେଓ ବିପକ୍ଷରେ 50ଟି ଲେଖାଏଁ ଭୋଟ ପଡିଥିଲା। କିନ୍ତୁ ଉପରାଷ୍ଟ୍ରପତି ଜେ ଡି ଭାନ୍ସ ସମାଧାନ କରିଥିଲେ। ଏଏଫ୍ ପି ଅନୁଯାୟୀ, ସେନେଟ୍ ସଂଖ୍ୟାଗରିଷ୍ଠ ନେତା ଜନ୍ ଥୁନ୍ ଡେମୋକ୍ରାଟଙ୍କ ପକ୍ଷ ନେବା ପାଇଁ ଆଗ୍ରହୀ ଦୁଇଜଣ ମଧ୍ୟମବାଦୀଙ୍କୁ ଫେରାଇ ଦେବା ପରେ ଏହି ସମାନତା ଘଟିଥିଲା।
ଟ୍ରମ୍ପ୍ ଆମେରିକା କଂଗ୍ରେସକୁ ବିଲ୍ ପାସ୍ ପାଇଁ 4 ତାରିଖ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ବିଲରେ ସାମରିକ ଖର୍ଚ୍ଚରେ 150 ବିଲିୟନ ଡ଼ଲାର ବୃଦ୍ଧି ଏବଂ ଆମେରିକାର ରାଷ୍ଟ୍ରପତିଙ୍କ ଗଣ ନିର୍ବାସନ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିସହ ବିଲ୍ ରେ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳର ଟିକସ କାଟ ବାବଦ 4.5 ଟ୍ରିଲିୟନ ଡ଼ଲାର ବ୍ୟବସ୍ଥା ରହିଛି।
ଏଥିସହ ମେଡିକେଡ୍ ସ୍ୱାସ୍ଥ୍ୟ ବୀମା କାର୍ଯ୍ୟକ୍ରମ ବାବଦ 1.2 ଟ୍ରିଲିୟନ ଡ଼ଲାର ପର୍ଯ୍ୟନ୍ତ ହ୍ରାସ ପ୍ରସ୍ତାବ ବିଲରେ କରାଯାଇଛି। ଏହା ପ୍ରାୟ 8.6 ନିୟୁତ ଆମେରିକୀୟଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ କଭରେଜ୍ ରୁ ବଞ୍ଚିତ କରିପାରେ। ଏହି ବିଲ୍ ସବୁଜ ଶକ୍ତି ଟିକସ କ୍ରେଡିଟ୍ ରୁ କୋଟି କୋଟି ଡଲାର ପ୍ରତ୍ୟାହାର କରାଯାଇଛି । ଯାହାକୁ ନେଇ ପରିବେଶବାଦୀମାନେ ସତର୍କତା ପ୍ରକାଶ କରିଛନ୍ତି।
ରାତାରାତି ଅଧିବେଶନ ପରେ ବିଲ୍ ପାସ୍ ହୋଇଛି। ପ୍ୟାକେଜ୍ କେବଳ ଡେମୋକ୍ରାଟଙ୍କ ଠାରୁ ନୁହେଁ ବରଂ ରିପବ୍ଲିକାନ୍ ପଦରୁ ମଧ୍ୟ ବିରୋଧର ସମ୍ମୁଖୀନ ହେଉଛି ।
ବିଲ୍ କୁ ବିରୋଧ କରୁଥିବା ରିପବ୍ଲିକାନ୍ ମାନେ ହେଲେ – ଉତ୍ତର କାରୋଲିନାର ସେନେଟର ଥମ୍ ଟିଲିସ୍, ମେନ୍ ର ସୁସାନ୍ କଲିନ୍ସ ଏବଂ କେଣ୍ଟୁକିର ରାଣ୍ଡ ପଲ୍।
ବିଲ୍ ଏବେ ପ୍ରତିନିଧି ସଭାକୁ ଯିବ । ସେଠାରେ ସ୍ୱାସ୍ଥ୍ୟସେବା ଏବଂ ଖାଦ୍ୟ ସହାୟତା କାର୍ଯ୍ୟକ୍ରମ ବଜେଟ ହ୍ରାସକୁ ବିରୋଧ କରୁଥିବା ରିପବ୍ଲିକାନ୍ ମାନଙ୍କ ସହିତ ଡେମୋକ୍ରାଟମାନେ ବିଲକୁ ବିରୋଧ କରିପାରନ୍ତି।
ଟ୍ରମ୍ପଙ୍କ ସହ ମତଭେଦ ରଖୁଥିବା କୋଟିପତି ଏଲୋନ୍ ମସ୍କ ସୋମବାର X ରେ ଏକ ପୋଷ୍ଟରେ କହିଛନ୍ତି ଯେ, ଏହି ବିଲ ପାସ ହେବା ଦ୍ୱାରା ସେ ଏକ ନୂତନ ଦଳ ଆରମ୍ଭ କରିବେ। ସେ ଲେଖିଛନ୍ତି ଯେ, “ଆମ ଦେଶକୁ ଡେମୋକ୍ରାଟ୍-ରିପବ୍ଲିକାନ୍ ୟୁନିପାର୍ଟିର ବିକଳ୍ପ ଆବଶ୍ୟକ ଯାହା ଦ୍ୱାରା ଲୋକଙ୍କ ପ୍ରକୃତରେ ଏକ ସ୍ୱର ଅଛି,” ।
ମସ୍କ କଂଗ୍ରେସର ସେହି ସଦସ୍ୟମାନଙ୍କୁ ମଧ୍ୟ ସମାଲୋଚନା କରିଥିଲେ ଯେଉଁମାନେ ସରକାରୀ ଖର୍ଚ୍ଚ ହ୍ରାସ କରିବା ପାଇଁ ପ୍ରଚାର କରି ସତ୍ୱେ ବିଲ୍କୁ ସମର୍ଥନ କରିଥିଲେ।