ବାଙ୍କିପୁର ଉପନିର୍ବାଚନରେ ବିଜେପିର ପରାଜୟ ପରେ ନୀତିନ ନବୀନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ରଣନୀତିକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ଚାଲିଛି।
ଅଧ୍ୟକ୍ଷ ପଦ ଛାଡିବେକି ନୀତିନ ନବୀନ?
ଜାଣିଶୁଣି ଉପନିର୍ବାଚନ ହାରିଲା କି ବିଜେପି?
ବିଜେପି ପରାଜୟ ପଛରେ ରହିଛି ରହସ୍ୟ!
ଖୁବଶୀଘ୍ର ପଡ଼ିବ ନୀତିନ ନବୀନଙ୍କ ୱିକେଟ୍! ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ବିଦା ହେବେ ନବୀନ! ବାଙ୍କିପୁର ଆସନ ହାରିବା ପରେ ଚିନ୍ତାରେ ବିଜେପି! ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିଜ ଆସନରୁ କେମିତି ହାରିଲା ବିଜେପି? ଖାଲି ବାଙ୍କିପୁର କାହିଁକି? ୨୦ ବର୍ଷ ଧରି ବିଜେପିର ଗଡ଼ ଥିବା ମହାରାଷ୍ଟ୍ରର ଦାତିଆରୁ କେମିତି ହାରିଲେ ବିଜେପି ପ୍ରାର୍ଥୀ? କଣ ସତରେ କମିଯାଇଛି ବିଜେପିର କାଟତି? ପେପର ଲିକ୍ ଆନ୍ଦୋଳନର ଯଜ୍ଞକୁଣ୍ଡରେ ସ୍ୱାହା ହୋଇଛି କି ବିଜେପିର ଲୋକପ୍ରିୟତା? ସିଜେପି ଲେଖିଦେଇଛି କି ବିଜେପି ପତନର ପଟକଥା? ବାଙ୍କିପୁର ଆସନରେ ପ୍ରଶାନ୍ତ କିଶୋରଙ୍କ ବିଜୟ କ’ଣ ବାସ୍ତବରେ ସେହି ପଟକଥାର ଟ୍ରେଲର? ନା ଏହା ପଛରେ ରହିଛି କିଛି ଗୁଢ଼ ରହସ୍ୟ? ବିଜେପିର ପରାଜୟ ସୃଷ୍ଟି କରିଛି ଏ ତମାମ ପ୍ରଶ୍ନ ।
ରାଜନୈତିକ ମହଲରେ ଆଲୋଚନା ହେଉଛି ଯେ, ବାଙ୍କିପୁର ପରାଜୟ ପଛରେ ମୋଦୀଙ୍କ ମାଷ୍ଟରଷ୍ଟ୍ରୋକ୍! ବିରୋଧୀଙ୍କୁ ସେମାନଙ୍କ ଜାଲରେ ଛନ୍ଦି ଦେଇଛନ୍ତି ମୋଦି। ବିଜେପି ଉପରୁ ହଟାଇ ଦେଇଛନ୍ତି ‘ଇଭିଏମ୍ ଚୋର, ଭୋଟ୍ ଚୋର’ର ଦାଗ! ପ୍ରତି ନିର୍ବାଚନ ପରେ ବିଜେପି ବିରୋଧରେ ବିରୋଧୀ ଆଣୁଥିଲେ ଇଭିଏମ୍ ଗଡ଼ବଡ଼ି ଓ ଭୋଟ୍ ଚୋରିର ଅଭିଯୋଗ। କିନ୍ତୁ ଏବେ ଗୋଟିଏ ବାଙ୍କିପୁର ଆସନ ହାରି ବିଜେପି ବଞ୍ଚାଇ ଦେଇଛି ନିଜର ଭାବମୂର୍ତ୍ତି! ଠିକ୍ ସେମିତି, ଯେମିତି ଜଣେ ପ୍ରଧାନଙ୍କୁ ବଳି ଦେଇ ପ୍ରଧାନମନ୍ତ୍ରୀଙ୍କ କୁର୍ସି ବଞ୍ଚାଇ ଦେଇଥିଲା ସିଜେପି ଆନ୍ଦୋଳନ ବେଳେ ବିଜେପି।
ଏମିତି ବି ଆଲୋଚନା ହେଉଛି ଯେ, ବାଙ୍କିପୁର ପରାଜୟ ମୋଦୀଙ୍କ ମାଷ୍ଟରଷ୍ଟ୍ରୋକ୍ ଆଉ ଅମିତ ଶାହଙ୍କ ଚାଣକ୍ୟ ନୀତିର ଏକ ଅଂଶ! ବହୁ ପୂର୍ବରୁ ଯାହାକୁ ନେଇ ହୋଇସାରିଥିଲା ପ୍ଲାନ୍! କ’ଣ ଏହି ପ୍ଲାନ୍? କଣ ଏ ପ୍ଲୋନ ଜାଣନ୍ତୁ…
କାଳେ ଜାଣିଜାଣି ବିଜେପିର ଜଣେ ବଡ଼ ନେତାଙ୍କ ଆସନ ଖାଲି କରାଯାଇଥିଲା! ଏଥିପାଇଁ ଚୟନ କରାଯାଇଥିଲା ବାଙ୍କିପୁର ଆସନକୁ। କାରଣ ଏହା ଏଭଳି ଆସନ, ଯେଉଁଠୁ ବିଜେପି ହାରିବ ବୋଲି କେହି କେବେ ସ୍ୱପ୍ନରେ ସୁଦ୍ଧା ଭାବିପାରିବେ ନାହିଁ! କାରଣ ଏହା ଥିଲା ବିଜେପିର ସବୁଠାରୁ ଦୃଢ଼ ଦୁର୍ଗଗୁଡ଼ିକ ମଧ୍ୟରୁ ଗୋଟିଏ। ନୀତିନ ନବୀନ ରାଜ୍ୟସଭା ଯିବା ପରେ ଖାଲି ପଡ଼ିଥିଲା ବାଙ୍କିପୁର ଆସନ। ଜୁଲାଇ ୩୦ରେ ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର କରିଥିଲେ ନୀତିନ ନବୀନ ଓ ବିଜେପିର ବଡ଼ ନେତାମାନେ। କିନ୍ତୁ ସିପିଜେ ପ୍ରୋଟେଷ୍ଟର ଆଳ ଦେଖାଇ ପ୍ରଚାର ପାଇଁ ଯାଇନଥିଲେ ମୋଦି-ଶାହ। କାରଣ ମୋଦି-ଶାହଙ୍କ ପ୍ରଚାର ସତ୍ତ୍ୱେ ବିଜେପି ହାରିଲା—ଏଭଳି ଧାରଣା ଲୋକଙ୍କ ଭିତରେ ଛାଡ଼ିବାକୁ ଚାହୁଁନଥିଲେ ବିଜେପିର ବଡ଼ ବଡ଼ ନେତା। ବିଜେପିକୁ ସୁହାଇଲା ଗୋଳିପାଣି । ବିଜେପି ହାରିଲା ବାଙ୍କିପୁର ଓ ଦାତିଆ ବିଧାନସଭା ଆସନ । ଆଉ ଜିତିଗଲା ଭୋଟ୍ ଚୋରି ଅଭିଯୋଗ ମିଛ ବୋଲି ପ୍ରମାଣ କରିବାର ଚ୍ୟାଲେଞ୍ଜ! ଏବେ ନ ପଚାରିବା ଲୋକ ବି ବିରୋଧୀ ଦଳଗୁଡ଼ିକୁ ପଚାରୁଛନ୍ତି— ଭୋଟ୍ ଚୋର ବାସ୍ତବରେ କିଏ? ଇଭିଏମରେ ଜାଲିଆତି ହୋଇଛି କି ନାହିଁ?
କାନମୁଣ୍ଡା ଆଉଁଶିଲେଣି ବିରୋଧୀ! ବିରୋଧୀ ଡାଳେ ଡାଳେ ଗଲେ, ମୋଦୀ ପାତ୍ରେ ପାତ୍ରେ ଯିବା ନେତା! ପଶ୍ଚିମବଙ୍ଗ ନିର୍ବାଚନ ପରେ ଭୋଟ୍ ଚୋରିକୁ ନେଇ ଖୁବ୍ ଗର୍ଜିଥିଲେ ବିରୋଧୀ। ଇଭିଏମ୍ ଷ୍ଟୋର ହାଉସ୍ ବିଜେପି ଜାଳିଦେଇଥିବା ଅଭିଯୋଗ ବି କରିଥିଲା କଂଗ୍ରେସ ଓ ଟିଏମ୍ସି। ଆଜି ନିଜେ ଫିଙ୍ଗିଥିବା କାଦୁଅରେ ସାଲୁବାଲୁ ହୋଇଛନ୍ତି ବିରୋଧୀ! ଉପନିର୍ବାଚନ ହାରିକି ବି ବିଜେପି ଶିବିରରେ ଚାଲିଛି ବିଜୟ ଉତ୍ସବ!