ବିଜୟଙ୍କ ପାଇଁ ତ୍ରିଷା ହେଲେ କଣ୍ଟା! ସଙ୍ଗୀତା ନେବେ କି ବଡ଼ ଦାୟିତ୍ୱ?
ସଙ୍ଗୀତା ଫେରିବେ ତାମିଲନାଡୁ! ସମ୍ଭାଳିବେ କି ‘ମିସେସ୍ CM’ଙ୍କ କୁର୍ସି?
ବିଜୟଙ୍କ ପାଇଁ ତ୍ରିଷା ହେଲେ କଣ୍ଟା! ସଙ୍ଗୀତା ନେବେ କି ବଡ଼ ଦାୟିତ୍ୱ?
‘ମିସେସ୍ CM’ କିଏ? ସଙ୍ଗୀତା ନା ତ୍ରିଷା? ବିଜୟଙ୍କୁ ନେଇ ବଢ଼ିଲା ଚର୍ଚ୍ଚା!
ଲଣ୍ଡନରୁ ଫେରିବେ କି ସଙ୍ଗୀତା? ତାମିଲନାଡୁ ଆସି ସମ୍ଭାଳିବେ କି ‘ମିସେସ୍ CM’ଙ୍କ କୁର୍ସି? ତାମିଲନାଡୁକୁ ନୂଆ ରୂପ ଦେଉଛନ୍ତି CM ବିଜୟ ଥଲପତି। କିଏ ଦେବେ ତାଙ୍କ ସାଥ୍? କିଏ ନିଭାଇବେ ‘ମିସେସ୍ CM’ଙ୍କ ଦାୟିତ୍ୱ? ଫେରିବେ ସଙ୍ଗୀତା, ନା ତ୍ରିଷା ମାରିବେ ବାଜି?
ତ୍ରିଷାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାର ଚର୍ଚ୍ଚା ମଧ୍ୟରେ ରାଜ୍ୟବାସୀଙ୍କ ମନରେ ଏବେ ଏହି ପ୍ରଶ୍ନ। DMK ନେତା ଉଦୟନିଧିଙ୍କ ପରେ ତ୍ରିଷାଙ୍କୁ ନେଇ ବିଜୟଙ୍କୁ AIADMK ନେତାଙ୍କ ଟାର୍ଗେଟ୍। ବିଜୟ କେବେ ତାଙ୍କ ପ୍ରେମିକା ତ୍ରିଷାଙ୍କୁ ଉପମୁଖ୍ୟମନ୍ତ୍ରୀ କରୁଛନ୍ତି, ତାହାକୁ ତାମିଲନାଡୁ ଅପେକ୍ଷା କରିଛି ବୋଲି କଟାକ୍ଷ କରିଛନ୍ତି ବରିଷ୍ଠ AIADMK ନେତା ଆର୍. ବି. ଉଦୟକୁମାର। ଉଦୟକୁମାରଙ୍କ ବୟାନକୁ ବିରୋଧ କରି ତ୍ରିଷାଙ୍କ ପ୍ରଶଂସକମାନେ ମଦୁରାଇର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ଲଗାଇଛନ୍ତି।
ବିଜୟଙ୍କ ପାଇଁ ମୁସ୍କିଲ୍ ହେଉଛି ଲୁଚାଛପା ପ୍ରେମ! ରାଜନୀତିର ରାସ୍ତାରେ ବିଜୟଙ୍କ ପାଇଁ କଣ୍ଟା ପାଲଟି ଯାଉଛନ୍ତି ତ୍ରିଷା। କିଛିଦିନ ପୂର୍ବେ କାବେରୀ ପ୍ରସଙ୍ଗରେ ତ୍ରିଷାଙ୍କୁ ଟାଣି ବିଜୟଙ୍କୁ ଟାର୍ଗେଟ୍ କରି ଡବଲ୍ ମିନିଂ ବୟାନ ଦେଇଥିଲେ DMK ନେତା ଉଦୟନିଧି।
ଯାହାକୁ TVK ମହିଳା ୱିଙ୍ଗ୍ କଡ଼ା ବିରୋଧ କରିବା ସହ ପୋଲିସ ନିକଟରେ ଅଭିଯୋଗ କରିଥିଲା। ଏହାପରେ ଷ୍ଟାଲିନ୍ ଜୁନିୟରଙ୍କୁ ଗିରଫ ହେବାକୁ ପଡ଼ିଥିଲା। ତେବେ ଉଦୟନିଧି ଷ୍ଟାଲିନ୍ କହିଥିଲେ ଯେ, ତାଙ୍କ ବୟାନ ତ୍ରିଷାଙ୍କୁ ଉଦ୍ଦେଶ୍ୟ କରି ଦିଆଯାଇନଥିଲା।
ତ୍ରିଷା ତାମିଲନାଡୁର CM ହେବାକୁ ସ୍ୱପ୍ନ ଦେଖନ୍ତି। ବହୁ ପୂର୍ବରୁ ସେ ନିଜର ଏହି ଇଚ୍ଛା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ଫିଲ୍ମ କ୍ୟାରିୟରରେ ବିଜୟଙ୍କ ସହ ତାଙ୍କ ନାଁ ବେଶ୍ ଯୋଡ଼ା ଯାଇଥିଲା। ଉଭୟଙ୍କୁ ସବୁବେଳେ ଏକାଠି ଦେଖିବାକୁ ମିଳିଥିଲା। ବିଜୟ CM ହେବା ପରେ ତ୍ରିଷା ହିଁ ପ୍ରଥମ ବ୍ୟକ୍ତି ଭାବେ ତାଙ୍କ ଘରେ ପହଞ୍ଚିଥିଲେ। CM ଭାବେ ବିଜୟ ଯେତେବେଳେ ଶପଥ ନେଲେ, ସେତେବେଳେ ସମାରୋହରେ ତ୍ରିଷାଙ୍କ ଖୁସି ତାଙ୍କ ଚେହେରାରେ ସ୍ପଷ୍ଟ ଦେଖାଯାଉଥିଲା।
ବହୁ ପୂର୍ବରୁ ବିଜୟ-ସଙ୍ଗୀତାଙ୍କ ‘ପତି-ପତ୍ନୀ ଔର୍ ୱୋ’ର କାହାଣୀରେ ସେହି ‘ୱୋ’ ପାଲଟି ଯାଇଥିଲେ ତ୍ରିଷା। ଏପରିକି ସଙ୍ଗୀତା ଡିଭୋର୍ସ ପାଇଁ ଅର୍ଜି ମଧ୍ୟ ଦାଖଲ କରିଥିଲେ। କିନ୍ତୁ ପୁଅ ଜେସନ୍ ସଞ୍ଜୟଙ୍କ ଗୋଟିଏ କଥା ଘରକୁ ବଞ୍ଚାଇ ଦେଇଥିଲା। ଜେସନ୍ କହିଥିଲେ, “ମୋ ଆପ୍ପା ଏବେ CM। ମୋତେ ଏବଂ ଆମ ପରିବାରକୁ ଏହି ଲିଗାସିକୁ ଆଗକୁ ନେବାକୁ ପଡ଼ିବ।” ଏହାପରେ ସଙ୍ଗୀତା ଡିଭୋର୍ସ ଅର୍ଜି ପ୍ରତ୍ୟାହାର କରିନେଇଥିଲେ।
ବିଜୟଙ୍କୁ ଟାର୍ଗେଟ୍ କରିବା ପାଇଁ ତ୍ରିଷା ବିରୋଧୀଙ୍କ ପାଇଁ ଏକ ଅସ୍ତ୍ର ପାଲଟିଛନ୍ତି। ଏମିତିରେ ସଙ୍ଗୀତା ନିଜ ସ୍ୱାମୀଙ୍କ ସାଥ୍ ଦେବେ କି? ଲଣ୍ଡନରୁ ଫେରି ସମ୍ଭାଳିବେ କି ‘ମିସେସ୍ CM’ଙ୍କ କୁର୍ସି?