ଅହମ୍ମଦାବାଦ: ଏୟାର ଇଣ୍ଡିଆର ବିମାନ AI 171 ବିଜେ ମେଡିକାଲ କଲେଜ ହଷ୍ଟେଲରେ ଦୁର୍ଘଟଣା ସ୍ଥଳରୁ ମିଳିଛି 15 ଟି ମାନବ ଦେହାବଶେଷ । ଜୁନ୍ ୨୭ ତାରିଖରେ ଏକ ଫିମର ହାଡ଼ ଉଦ୍ଧାର କରାଯାଇଥିଲା। ତାହାର ଡିଏନଏ ମେଳା କରାଯାଇଛି । ଡିଏନଏ ବାହାର କରିବାର ପ୍ରକ୍ରିୟା ଚାଲିଛି ଏବଂ ପରିଚୟ ନିଶ୍ଚିତ ହେବା ପରେ ଏହାକୁ ରେଫରାଲ୍ ନମୁନା ସହିତ ମେଳ କରି ସମ୍ପୃକ୍ତ ପରିବାରକୁ ହସ୍ତାନ୍ତର କରାଯିବ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ କହିଛନ୍ତି। ଜୁନ୍ 28 ରେ ବିମାନର ଶେଷ ଯାତ୍ରୀ, କଚ୍ଛର ଅନିଲ ଖିମାନୀଙ୍କ ପୋଡ଼ିଯାଇଥିବା ଅବଶେଷର ଡିଏନଏ ମେଳ ପରେ ସ୍ୱାସ୍ଥ୍ୟ ବିଭାଗ ହସ୍ପିଟାଲ ମାଧ୍ୟମରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।
ବୋଇଂ 787 ବିମାନ ଦୁର୍ଘଟଣାରେ ମୋଟ 260 ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଛି। ସେମାନଙ୍କ ମଧ୍ୟରୁ 254 ଜଣଙ୍କର ଡିଏନଏ ନମୁନା ମେଳ କରି ଏବଂ ଛଅ ଜଣଙ୍କର ମୁହଁ ଚିହ୍ନଟ କରାଯାଇଛି। ବିମାନରେ ଥିବା ବିଶ୍ୱାସ କୁମାର ରମେଶ ହେଉଛନ୍ତି ଦୁର୍ଘଟଣାର ଏକମାତ୍ର ବଞ୍ଚିଯାଇଥିବା ବ୍ୟକ୍ତି।