ଭାରତ ଏବଂ ଚୀନ୍ ସମେତ ରୁଷ ସହିତ ବ୍ୟବସାୟ ଜାରି ରଖିଥିବା ଦେଶଗୁଡ଼ିକ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲଗାଇପାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ। ରିପବ୍ଲିକାନ୍ ସେନେଟର୍ ଲିଣ୍ଡସେ ଗ୍ରାହାମ୍ କହିଛନ୍ତି, “ଯଦି ଆପଣ ରୁଷରୁ ଉତ୍ପାଦ କିଣୁଛନ୍ତି ଏବଂ ଆପଣ ୟୁକ୍ରେନକୁ ସାହାଯ୍ୟ କରୁନାହାଁନ୍ତି, ତେବେ ଆମେରିକାକୁ ଆସୁଥିବା ଆପଣଙ୍କ ଉତ୍ପାଦ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲାଗୁ ହେବ। ଭାରତ ଏବଂ ଚୀନ୍ ପୁଟିନଙ୍କ ତେଲର ୭୦ ପ୍ରତିଶତ କିଣନ୍ତି। ପୁଟିନ ତାଙ୍କର ଯୁଦ୍ଧ ମେସିନ୍ ଚାଲୁ ରଖିଛନ୍ତି।”
ଲିଣ୍ଡସେ ଗ୍ରାହାମ୍ ପ୍ରକାଶ କରିଛନ୍ତି ଯେ ଡେମୋକ୍ରାଟିକ୍ ସେନେଟର୍ ରିଚାର୍ଡ ବ୍ଲୁମେନ୍ଥଲଙ୍କ ସହ-ପ୍ରାୟୋଜିତ ଏହି ବିଲ୍ର ସେନେଟରେ ୮୪ ଜଣ ସମର୍ଥକ ଅଛନ୍ତି ଏବଂ ଏହା ଅଗଷ୍ଟରେ ଆଗତ ହେବାର ଆଶା କରାଯାଉଛି।