ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଦେଶର ତୃତୀୟ ସର୍ବୋଚ୍ଚ ଯୁଦ୍ଧକାଳୀନ ବୀରତ୍ୱ ପୁରସ୍କାର ‘ବୀରଚକ୍ର’ ଘୋଷଣା କରିଛନ୍ତି । ଅପରେସନ ସିନ୍ଦୂରରେ ସାହସିକତା ପାଇଁ ୯ ଜଣ ବାୟୁସେନା ଅଧିକାରୀଙ୍କୁ ଚଳିତ ବର୍ଷ ସମ୍ମାନ ସ୍ୱାଧୀନତା ଦିବସ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ । ମୁରିଦ୍କେ ଓ ବାହାୱଲପୁର ଆତଙ୍କୀ ଆଡ୍ଡା ଧ୍ବଂସ କରିବାରେ ଏହି ବାୟୁସେନା ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଏମାନେ ସେଠାରେ ଲସ୍କର-ଏ-ତୋଇବା (ଏଲଇଟି) ଓ ଜୈଶ-ଏ-ମହମ୍ମଦ (ଜେଇଏମ) ଆତଙ୍କୀ ସଂଗଠନର ମୁଖ୍ୟାଳୟ ସମେତ ପାକିସ୍ତାନୀ ସୈନ୍ୟ ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିଥିଲେ। ଏଥିସହ ୧୩ ଜଣ ବାୟୁସେନା ଅଧିକାରୀଙ୍କୁ ବିଶିଷ୍ଟ ଯୁଦ୍ଧସେବା ମେଡାଲ୍ ରେ ସମନ୍ୱିତ କରାଯିବ । ଏହି ବାୟୁସେନା ଅଧିକାରୀ ହେଲେ ଏୟାର ଭାଇସ୍ ମାର୍ଶଲ ଯୋଶେଫ୍ ସୁରେଶ, ଏଭିଏମ୍ ପ୍ରଜୁଆଲ ସିଂ, ଏୟାର କମାଣ୍ଡର ଅଶୋକ ରାଜ ଠାକୁର, ଗ୍ରୁପ୍ କ୍ୟାପଟେନ୍ ରଞ୍ଜିତ ସିଂହ ସିଦ୍ଧୁ, ମନୀଷ ଆରୋରା, ଅନିମେଶ ପାଟନୀ, କୁନାଲ କାଲରା, ୱିଙ୍ଗ କମାଣ୍ଡର ଜୟ ଚନ୍ଦ୍ର, ସ୍କ୍ୱାଡ୍ରନ୍ ଲିଡର ସାର୍ଥକ କୁମାର, ସିଦ୍ଧାନ୍ତ ସିଂହ, ରିଜୱାନ ମଲିକ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅର୍ଶବୀର ସିଂହ ଠାକୁର ।
