ଭୁବନେଶ୍ୱର : ଓଡିଶା ସାଜିବ ସାମୁଦ୍ରିକ ଷ୍ଟାଟ ଅପ। ଆଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ଓଡ଼ିଶାକୁ ନୀଳ ଅର୍ଥନୀତିରେ ଦେଶର ଅଗ୍ରଣୀ ରାଜ୍ୟ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି, ସାମୁଦ୍ରିକ ବାୟୋଟେକ୍ ଗବେଷଣା ଓ ନବସୃଜନ କରିଡର (OMBRIC)। ଏହାଦ୍ୱାରା ପରିବେଶ ସୁରକ୍ଷା, ସାମୁଦ୍ରିକ ପର୍ଯ୍ୟଟନ, ନିବେଶ ଓ ନିଯୁକ୍ତି ସହ ଉପକୂଳ ଅଞ୍ଚଳର ଜୀବିକା ସହାୟତାକୁ ଗତି ମିଳିବ। ଗବେଷଣା ଓ ସହଯୋଗ ପାଇଁ 7ଟି ଶିକ୍ଷାନୁଷ୍ଠାନ ସହ ଏମଓୟୁ ସ୍ଵାକ୍ଷର ହୋଇଛି । ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ନୀଳ ଅର୍ଥନୀତିରେ ଅଗ୍ରଣୀ ରାଜ୍ୟ ହେବ ଓଡିଶା ।