ଦିନିକିଆ କ୍ରିକେଟ୍ ଦୁନିଆରେ ଦ୍ୱିଶତକ ହାସଲ କରି ଇତିହାସ ରଚିଛନ୍ତି ଶ୍ରୀଲଙ୍କା ଓପନର୍ ପଥୁମ ନିଶାଙ୍କା । ପୂର୍ବରୁ ଶ୍ରୀଲଙ୍କାର କୌଣସି ଖେଳାଳିଙ୍କ ନାମରେ ନ ଥିଲା ଦିନିକିଆ କ୍ରିକେଟରେ ୨୦୦ ରନ୍ କରିବାର ରେକର୍ଡ।

ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ିରମ୍ଭ ହୋଇଛି ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ। ସିରିଜର ପ୍ରଥମ ମ୍ୟାଚ ପଲ୍ଲେକଲେ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିଲା। ଯେଉଁଥିରେ ଶ୍ରୀଲଙ୍କା ଓପନର ନିଶାଙ୍କା ଦ୍ୱିଶତକ ହାସଲ କରି ଏହି ରେକର୍ଡ ସ୍ଥାପନ କରିଛନ୍ତି। ୨୫ ବର୍ଷୀୟ ନିଶାଙ୍କା ୧୩୯ଟି ବଲରୁ ୨୦ଟି ଚୌକା ଓ ୮ଟି ଗଗନଚୁମ୍ବୀ ଛକା ଦ୍ବାରା ୨୧୦ ରନ୍ସଂଗ୍ରହ କରି ଅପରାଜିତ ରହିଥିଲେ । ତାଙ୍କ ପୂର୍ବରୁ ଶ୍ରୀଲଙ୍କାର ସନଥ ଜୟସୂରିୟା ୨୦୦୦ ମସିହାରେ ଭାରତ ବିପକ୍ଷରେ ୧୮୯ ରନ୍ କରିଥିଲେ ।