BY: PRITISHREE NAYAK
କେତେ ଓଡ଼ିଆଙ୍କ ମୁଣ୍ଡ ଉପରେ ପଡିବ ଭିସା ଚଡ଼କ ? ନୂଆ H-1B ଭିସା ପଲିସି ପାଇଁ ଅଡୁଆରେ ପଡିବେ କେତେ ଓଡ଼ିଆ? ଚିନ୍ତାରେ ବିଦେଶୀ IT, ଇଞ୍ଜିନିୟରିଂ ଏବଂ ଗବେଷଣା ବୃତ୍ତିଧାରୀଙ୍କ ସହିତ ସେମାନଙକ୍ ପରିବାର । କନ୍ଦାଇଲାଣି H-1B ଭିସା । ଟ୍ରମ୍ପ ଖେଳିଲେ ବଡ଼ ଖେଳ । ଟାରିଫ ବୋମା ପରେ ଭିଜା ଭୂକମ୍ପ ।
ଆମେରିକାରେ କେତେ ଓଡ଼ିଆ ଟେକ୍ନି ଅଛନ୍ତି, ସେମାନେ H-1B ଉପରେ କାହିଁକି ନିର୍ଭର କରନ୍ତି ଏବଂ ଏମାନଙ୍କ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଭିଜା ନୀତିର ଅର୍ଥ କ’ଣ ?
ଓଡ଼ିଶାର କେତେ ପରିବାରର ପୁଅଝିଅ ବିଦେଶରେ ଏହିସବୁ ସେକ୍ଟରରେ କାମ କରୁଛନ୍ତି ଏବଂ ନୂଆ H-1B ଭିସା ନୀତି ଲାଗୁ ହେବା ପରେ ଏମାନେ ଏବେ କରିବେ କ’ଣ?
ମନୁଆ ଟ୍ରମ୍ପଙ୍କ ମାରଣା ନୀତି । ଯାହାର ପ୍ରତିଫଳନ ସ୍ବରୂପ ଏବେ ଭାରତୀୟମାନେ ବଡ଼ଧରଣର ଘାଟାରେ ପଡିବାକୁ ଯାଉଛନ୍ତି । ଗୋଟିଏ ଦିନରେ ଟ୍ରମ୍ପ H-1B ଫିରେ ଏକାଥରକେ ୧୦% ବୃଦ୍ଧି କରିଛନ୍ତି । ଅର୍ଥାତ ଏଣିକି ଏହି ଭିଜା ପାଇଁ ବାର୍ଷିକ ୧ ଲକ୍ଷ ଡଲାର ଦେବାକୁ ହେବ । ଅବଶ୍ୟ ଏହା ନୂଆ ଭିଜାଧାରୀଙ୍କ ପାଇଁ ଲାଗୁ ହେବ ବୋଲି ଆମେରିକା ପ୍ରଶାସନ କହିଛି । ତଥାପି ଏହା ଅନେକଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି । ତେବେ ଏ H-1B କଣ ତାହା ପ୍ରଥମେ ବୁଝନ୍ତୁ ।
ବାସ୍ତବରେ ଯୁକ୍ତରାଷ୍ଟ୍ରର H-୧B ଭିସା କାର୍ଯ୍ୟକ୍ରମ, ବିଦେଶୀ IT, ଇଞ୍ଜିନିୟରିଂ ଏବଂ ଗବେଷଣା ଭଳି ସ୍ୱତନ୍ତ୍ର ବୃତ୍ତିରେ କାମ କରିବାକୁ ବିଦେଶୀମାନଙ୍କୁ ଅନୁମତି ଦିଏ । ତେବେ ଆମେରିକାରେ ଏହି ଭିଜାଧାରୀଙ୍କ ମଧ୍ୟରୁ ସବୁଠୁ ବଡ଼ ଭାଗ ଅର୍ଥାତ ୭୦% କେବଳ ଭାରତୀୟ । କିନ୍ତୁ ଏହି ଭାରତୀୟଙ୍କ ମଧ୍ୟରେ କତେ ଓଡ଼ିଆ ଅଛନ୍ତି ଏବଂ ଟ୍ରମ୍ପଙ୍କ ନୂଆ H-1B ଭିଜା ନୀତି ଦ୍ବାରା ସେମାନେ କିଭଳି ପ୍ରଭାବିତ ହେବେ ତାହା ଏବେ ବଡ଼ ପ୍ରଶ୍ନ? ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଆମକୁ ଟିକେ ଅଙ୍କ କଷିବାକୁ ପଡିବ । ଡାଟା ଆନାଲିସିସ କରିବାକୁ ହେବ । କାରଣ ରାଜ୍ୟ ଭିତ୍ତିରେ କେତେ ଜଣ H-1B ଧାରୀ ଅଛନ୍ତି ତାହାକୁ ନେଇ ସେଭଳି କିଛି ସରକାରୀ ତଥ୍ୟ ପବ୍ଲିକ ଡୋମେନରେ ନାହିଁ । ତେବେ ଚାଲନ୍ତୁ ଏକ ରଫ ଗଣିତ ଦ୍ବାରା ଏହାର ଉତ୍ତର ବୁଝିବା ।
ତଥ୍ୟ ଅନୁସାରେ ୨୦୨୪ ଆର୍ଥିକ ବର୍ଷରେ ୧ଲକ୍ଷ ୩୦ ହଜାର ଭାରତୀୟଙ୍କୁ H-1B ଭିସା ମିଳିଥିଲା । ଯାହାକି ବୈଶ୍ବିକ କୋଟାର ୭୦% । ଯଦି ଜନସଂଖ୍ୟା ଦେଖାଯାଏ ତେବେ ଭାରତର ଜନସଂଖ୍ୟା ୧୪୫ କୋଟି ହୋଇଥିବା ବେଳେ ଓଡ଼ିଶାର ଜନସଂଖ୍ୟା ବର୍ତ୍ତମାନ ପ୍ରାୟ ସାଢେ ଚାରି ଲକ୍ଷ । ଯାହାକି ଭାରତର ଜନସଂଖ୍ୟାର ମାତ୍ର ୩.୧% । କିନ୍ତୁ ବେଙ୍ଗାଲୁରୁ କିମ୍ବା ହାଇଦ୍ରାବାଦ ଭଳି ହବ୍ ତୁଳନାରେ ଏହାର IT କର୍ମଚାରୀ ଅଂଶ କମ୍।
ଟେକ୍ ନିୟୋଜନ ତଥ୍ୟ ଆଧାରରେ, ଆକଳନ କରାଯାଇଛି ଯେ ଭାରତୀୟ H-1B ଧାରକଙ୍କ ମଧ୍ୟରୁ 1-1.5% ଓଡ଼ିଶାର।
ଏହାର ଅର୍ଥ ହେଉଛି ପ୍ରତିବର୍ଷ 1,300-2,000 ଓଡ଼ିଆ ବୃତ୍ତିଗତ H-1B ଭିସା ନୀତି ଦ୍ୱାରା ସିଧାସଳଖ ପ୍ରଭାବିତ ହୁଅନ୍ତି।
କିନ୍ତୁ ପରୋକ୍ଷ ଭାବେ ଦେଖିଲେ ଏହି ସଂଖ୍ୟା ଅଧିକ ହେବ । କାରଣ H-1B ଭିସାରେ ଆମେରିକାରେ କାମ କରୁଥିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ, ଓଡ଼ିଶାରେ ଥିବା ଅତି କମରେ 2-3 ଜଣ ନିର୍ଭରଶୀଳ କିମ୍ବା ପରିବାର ସଦସ୍ୟ ଚାକିରି ସୁରକ୍ଷା ଏବଂ ଆୟ ପ୍ରବାହ ଦ୍ୱାରା ପ୍ରଭାବିତ ହୁଅନ୍ତି। ଏ ଦୃଷ୍ଟିରେ ଦେଖିଲେ ନୂଆ H-1B ଭିସା ନୀତି ରାଜ୍ୟ ସାରା 4,000-8,000 ଲୋକ ପ୍ରଭାବିତ ହେବେ ।
ତଥାପି ଏହା ଓଡ଼ିଶା ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଦେଖନ୍ତୁ । ବାସ୍ତବରେ ଓଡ଼ିଶାର ଅନେକ ଶ୍ରେଷ୍ଠ ଇଞ୍ଜିନିୟର ଏବଂ ଆଇଟି ସ୍ନାତକ ବିଦେଶରେ ପ୍ରବାସ କରନ୍ତି। ଭୁବନେଶ୍ୱର, କଟକ, ବ୍ରହ୍ମପୁର ଏବଂ ରାଜ୍ୟର ଅନ୍ୟାନ୍ୟ ଛୋଟ ସହରଗୁଡ଼ିକରେ ରହୁଥିବା ଏମାନଙ୍କ ପରିବାର ଆମେରିକାରୁ ପଠାଯାଇଥିବା ରୋଜଗାର ଉପରେ ନିର୍ଭର କରନ୍ତି। ଏଦୃଷ୍ଟିରୁ H-1B ନିୟମରେ ଯେକୌଣସି କଡ଼ା ପରିବର୍ତ୍ତନ କେବଳ ବ୍ୟକ୍ତିଙ୍କୁ ନୁହେଁ, ବରଂ ଓଡ଼ିଶାର ମଧ୍ୟବିତ୍ତ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିପାରେ।
ଭିସା ଅନିଶ୍ଚିତତା ଦୀର୍ଘକାଳୀନ ଯୋଜନାକୁ ପ୍ରଭାବିତ କରେ, ଘର କିଣିବା ଠାରୁ ପିଲାମାନଙ୍କୁ ଶିକ୍ଷା ଦେବା ପର୍ଯ୍ୟନ୍ତ ସବୁ ଏହାଦ୍ବାରା ପ୍ରଭାବିତ ହୁଏ ବୋଲି ଆମେରିକାରେ ଥିବା ଅନେକ ଓଡ଼ିଆ ବୃତ୍ତିଧାରୀ ଚିନ୍ତା ପ୍ରକାଶ କରିଛନ୍ତି । ଏହା ଉପରେ ଆପଣଙ୍କ ମତାମତ କଣ କମେଣ୍ଟ ବକ୍ସରେ ଜଣାଇବାକୁ ଅନୁରୋଧ । ଆଶା କରୁଛୁ ଆମର ଏହି ଅନାଲିସିସ ଆପଣଙ୍କର ପସନ୍ଦ ଆସିଥିବ । ଭିଡିଓ ଟିକୁ ଲାଇକ ଶେୟାର କରିବାକୁ ଭୁଲନ୍ତୁ ନାହିଁ ।