ବିହାର ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ – 2025 : C-Vigil ଆପ୍ ମାଧ୍ୟମରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ସମ୍ପର୍କିତ ଅଭିଯୋଗ ଦାଖଲ କରିପାରିବେ ଜନସାଧାରଣ
- ଭାରତ ନିର୍ବାଚନ ଆୟୋଗ ବିହାର ବିଧାନସଭା ସାଧାରଣ ନିର୍ବାଚନ – 2025 ସହିତ 8ଟି ବିଧାନସଭା ମଣ୍ଡଳୀର ଉପନିର୍ବାଚନ ସୂଚୀ ଘୋଷଣା କରିଛି। ନିର୍ବାଚନ ଆୟୋଗ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କୁ ଆଦର୍ଶ ଆଚରଣ ବିଧି (MCC) କଡାକଡି ଭାବରେ ପାଳନ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ ।
- ବିହାରରେ ମୋଟ 824ଟି ଫ୍ଲାଇଂ ସ୍କୁଆଡ୍ ନିଯୁକ୍ତ କରାଯାଇଛି, ଯେଉଁମାନେ ନିର୍ବାଚନ ସମ୍ପର୍କିତ ଅଭିଯୋଗ ପାଖରେ 100 ମିନିଟ୍ ମଧ୍ୟରେ ପହଁଞ୍ଚି ତାର ସମାଧାନ କରିବେ ।
- ନାଗରିକ ଓ ରାଜନୈତିକ ଦଳମାନେ C-Vigil ଆପ୍ ମାଧ୍ୟମରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ କରିପାରିବେ।