ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ବାତ୍ୟା ମୋନ୍ଥା । ୨୮ରେ ଛୁଇଁବ ସ୍ଥଳଭାଗ । ଆନ୍ଧ୍ର ପ୍ରଦେଶ କାକିନାଡାରେ ଲ୍ୟାଣ୍ଡଫଲ ସମ୍ଭାବନା । ମୋନ୍ଥା ମୁକାବିଲା ପାଇଁ ମେଗା ପ୍ରସ୍ତୁତି । ହାଇ ଆଲର୍ଟରେ ଆନ୍ଧ୍ର । ଓଡ଼ିଶା, ତାମିଲନାଡ଼ୁ, କେରଳ ଓ କର୍ଣ୍ଣାଟକରେ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି । ୨୮ରେ ବନ୍ଦ ରହିବ ଏହି ୪ ରାଜ୍ୟର ସ୍କୁଲ । ଏମିତିକି ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ବାତିଲ କରାଯାଇଛି ଅନେକ ଟ୍ରେନ । ସେପଟେ ଜିରୋ କାଜୁଆଲିଟିକୁ ନେଇ ସରକାର ବଦ୍ଧପରିକର । ବାତ୍ୟା ମୁକାବିଲା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ପ୍ରସ୍ତୁତି । ସରକାର ଓ ପ୍ରଶାସନ ସବୁ ସଜାଗ । ଓଡ଼ିଶାରେ ୩୦ରୁ ୩୦ରୁ ଜିଲ୍ଲା ବାତ୍ୟା ମୋନ୍ଥାକୁ ନେଇ ସତର୍କ ରହିବାକୁ ମୋହନ ସରକାର ଜାରି କରିଛନ୍ତି ନିର୍ଦ୍ଦେଶ। ବିଶେଷକରି ରାଜଧାନୀ ଭୁବନେଶ୍ବରରେ ଆକ୍ଟିଭ ହୋଇଯାଇଛି ବିଏମସି । କିନ୍ତୁ ପ୍ରଶ୍ନ ହେଉଛି ଯେ ଆନ୍ଧ୍ରପ୍ରଦେଶରେ ଲ୍ୟାଣ୍ଡଫଲ କରିବାକୁ ଥିବା ବାତ୍ୟା କେତେ ମାତ୍ରାରେ ଓଡ଼ିଶାକୁ ପ୍ରଭାବିତ କରିବ ? ପାଣିପାଗ ବିଭାଗର ପୂର୍ବାନୁମାନକୁ ଯଦି ବିଶ୍ବାସ କରିବା ତେବେ ବାତ୍ୟା ପ୍ରଭାବରେ ଓଡ଼ିଶାର ୮ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଯଦିଓ ଏହା ଫଣି ବାତ୍ୟା ଭଳି ଓଡ଼ିଶାରେ ବିଶେଷ କ୍ଷୟକ୍ଷତି କରିବାର ଆଶଙ୍କା ନାହିଁ ତଥାପି ମୋନ୍ଥାର ପ୍ରଭାବରେ ବାତ୍ୟା ୟାଶ ଭଳି ବୁଡିବ ଅଧା ଓଡ଼ିଶା । ଏହାକୁ ଦୃଷ୍ଟିରେ ରଖି ୩୦ରୁ ୩୦ ଜିଲ୍ଲାର ପ୍ରଶାସନକୁ ସଜାଗ ରହିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୋହନ ସରକାର ।
ଜିରୋ କାଜୁଆଲିଟିର ଲକ୍ଷ୍ୟ ନେଇ ମିଶନ ମୋଡରେ କାମ କରୁଛନ୍ତି ମୋହନ ସରକାରଙ୍କ ଟିମ। ବିଶେଷ କରି ବାତ୍ୟାର ପ୍ରଭାବରେ ଗଛ ଭାଙ୍ଗିବା ଓ ବିଦ୍ୟୁତ ତାର ଛିଣ୍ଡିବାର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ଯେଭଳି କାହାରି ପ୍ରାଣହାନୀ ନଘଟେ ସେଥିନେଇ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ବାତ୍ୟା ପ୍ରଭାବିତ ହେବାର ଆଶଙ୍କା ଥିବା ୮ ଜିଲ୍ଲା ପାଇଁ ୧୨୮ଟି ରେସ୍କ୍ୟୁ ଟିମ ଗଠନ କରାଯାଇଛି । ବାତ୍ୟା ସମୟରେ ଅସୁବିଧାରେ ପଡିଥିବା ଲୋକଙ୍କୁ ସହାୟତା ଯୋଗାଇ ଦେବା ଲାଗି ୨୪ ଘଣ୍ଟିଆ ହେଲପଲାଇନ ନମ୍ବର ଖୋଲାଯାଇଛି । ଏଭିତରେ ହଜାରହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।