ମୋଟ ଭୋଟର ୭.୪୨ କୋଟି, ଭୋଟ ଦେଲେ ୭ କୋଟି ୪୫ ଲକ୍ଷ ?
ଭୋଟ ଚୋରିର ନିଚ୍ଛକ ସତ, ହେଜି ପାରିଲେ ହେଲା! କ’ଣ ଏହି ଘଟଣା ବିସ୍ତୃତ ଭାବେ ବୁଝିବା ତା ପୂର୍ବରୁ ଏହା ଶୁଣିନିଅନ୍ତୁ ।
’’ବିହାରବାସୀଙ୍କ ବିରୋଧରେ ସିଇସି ଜ୍ଞାନେଶ କୁମାର ଗୁପ୍ତା ଜିତିଗଲେ’’
ଏ ଲଢେଇ ବିଜେପି, କଂଗ୍ରେସ, ଆରଜେଡି, ଜେଡିୟୁର ହୋଇ ରହିନାହିଁ’’
’’ଏ ଲଢେଇ ଏବେ ସିଧାସିଧା ଜ୍ଞାନେଶ କୁମାର ଗୁପ୍ତା ଓ ଭାରତର ଜନସାଧାରଣଙ୍କ ଲଢେଇ ପାଲଟିଛି’’
‘‘ଏହା ବହୁତ ବଡ଼ ଲଢେଇ’’
‘‘ଏ ନିର୍ବାଚନ ଏବେ ପାର୍ଟି ଗୁଡିକଠାରୁ ଊର୍ଦ୍ଧ୍ବକୁ ଉଠିସାରିଛି’’
’’ଏ ନିର୍ବାଚନ ସିଧାସଳଖ ନିର୍ବାଚନ ଆୟୋଗ ବନାମ ଭାରତବାସୀ, ନିର୍ବାଚନ ଆୟୋଗ ବନାମ ବିହାରବାସୀ ପାଲଟିଛି’’
ଏସବୁ କ’ଣ କହିଗଲେ କଂଗ୍ରେସ ନେତା ପଓ୍ବନ ଖେଡା ? ସିଧାସଳଖ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଉପରେ ଲଗାଇଲେ ସାଙ୍ଘାତିକ ଆରୋପ! ତାଙ୍କ କଥାରୁ ସ୍ପଷ୍ଟ ଜଣାପଡୁଛି ଯେ ବିହାର ନିର୍ବାଚନରେ ଗଡ଼ବଡ଼ି ହୋଇଥିବା ସେ ଅଭିଯୋଗ କରୁଛନ୍ତି । କଂଗ୍ରେସ ଏଭଳି ଅଭିଯୋଗ ଆଣିବା କିଛି ନୂଆ ନୁହେଁ । କାରଣ ନିର୍ବାଚନରେ ନିଜର ପରାଜୟ ପରେ ପ୍ରତିଥର କଂଗ୍ରେସ କେତେବେଳେ ଇଭିଏମରେ ଗଡ଼ବଡ଼ି ତ ପୁଣି କେତେବେଳେ ଭୋଟ ଚୋରିର ଅଭିଯୋଗ ଉଠାଇଛି । ମାତ୍ର ଏଥରର ସବୁଠୁ ବଡ଼ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ପଓ୍ବନ ଖେଡା । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭଳି ସେ ମଧ୍ୟ ସିଇସି ଜ୍ଞାନେଶ କୁମାର ଗୁପ୍ତାଙ୍କ ବିରୋଧରେ ନିର୍ବାଚନରେ ଗଡ଼ବଡ଼ିର ଅଭିଯୋଗ ଆଣିଛନ୍ତି ।
ହେଲେ କେତେ ସତ କଂଗ୍ରେସ ନେତା ପଓ୍ବନ ଖେଡାଙ୍କ ଏହି ଅଭିଯୋଗ ? ଆଜି ଆମେ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରିବୁ ଏମିତି କିଛି ତଥ୍ୟ ଯାହାକି ଇସିଆଇଙ୍କୁ ଜନତାଙ୍କ କାଠଗଡ଼ାକୁ ନେଇଆସିଛି । ଏମିତି କିଛି ତଥ୍ୟ ଆମର ହସ୍ତଗତ ହୋଇଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଇସିଆଇଙ୍କ ଉପରେ ପ୍ରଶ୍ନ ଉଠାଇବେ । ରାହୁଲ ଗାନ୍ଧୀ ଯାହା କହୁଛନ୍ତି ଯେ ସିଇସି ଜ୍ଞାନେଶ କୁମାର ଗୁପ୍ତା ଓ ବିଜେପି ମଧ୍ୟରେ ମିଲିଭଗତ ଅର୍ଥାତ ଭିତିରି ବୁଝାମଣା ରହିଛି ତାହା ଉପରେ ବିଶ୍ବାସ କରିବାକୁ ଆପଣ ବାଧ୍ୟ ହୋଇଯିବେ । କ’ଣ ଏ ତଥ୍ୟ ଦେଖିବା ତା ପୂର୍ବରୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନିଅନ୍ତୁ ।
ବନ୍ଧୁଗଣ ବିହାରରେ ଏନଡିଏର କ୍ଲିନ ସୁଇପ କରିଛି । ନୂଆପଡ଼ାରେ ବଡ଼ ବିଜୟ ଲାଭ କରିଛି । ଭୋଟ ଚୋରିର ମୁଦ୍ଦା ହଟ ଟପିକ ଥିବା ବେଳେ ଏହି ନିର୍ବାଚନୀ ଫଳାଫଳ କେତେ ବାସ୍ତବ ଆସନ୍ତୁ ତାହାର ବିଶ୍ଲେଷଣ କରିବା ।
ଯାହା ଇସିଆଇଙ୍କ ଦ୍ବାରା ନଭେମ୍ବର ୧୧ରେ ପ୍ରକାଶିତ ତଥ୍ୟ କହୁଛି, ବିହାର ବିଧାନସଭା ନିର୍ବାଚନରେ ଏଥର ୬୬.୯୧% ଭୋଟିଂ ହୋଇଛି । ଅର୍ଥାତ ୭ କୋଟି ୪୫ ଲକ୍ଷ ୨୬ ହଜାର ୮୫୮ ଜଣ ମତଦାନ କରିଛନ୍ତି । ତେବେ ୭ କୋଟି ୪୫ ଲକ୍ଷ ୨୬ ହଜାର ୮୫୮ ଜଣ ଭୋଟର ଯଦି ମୋଟ ଭୋଟର ସଂଖ୍ୟାର ୬୬.୯୧% ତେବେ ଏହି ଆକଳନ ଅନୁସାରେ ବିହାରର ମୋଟ ଭୋଟର ସଂଖ୍ୟା ୧୨ କୋଟି । ବାସ୍ ଏହି ସଂଖ୍ୟା ହିଁ ଏବେ ବିରୋଧୀଙ୍କ ଆଖିରେ ଖଟକୁଛି । କାରଣ ସେପ୍ଟେମ୍ବର ୩୦ରେ ଇସିଆଇଙ୍କ ଦ୍ବାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଥିଲା ଯେ ବିହାରର ମୋଟ ଭୋଟର ସଂଖ୍ୟା ୭.୪୨ କୋଟି । ଅର୍ଥାତ ୭ କୋଟି ୪୨ ଲକ୍ଷ ।
ପ୍ରଥମ କଥା ଯଦି ବାସ୍ତବରେ ୬୬.୯୧% ଭୋଟିଂ ହୋଇଛି, ତେବେ ମୋଟ ଭୋଟର ସଂଖ୍ୟା ୧୨ କୋଟି ହେବା କଥା, ୭ କୋଟି ୪୨ ଲକ୍ଷ ହେଲା କେମିତି?
ଦ୍ବିତୀୟ କଥା ଯଦି ବିହାରର ମୋଟ ଭୋଟର ୭ କୋଟି ୪୨ ଲକ୍ଷ ତେବେ ୭ କୋଟି ୪୫ ଲକ୍ଷ ୨୬ ହଜାର ୮୫୮ ଜଣ ଭୋଟ ଦେଲେ କେମିତି ?
ଅତିରିକ୍ତ ୩ ଲକ୍ଷ ଭୋଟର ଆସିଲେ କେଉଁଠାରୁ? ଇସିଆଇ ଏହାର ଜବାବ ରଖିବା ଉଚିତ । କାରଣ ଏ ସବୁ ପ୍ରଶ୍ନ ଇସିଆଇଙ୍କ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତିର ତଥ୍ୟ ଆଧାରରେ ହିଁ ଉଠିଛି । ଦର୍ଶମବନ୍ଧୁ ଏହା ଉପରେ ଆପଣଙ୍କ ମତ ନିଶ୍ଚିତ ଭାବେ କମେଣ୍ଟ ବକ୍ସରେ ଜଣାନ୍ତୁ । ଭିଡିଓଟିକୁ ଲାଇକ ସେୟାର କରନ୍ତୁ ଓ ଆମ ଚ୍ୟାନେଲ ଓଡ଼ିଶା ଡେଜ୍କୁ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ ।