ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଦ୍ବାରା ସାଙ୍ଘାତିକ ପ୍ରଭାବିତ ହେବ ଓଡ଼ିଶା । ମିସାଇଲରେ ନ ହେଲେ ମଧ୍ୟ, ଓଡ଼ିଶା ବଜାରରେ ଲାଗିବ ମହଙ୍ଗାଇର ନିଆଁ । ପେଟ୍ରୋଲ ଦର ହୋଇଯିବ ଲିଟର ପିଛା ୧୧୦ ଟଙ୍କା ! ହଜାରେ ଛୁଇଁବ ଏଲପିଜି ଗ୍ୟାସ ଦର ! ଏବେ ଯୁଦ୍ଧ ମୁହଁରେ ଇରାନ । ଆଟାକ ମୋଡରେ ଆମେରିକା । ଯଦିଓ ଏ ଯୁଦ୍ଧ ଭାରତ ବିଶେଷ କରି ଓଡ଼ିଶାଠାରୁ ଅନେକ ଦୂରରେ ହେବ, ତଥାପି ଘରେଘରେ ପହଞ୍ଚିବ ଏ ଯୁଦ୍ଧର ନିଆଁ । କାରଣ ଯୁଦ୍ଧ ହେଲେ ତୈଳ ବଜାରରେ ଲାଗିବ ନିଆଁ । ଆଉ ଏ ନିଆଁର ଧାସରୁ ବର୍ତ୍ତିବ ନାହିଁ ଓଡ଼ିଶା । ଖାଲି ପେଟ୍ରୋଲ କି ଡିଜେଲ ନୁହେଁ, ଆସନ୍ତୁ ସରଳ ଭାଷାରେ ବୁଝିବା ଯେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଜ୍ବାଳା କିଭଳି ଓଡ଼ିଆଙ୍କୁ ପ୍ରଭାବିତ କରିବ ।
ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ ତାହା ପ୍ରଥମେ ବୁଝନ୍ତୁ । ବାସ୍ତବରେ ଇରାନ ମିଡିଲ୍ ଇଷ୍ଟ ବା ମଧ୍ୟପ୍ରାଚ୍ୟରେ ଅଛି। ଏଠାରୁ ଦୁନିଆର ଅଧିକାଂଶ ଅଶୌଧିତ ତୈଳ ରପ୍ତାନୀ ହୋଇଥାଏ। ଯୁଦ୍ଧ ଭୟ ଦେଖାଦେଲେ ତେଲ ଦର ବଢ଼ିଯାଏ। ଆମେରିକା-ଇରାନ ଉତ୍ତେଜନାର ସିଧା ପ୍ରଭାବ ଓଡ଼ିଶାରେ ତେଲ ଓ ଅନ୍ୟାନ୍ୟ ସାମଗ୍ରୀ ଦର ଉପରେ ପଡ଼ିବ । ଯଦି ତେଲ ଦର ବଢ଼େ, ତେବେ ପେଟ୍ରୋଲ୍–ଡିଜେଲ୍, ଏଲପିଜି ଗ୍ୟାସ, ପନିପରିବା, ଚାଉଳ, ଡାଲି ସବୁ ମହଙ୍ଗା ହେବ। ପେଟ୍ରୋଲ ଦର ହୋଇଯିବ ଲିଟର ପିଛା ୧୧୦ ଟଙ୍କା ! ହଜାରେ ଛୁଇଁବ ଏଲପିଜି ଗ୍ୟାସ ଦର ! ଏମିତିକି ବସ୍ ଭାଡା, ଟ୍ରକ୍ ଭାଡା ମଧ୍ୟ ବଢ଼ିବ । ଯୁଦ୍ଧ ଓଡ଼ିଶାରେ ହେଉ ନଥିଲେ ମଧ୍ୟ ଏହାର ପ୍ରଭାବରେ ସୃଷ୍ଟି ହେବାକୁ ଥିବା ମହଙ୍ଗାଇ ରାଜ୍ୟର ଘରେ ଘରେ ପହଞ୍ଚିବ ।
ଖାଲି ଏତିକି ନୁହେଁ, ଏ ଯୁଦ୍ଧର ପ୍ରଭାବ ଓଡ଼ିଶାର କୃଷି ଓ ଚାକିରି କ୍ଷେତ୍ର ଉପରେ ମଧ୍ୟ ବ୍ୟାପକ ପ୍ରଭାବ ପକାଇବ । କାରଣ ଡିଜେଲ୍ ଦର ବଢ଼ିଲେ କୃଷି ଖର୍ଚ୍ଚ ବଢ଼େ। ଓଡ଼ିଶାରେ ଷ୍ଟିଲ୍, ଆଲୁମିନିଅମ୍ ଭଳି ବହୁ ଶିଳ୍ପ ରହିଛି । ଇନ୍ଧନ ଓ ପରିବହନ ଖର୍ଚ୍ଚ ବଢ଼ିଲେ ଉତ୍ପାଦନ ଖର୍ଚ୍ଚ ବଢ଼ିବ । ଶିଳ୍ପରେ ଉତ୍ପାଦନ ମହଙ୍ଗା ହେବ । ତା ସାଙ୍ଗକୁ ନୂଆ ନିଯୁକ୍ତ ସୁଯୋଗ ମଧ୍ୟ କମିଯାଏ ।
Outro ଇରାଓ ଓ ଆମେରିକା ଯୁଦ୍ଧ ହେଲେ ଓଡ଼ିଶାରେ ବାଜିବ ମହଙ୍ଗାଇର ସବୁଠୁ ବଡ଼ ପ୍ରହାର । କାରଣ ଏହାଦ୍ବାରା ମାସିକ ଖର୍ଚ୍ଚ ବଢ଼ିବ ଏବଂ ସଞ୍ଚୟ କମିବ । ସାଧାରଣ ଲୋକର ବଜେଟ ଦୋହଲିଯିବ । ଯାହାକୁ ନେଇ ଏବେ କୃଷକ ଓ ମଧ୍ୟବର୍ଗ ଚିନ୍ତାରେ ।