କିଙ୍ଗମେକରଙ୍କ ଉପରେ ମୋହନ ସରକାରଙ୍କ ନଜର । ଗ୍ରାମୀଣ ଭୋଟ ବ୍ୟାଙ୍କ ବଢାଇବାକୁ ତଗଡ଼ା ଷ୍ଟ୍ରାଟେଜୀ । SEBC ଯୁବ ବର୍ଗର ସମର୍ଥନ ପାଇଁ ପକାଇଲେ ୧୧.୨୫% ସଂରକ୍ଷଣର ଥୋପ । ଯାହାକୁ ନେଇ ଓଡ଼ିଶା ରାଜନୀତି ଆଜି ଦୁଇ ଭାଗ । ବିରୋଧୀ ବନାମ ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ବିତର୍କ । ସରକାରଙ୍କୁ ବିରୋଧୀଙ୍କ ସିଧା ପ୍ରଶ୍ନ,
୧୧.୨୫% SEBC କୋଟା ଘୋଷଣା ସାମାଜିକ ନ୍ୟାୟ ନା ରାଜନୈତିକ ରଣନୀତି?
ହଠାତ କାହିଁକି ଉଛୁଳିଲା ସରକାରଙ୍କର SEBC ପ୍ରୀତି?
୧୧.୨୫% SEBC କୋଟା ଘୋଷଣା ପଛରେ ମୋହନ ସରକାରଙ୍କ କି ଉଦ୍ଦେଶ୍ୟ?
୧୧.୨୫% SEBC କୋଟାକୁ ନେଇ କାହିଁକି ସନ୍ତଷ୍ଟ ନୁହନ୍ତି ବିରୋଧୀ?
ଆସନ୍ତୁ ସରଳ ଭାଷାରେ ବୁଝିବା ବାସ୍ତବରେ ଏ ଘୋଷଣା ପଛର ଅସଲ ଉଦ୍ଦେଶ୍ୟ କ’ଣ?
SEBC କ୍ୱୋଟା କାହିଁକି ଜରୁରୀ?
ବାସ୍ତବରେ ଓଡ଼ିଶାର ଅଧିକାଂଶ ଲୋକ SEBC ଶ୍ରେଣୀରେ ଅନ୍ତର୍ଭୁକ୍ତ ।
ଯେମିତିକି କାରିଗର, ବୁଣକାର, ମାଛଧରାଳୀ, ଦୁଗ୍ଧ ବିକ୍ରେତା, ଛୋଟ ବ୍ୟବସାୟୀ । ଆର୍ଥିକ ଭାବେ ଅନଗ୍ରସର ହୋଇଥିଲେ ମଧ୍ୟ ଅନୁସୂଚୀତ ଜାତି କିମ୍ବା ଅନୁସୂଚୀତ ଜନଜାତି ଭଳି ଏମାନଙ୍କ ପାଇଁ ଶିକ୍ଷାରେ କୌଣସି ରିଜର୍ଭେସନ୍ ନଥିଲା । ଫଳରେ ବର୍ଷବର୍ଷ ଧରି ଏମାନେ ସଂଘର୍ଷ କରୁଥିଲେ । ମୋହନ ସରକାରଙ୍କ ୧୧.୨୫% SEBC କୋଟା ସହ ଏମାନଙ୍କର ଏହି ସଂଘର୍ଷର ଅନ୍ତ ଘଟିଥିବା କୁହାଯାଉଛି ।
https://www.youtube.com/live/bvVumFkgD2o
ନ୍ୟାୟ ନା ଅଧୂରା ପ୍ରତିଶ୍ରୁତି?
୧୧.୨୫% SEBC କୋଟା ଏକ ସାମାଜିକ ନ୍ୟାୟ ବୋଲି ରାଜ୍ୟ ସରକାର କହୁଛନ୍ତି। କିନ୍ତୁ ବିରୋଧୀଙ୍କ ଦୃଷ୍ଟିରେ ଏହା ସମ୍ପୂର୍ଣ୍ଣ ଅଧୂରା ନ୍ୟାୟ।
ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ଯେ, ସରକାର ଯଦି SEBC ବର୍ଗ ପାଇଁ ଏତେ ଚିନ୍ତିତ ତେବେ କାହିଁକି ୨୭% କୋଟା ଘୋଷଣା କଲେ ନାହିଁ?
କାହିଁକି ମେଡିକାଲ୍ ଓ ଇଞ୍ଜିନିୟରିଂରେ ସ୍ପଷ୍ଟତା ନାହିଁ?
ସରକାର ଚାକିରିରେ ରିଜର୍ଭେସନ୍ ନେଇ କାହିଁକି ନିରବତା ଅବଲମ୍ବନ କରିଛନ୍ତି ?
ଯାହାର ଜବାବରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ପର୍ଯ୍ୟାୟକ୍ରମେ ଏହା ସଂଶୋଧନ ହେବ।’
ସମୟ = ରାଜନୀତି?
୧୧.୨୫% SEBC କୋଟା ଘୋଷଣାର ଟାଇମିଂକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ନିର୍ବାଚନ ପରେ ହିଁ କାହିଁକି କରାଗଲା SEBC କ୍ୱୋଟା ଘୋଷଣା?
ଏହ ଉପରେ ରାଜନୈତିକ ବିଶେଷଜ୍ଞମାନେ କୁହନ୍ତି ଶୁଣନ୍ତୁ । ଏହି ପଦକ୍ଷେପ ପଛରେ ଅସଲ ଟାର୍ଗେଟ ହେଉଛି SEBC ଯୁବ ଗୋଷ୍ଠୀ ।
ଗ୍ରାମୀଣ ଓଡ଼ିଶାରେ ଏକ ବଡ଼ ଭୋଟ୍ ବ୍ୟାଙ୍କ। ଏଣୁ ଏହି ଘୋଷଣା ସମ୍ପୂର୍ଣ୍ଣ ଭାବେ ଏକ କାଲକୁଲେଟିଭ ପଲଟିକାଲ ଷ୍ଟ୍ରାଟେଜୀ ବା ହିସାବକରା ରାଜନୈତିକ ଚାଲ୍ ।
SEBC ଯୁବକ କିଙ୍ଗମେକର
ପ୍ରକୃତରେ“SEBC ଯୁବକ ଏବେ କେବଳ ଛାତ୍ର ନୁହେଁ,
ସେମାନେ ଏବେ କିଙ୍ଗମେକର ବା ନିଷ୍ପତ୍ତିକାରୀ।
ଯେଉଁ ଦଳ SEBC ଭରସା ଜିତିପାରିବ,
ସେଇ ଦଳ ଓଡ଼ିଶାର ଆଗାମୀ ରାଜନୀତି ନିୟନ୍ତ୍ରଣ କରିବ।”
“SEBC କୋଟା— ଏକ ଶିକ୍ଷା ସଂଶୋଧନ ମଧ୍ୟ ଏବଂ ଏକ ରାଜନୖତିକ ରଣନୀତି ମଧ୍ୟ ।
ନ୍ୟାୟ ନାଁରେ ଭୋଟ ବ୍ୟାଙ୍କର ଚାବିକାଠି ପାଲଟିଛି SEBC କ୍ୱୋଟା । ଏହା ଉପରେ
ଆପଣଙ୍କ ମତ କଣ?