ଅଜିତ ପାଓ୍ବାରଙ୍କ ବିମାନ ଦୁର୍ଘଟଣାକୁ ନେଇ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଆସିଛି ବଡ଼ ସୂଚନା । ମନ୍ତ୍ରାଳୟ କହିଛି ଯେ, ଲ୍ୟାଣ୍ଡିଂ ପାଇଁ ପ୍ରଥମ ଉଦ୍ୟମ ବେଳେ ରନଓ୍ବେ ସ୍ପଷ୍ଟ ଦେଖାଯାଉ ନ ଥିବାରୁ ପାଇଲଟ ବିମାନଟିକୁ କିଛି ସମୟ ଆକାଶରେ ବୁଲାଇଥିଲେ । ପରେ ଦ୍ବିତୀୟ ଉଦ୍ୟମ ବେଳେ ରନ ଓ୍ବେ ସେମାନଙ୍କୁ ସ୍ପଷ୍ଟ ଦେଖାଯାଉଥିବା ପାଇଲଟ କହିଥିଲେ । ଫଳରେ ସେମାନଙ୍କୁ ଲ୍ୟାଣ୍ଡିଂ ପାଇଁ କ୍ଲିଅରାନ୍ସ ମିଳିଥିଲା । ଯାହାର କିଛି କ୍ଷଣ ପରେ ରେନଓ୍ବେ ପାର୍ଶ୍ବରୁ ଧୁଆଁ ଉଠୁଥିବା ଏଟିଏସ ଦେଖିବାକୁ ପାଇଥିଲା । ବିମାନର ଧ୍ବଂସାବଶେଷ ରେନଓ୍ବେର ବାମ ପାର୍ଶ୍ବରେ ପଡ଼ିଥିଲା । କିନ୍ତୁ ଦୁର୍ଘଟଣା ପୂର୍ବରୁ ବିମାନର କକପିଟରୁ କୌଣସି ପ୍ରକାରର ଏସଓଏସ ମିଳି ନ ଥିଲା । ଅର୍ଥାତ ଜୀବନ ରକ୍ଷା ଲାଗି ସହାୟତାର ନିବେଦନ କରିବା ନେଇ ପାଇଲଟ କିଛି ବାର୍ତ୍ତା ଦେଇ ନ ଥିଲେ ବୋଲି ଏଟିସି ପକ୍ଷରୁ କୁହାଯାଇଛି । ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରେ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।