ଖସିବ ଦରଦାମ୍, ହସିବେ ମଧ୍ୟବିତ୍ତ । ଚାଷୀ, ମହିଳା, ଯୁବପିଢିଙ୍କଠାରୁ ଆରମ୍ଭ କରି ପୂରା ମଧ୍ୟବିତ୍ତ ବର୍ଗଙ୍କୁ ଖୁସ୍ କରି ଦେବ ଏଥରର ବଜେଟ୍ । କେନ୍ଦ୍ର ସରକାରଙ୍କ ଫୋକସରେ ଏ ପୂରା ଗୋଷ୍ଠୀ । ଏଥରର ବଜେଟରେ ରହିଛି ଏହି ବର୍ଗଗୁଡିକ ପାଇଁ କିଛି ଖାସ୍ । କହିବାକୁ ଗଲେ ଏହା ଏକ ମଧ୍ୟବିତ୍ତ ଫ୍ରେଣ୍ଡଲି ବଜେଟ୍ । କାରଣ ଆୟକର ସ୍ଲାବ୍ରେ ପରିବର୍ତ୍ତନ ଆଣି କେନ୍ଦ୍ର ସରକାର ମଧ୍ୟବିତ୍ତବର୍ଗର ଲୋକଙ୍କ ପକେଟ୍କୁ ଆଶ୍ବସ୍ତି କରିବାକୁ ଉଦ୍ୟମ କରିଛନ୍ତି ।
ଆଜି ପାର୍ଲାମେଣ୍ଟରେ ଉପସ୍ଥାପନ ହୋଇଯାଇଛି ବଜେଟ୍ ୨୦୨୬ । ଆମେ ଆପଣଙ୍କ ପାଇଁ ନେଇଆସିଛୁ ନୂଆ ବଜେଟ୍ର ମୁଖ୍ୟ ହାଇଲାଇଟ୍। ଆସନ୍ତୁ ଜାଣିବା, ଏହି ବଜେଟ୍ରେ କେଉଁ ବର୍ଗକୁ କେତେ ଲାଭ ମିଳିବ ।
🔹 1️⃣ ମଧ୍ୟବର୍ଗ ପାଇଁ ଆଶ୍ବସ୍ତି :
ଏହି ବଜେଟ୍ ମଧ୍ୟବର୍ଗୀୟ ଲୋକଙ୍କୁ ଦେବ ବଡ଼ ଆଣିଛି ଆଶ୍ବସ୍ତି
ଆୟକର ସ୍ଲାବ୍ରେ ହୋଇଛି ପରିବର୍ତ୍ତନ । ଯାହାଦ୍ବାରା କି ଅନେକ ଲୋକଙ୍କୁ କମ୍ କର ଦେବାକୁ ପଡିବ।
🔹 2️⃣ ଚାଷୀମାନଙ୍କ ପାଇଁ:
ଚାଷୀଙ୍କ ପାଇଁ ଏଥିରେ କରାଯାଇଛି ବଡ଼ ଘୋଷଣା । ଯେମିତିକି
କୃଷି ଋଣ
ସବସିଡି
ଆଧୁନିକ କୃଷି ପ୍ରଯୁକ୍ତି
ପାଇଁ ବଜେଟ୍ରେ ଅଧିକ ବ୍ୟୟବରାଦ କରାଯାଇଛି।
🔹 3️⃣ ଯୁବକ ଓ ଚାକିରି
ସରକାର ନୂଆ ଚାକିରି ସୃଷ୍ଟି ଉପରେ ଗୁରୁତ୍ୱ ଦେଇଛନ୍ତି।
Skill development, startup ଏବଂ self-employment ପାଇଁ ନୂଆ ପ୍ୟାକେଜ୍ ଘୋଷଣା କରାଯାଇଛି।
🔹 4️⃣ ମହିଳା ଓ ଗରିବ କଲ୍ୟାଣ
ମହିଳା ସଶକ୍ତିକରଣ ପାଇଁ:
Self Help Group
ମାତୃ ସୁରକ୍ଷା
ଘର ଯୋଜନା
ପାଇଁ ଅଧିକ ବଜେଟ୍ ଦିଆଯାଇଛି।
🔹 5️⃣ ଶିକ୍ଷା ଓ ସ୍ୱାସ୍ଥ୍ୟ
ନୂଆ ସ୍କୁଲ୍ ଓ କଲେଜ୍
Digital education
ହସ୍ପିଟାଲ୍ ଓ ମେଡିକାଲ୍ ସୁବିଧା
ଏହି କ୍ଷେତ୍ରରେ ବଜେଟ୍ ବୃଦ୍ଧି କରାଯାଇଛି।
🔹 6️⃣ ଦାମ ବୃଦ୍ଧି ଉପରେ ନଜର
ପେଟ୍ରୋଲ୍, ଡିଜେଲ୍, ଗ୍ୟାସ୍ ଓ ଦୈନନ୍ଦିନ ସାମଗ୍ରୀର ଦର ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେବାକୁ କହିଛନ୍ତି।
ମୋଟାମୋଟି ଭାବେ, ଏହି ବଜେଟ୍ଟି ମଧ୍ୟବର୍ଗ, ଚାଷୀ, ଯୁବକ ଓ ଗରିବ ବର୍ଗକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି।