ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଦେଓ ରଞ୍ଜନ କୁମାର ସିଂଙ୍କୁ ଷ୍ଟିଲ ଓ ମାଇନ୍ସ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ବତ୍ତର୍ମାନ ଉନ୍ନୟନ କମିଶନର ଅଛନ୍ତି ଦେଓ ରଞ୍ଜନ । ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ଅତିରିକ୍ତ ଦାୟିତ୍ବ ମିଳିଛି । ସୁରେନ୍ଦ୍ର କୁମାର ସାଧାରଣ ପ୍ରଶାସନ ଦାୟିତ୍ବରେ ମଧ୍ୟ ରହିବେ । ବିଷ୍ଣୁପଦ ସେଠୀ ହେଲେ ଓଡ଼ିଶା ବନ ଉନ୍ନୟନ ନିଗମ ଅଧ୍ୟକ୍ଷ । ବିଷ୍ଣୁପଦ ସେଠୀଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗକୁ ବଦଳି କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବରେ ମଧ୍ୟ ରହିବେ ଅରବିନ୍ଦ । ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ଏକାଡେମୀ ଡିଜି ଦାୟିତ୍ବ ମିଳିଛି । ଏଥିସହ ଶ୍ରମ ଓ ବିଜ୍ଞାନ କାରିଗର ଦାୟିତ୍ବରେ ରହିବେ ଚିତ୍ରା ।
ଉଷା ପାଢ଼ୀଙ୍କୁ ଇଡ୍କୋ ଅଧ୍ୟକ୍ଷା ଦାୟତ୍ବ ମିଳିଛି । ନଗର ଉନ୍ନୟନ ଦାୟିତ୍ବରେ ମଧ୍ୟ ରହିବେ ଉଷା । ଶୁଭା ଶର୍ମା ଜଳସମ୍ପଦ ବିଭାଗର ନୂଆ ପ୍ରମୁଖ ସଚିବ ହୋଇଛନ୍ତି । ଏନବିଏସ୍ ରାଜପୁତ ହେଲେ ନୂଆ ପରବହନ ପ୍ରମୁଖ ସଚିବ । OSRTC ଦାୟିତ୍ବରେ ମଧ୍ୟ ରହିବେ ଏନବିଏସ୍ ରାଜପୁତ । ଗିରିଶ ଏସଏନ୍ଙ୍କୁ OMC ଅଧ୍ୟକ୍ଷ ଦାୟତ୍ବ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ରହିବେ ଗିରିଶ । ମୃଣାଳିନୀ ଦର୍ଶୱାଲ ମହିଳା ଶିଶୁ ବିକାଶ ବିଭାଗ ସଚିବ । ବଲୱନ୍ତ ସିଂହଙ୍କୁ ଓଡ଼ିଶା ହାଇୱେ ଅଥରିଟିର ଏମ୍ଡି ଦାୟିତ୍ବ । ପର୍ଯ୍ୟଟନ ବିଭାଗ ଦାୟିତ୍ବ ବି ତୁଲାଇବେ ବଲୱନ୍ତ। ସଚିନ ରାମଚନ୍ଦ୍ର ଯାଦବ ହେଲେ ନୂଆ କୃଷି ସଚିବ । କ୍ରୀଡ଼ା ଓ ଯୁବ ବ୍ୟାପାର ଦାୟିତ୍ବରେ ବି ରହିବେ ସଚିନ ରାମଚନ୍ଦ୍ର ଯାଦବ । ଅନୁପମ ଶାହଙ୍କୁ ଓବିସିସି ଏମଡିର ଅତିରିକ୍ତ ଦାୟିତ୍ବ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ମଧ୍ୟ ରହିବେ ଅନୁପମ ଶାହ । ସଂଗ୍ରାମ କେଶରୀ ମହାପାତ୍ର ଉତ୍ତରାଞ୍ଚଳ RDC ଦାୟିତ୍ବରେ ରହିବେ । ଦକ୍ଷିଣାଞ୍ଚଳ RDC ସହ ଉତ୍ତରାଞ୍ଚଳ RDC ଦାୟିତ୍ବରେ ରହିବେ । ରଶ୍ମିତା ପଣ୍ଡା ହେଲେ BDA ଉପାଧ୍ୟକ୍ଷ ।