AI Expoକୁ କେମିତି ଆସିଲା China RoboDog? China RoboDog ପ୍ରଦର୍ଶନ ପାଇଁ କିଏ ଦେଲା ଅନୁମତି? ଚେକିଂରେ କେଉଁଠି ରହିଲା ଲୁପ୍ହୋଲ? ‘ଆତ୍ମନିର୍ଭର ଭାରତ’ ବିରୋଧରେ କିଏ ରଚିଲା ଷଡ଼ଯନ୍ତ୍ର? କିଏ ପକାଇଲା ଦେଶର ସୁରକ୍ଷାକୁ ବିପଦରେ? ଏବେ କାଠଗଡ଼ାରେ Galgotias University ! ବିରୋଧୀଙ୍କ ଟାର୍ଗେଟରେ କେନ୍ଦ୍ର ସରକାର ! ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ଦେଶଦ୍ରୋହ କେସ୍ କରିବାକୁ ଆରଜେଡିର+ ଦାବି । ନମସ୍କାର ସାଥୀମାନେ, ଓଡ଼ିଶା ଡେଜ୍କୁ ସ୍ବାଗତ । AI Expoରେ China RoboDog ବିବାଦ ବାସ୍ତବରେ ସୁରକ୍ଷା ମୁଦ୍ଦା ନା ଭାରତ-ଚୀନ ରାଜନୈତିକ ତିକ୍ତତାର ପ୍ରଭାବ? ଆସନ୍ତୁ ଏହାର ଆମୂଳଚୁଳ ବିଶ୍ଳେଷଣ କରିବା ।
ଭଲ ଭାବେ ଦେଖନ୍ତୁ ଏହି ଭିଡିଓଟିକୁ । ଏକ RoboDog କିଭଳି କାମ କରୁଛି । ଏ ରୋବୋଡଗ୍ ବିଷୟରେ ଆପଣଙ୍କୁ ଟିକନିଖ ଜଣାଇବୁ । ପ୍ରଥମେ ଆସନ୍ତୁ ମୂଳ ପ୍ରସଙ୍ଗକୁ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍ଘାଟିତ ହେବା ପରେ ଏଆଇ ଏକ୍ସପୋ ସୁରୁଖୁରରେ ଆଗେଇ ଚାଲିଥିବା ବେଳେ ଭାଇରାଲ ହୋଇଥିଲା ଏହି ଭିଡିଓଟି ।
ଏହି ସାକ୍ଷାତକାର ଭାଇରାଲ ହେବା ପରେ, RoboDogଟି ଚାଇନା ମେଡ଼୍ ବୋଲି ସୋସିଆଲ ମିଡିଆରେ ଅନେକ ଦାବି କରିଥିଲେ । କାରଣ ଏହାର ଢାଞ୍ଚା ସମ୍ପୂର୍ଣ୍ଣ ଭାବେ ବିଶ୍ୱପ୍ରସିଦ୍ଧ China କମ୍ପାନୀ Unitree Robotics ର ମଡେଲ୍ Orion Robot ସହିତ ମେଳ ଖାଉଛି । Galgotias University ୩୫୦ କୋଟି ଟଙ୍କାରୁ ଅଧିକ ନିବେଶରେ China କମ୍ପାନୀ Unitree Robotics ସହିତ ମିଶି ଏଭଳି ରୋବୋଟିକ ଡଗ୍ ତିଆରି କରିଥିବା ରିପୋର୍ଟ ଭାଇରାଲ ହେବା ପରେ ବିତର୍କ ଆରମ୍ଭ ହୋଇଥିଲା । ଏ ବିତର୍କ କାହିଁକି ଆସନ୍ତୁ ବୁଝିବା….
RoboDog କେବଳ ଏକ ଖେଳନା ନୁହେଁ, ଏହା ଅତ୍ୟନ୍ତ ସେନସିଟିଭ । କାରଣ ଏହା ଦ୍ବାରା କୌଣସି ସ୍ଥାନର ନିରୀକ୍ଷଣ ଓ ଶିଳ୍ପ ସମ୍ବନ୍ଧରେ ତଦାରଖ ପାଇଁ ବ୍ୟବହାର କରାଯାଇପାରେ । ସବୁଠୁ ଗରୁତ୍ବପୂର୍ଣ୍ଣ ହେଲା ସାମରିକ ସହଯୋଗ ବ୍ୟବସ୍ଥାରେ ଏହି ରୋବୋଡଗକୁ ସାମିଲ କରାଯାଇପାରେ । ଏଥିସହ ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ଖୁବ ସହାୟକ ହୁଅନ୍ତି ଏହି ରୋବୋଡଗ୍ । ଏମିତିରେ ଯଦି ଏହି ପ୍ରଣାଳୀର data cloud server ବିଦେଶରେ ରହେ, ତେବେ cyber security ଆଶଙ୍କା ଉଠିପାରେ।
AI Summit ରେ ଚୀନ ରୋବଟ୍ ପ୍ରଦର୍ଶନ ଦ୍ବାରା ଭାରତ-ଚୀନ ତିକ୍ତ ସମ୍ପର୍କ ଭିତରେ ଡାଟା ସୁରକ୍ଷା ପ୍ରତି ବିପଦ ଥିବା ଆଶଙ୍କା କରାଯାଇଥିଲା । ରିପୋର୍ଟକୁ ନେଇ ସରକାର ତ୍ବରିତ ଆକ୍ଟିଭ ମୋଡକୁ ଆସିଥିଲେ । ଏକ୍ସପୋ ଛାଡିବାକୁ ତୁରନ୍ତ Galgotias Universityକୁ ଆୟୋଜକଙ୍କ ନୋଟିସ ପହଞ୍ଚିଥିଲା । ଷ୍ଟଲରା ଲାଇଟ ଅଫ କରିଦିଆଯାଇଥିଲା । ସାକ୍ଷାତକାର ଦେଇଥିବା ସମ୍ପୃକ୍ତ University ପ୍ରଫେସର ନେହା ସିଂହ ବି ନିଜ ବୟାନକୁ ସମ୍ଭାଳିବାକୁ ଉଦ୍ୟମ କରିଥିଲେ ।
ସେପଟେ AI Expoକୁ କେମିତି ଆସିଲା China RoboDog? ବିରୋଧୀ ଦଳ ଏବେ ଏହାକୁ ନେଇ ରାଜନୈତିକ ରୁଟି ସେକିବା ଆରମ୍ଭ କରିଛନ୍ତି । ଏକ୍ସ ହ୍ୟାଣ୍ଡେଲରେ କରିଥିବା ପୋଷ୍ଟରେ ଆରଜେଡି ପକ୍ଷରୁ କୁହାଯାଇଛି ଯେ, ଚୀନ ନିର୍ମିତ ରୋବୋଡଗ୍ କୁ ନିଜର ବୋଲି କହି ୟୁନିଭର୍ସିଟି ଦେଶବାସୀଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରିଛି । ୨ ଲକ୍ଷ ଟଙ୍କାର ରୋବଟ କିଣି ୩୫୦ କୋଟି ଟଙ୍କା ନିବେଶ କରିଥିବା ଏହି ୟୁନିଭର୍ସିଟି ଦର୍ଶାଇଛି ବୋଲି ଦଳ ଅଭିଯୋଗ ଉଠାଇଛି । ଭାରତକୁ ବୈଶ୍ବିକ ମଞ୍ଚରେ ଲଜ୍ଜିତ କରିବା ଭଳି କାର୍ଯ୍ୟ କରିଥିବା ଲୋକଙ୍କ ବିରୋଧରେ ଦେଶଦ୍ରୋହ ମାମଲା କରିବାକୁ ଆରଜେଡି ଦାବି କରିଛି । ଏମିତିକି Galgotias University ମାଲିକ ଏବଂ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ମଧ୍ୟରେ କିଛି ଲିଙ୍କ ଥାଇପରେ ବୋଲି ଆଶଙ୍କା କରି ଦଳ ଏହାର ପୂର୍ଣ୍ଣ ତଦନ୍ତ ଦାବି କରିଛି ।
AI Expoରେ China RoboDog ବିବାଦ ପରେ Galgotias University ସ୍ପଷ୍ଟୀକରଣ ଦେଇଛି । ଏମିତିକି ମିଡିଆକୁ ସାକ୍ଷାତକାର ଦେଇଥିବା ୟୁନିଭର୍ସିଟି କର୍ମଚାରୀଙ୍କ ନିକଟରେ ସଠିକ ତଥ୍ୟ ନ ଥିବା କହି କ୍ଷମାପ୍ରାର୍ଥନା କରିଛି । ମାତ୍ର ବଡ଼ ପ୍ରଶ୍ନ ହେଉଛି Galgotias University ଏହି ଘଟଣାକୁ ଯେତେ ସରଳ ଦର୍ଶାଉଛି ତାହା କଣ ବାସ୍ତବରେ ଏତେ ସରଳ । ଭାରତର ଆଭିମୁଖ୍ୟକୁ ବିପଦରେ ପକାଇବା ଭଳି ଏକ ପଦକ୍ଷେପକୁ କେମିତି ୟୁନିଭର୍ସିଟି ପରଖି ପାରିଲା ନାହିଁ ? ଏହାକୁ ନେଇ ଆପଣଙ୍କ ସୁଚିନ୍ତିତ ବିଚାର କମେଣ୍ଟ କରନ୍ତୁ । ଏହିଭଳି ରୋଚକ ଅପଡେଟ ଖବର ଦେଖିବାକୁ ଆମ ଚ୍ୟାନେଲକୁ ଲାଇକ, ସେୟାର ଓ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ । ଆପଣଙ୍କ ପ୍ରଶଂସା ଆମକୁ ସଠିକ ଖବର ପରିବେଷଣ ନେଇ ପ୍ରୋତ୍ସାହିତ କରେ । ଧନ୍ୟବାଦ