Budget 2026 ଉପରେ Odisha ରାଜନୀତି ଗରମ
ବିପକ୍ଷର “Empty Kitchen” କଟାକ୍ଷ
ମୋହନ ସରକାରଙ୍କ ବିକାଶ ଦାବି
ବିକାଶର ବାହକ ନା “ଏମପ୍ଟି କିଚେନ ସରକାର?” ଓଡ଼ିଶା ବଜେଟ୍-୨୦୨୬କୁ ନେଇ ତେଜିଲା ରାଜନୀତି । ବଜେଟ୍ ଯୁଦ୍ଧରେ ନବୀନ vs ମୋହନ! ନୂଆ ବିତର୍କ ସୃଷ୍ଟି କରିଛି ନବୀନଙ୍କ ଓ୍ବାନ ଲାଇନର । ଓଡ଼ିଶା ବଜେଟ୍-୨୦୨୬କୁ “ଫୁଲ୍ ମେନ୍ୟୁ ଇନ୍ ଏମପ୍ଟି କିଚେନ!” କହି ସିଧାସିଧା ମୋହନ ସରକାରକୁ “ଏମପ୍ଟି କିଚେନ ସରକାର?” ଦର୍ଶାଇଛନ୍ତି ନବୀନ । କାହିଁକି ନବୀନ କହିଲେ ‘Empty Kitchen’? ଜବାବ୍ରେ ବିଜେପି ପକ୍ଷରୁ ଯେଉଁ ଉତ୍ତର ଆସିଛି ତାହା କେତେ ଯଥାର୍ଥ ।
ଶୁକ୍ରବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ପାଇଁ ୩ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ ବିଶେଷ କରି ଗ୍ରାମୀଣ ବିକାଶ ଏବଂ ମହିଳା ଉପରେ ଧ୍ୟାନ ଦିଆଯାଇଛି । ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଯଥେଷ୍ଟ ଆର୍ଥିକ ଆବଣ୍ଟନ ସହିତ 16ଟି ନୂତନ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏମିତି ଅନେକ ଘୋଷଣା ସହ ବିଜେପି ଏହି ବଜେଟ୍କୁ ଏକ ନୂଆ ଭିଜନର ମିଶନ ବୋଲି ଦର୍ଶାଇଛି । କିନ୍ତୁ ୨ ଘଣ୍ଟାର ଲମ୍ବା ବଜେଟ୍ ଉପରେ ୨ ସେକେଣ୍ଡର ପ୍ରତିକ୍ରିୟା ରଖି ପୂରା ଚର୍ଚ୍ଚାକୁ ଓଲଟାଇ ଦେଇଛନ୍ତି ବିଜେଡି ମୁଖିଆ ନବୀନ ପଟ୍ଟନାୟକ । ଓଡ଼ିଶା ବଜେଟ୍-୨୦୨୬ ନୂଆ ଭିଜନ ନୁହେଁ, ବରଂ “ଫୁଲ୍ ମେନ୍ୟୁ ଇନ୍ ଏମପ୍ଟି କିଚେନ!” ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶାଇଥିଲେ । ଯାହାକି ମୋହନ ସରକାରଙ୍କ ଆର୍ଥିକ ଭିଜନ୍କୁ ସିଧାସିଧା ଆହ୍ୱାନ ଥିଲା ।
ନବୀନଙ୍କ ମତରେ ଓଡ଼ିଶା ବଜେଟ୍-୨୦୨୬ କେବଳ ଘୋଷଣାର ପାହାଡ଼, ଯାହାର ମାଟି ତଳେ କୌଣସି ଭିତ୍ତି ନାହିଁ । ଅର୍ଥାତ ରାଜକୋଷରେ ଟଙ୍କା ନ ଥିବା ବେଳେ ରାଜ୍ୟ ସରକାର ନୂତନ ଯୋଜନାର ନୂଆ ପ୍ରହେଳିକା ସୃଷ୍ଟି କରିଛନ୍ତି । ବଜେଟ ସବୁଠାରୁ ଖରାପ ବଜେଟ୍ ବୋଲି ଦର୍ଶାଇ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି ଯେ- ରାଜ୍ୟ ସରକାରରେ ଥିବା ବିଜେପି ନେତାମାନଙ୍କର ଅର୍ଥନୀତି ଉପରେ ଜ୍ଞାନ ନାହିଁ । ନବୀନ ବାବୁ ୨୪ ବର୍ଷ ଭିତରେ ଗୋଟେ ଦୁର୍ବଳ ରାଜ୍ୟକୁ ସ୍ବଚ୍ଛଳ କରି ସେ ଉଦାହରଣ ସୃଷ୍ଟି କରିଛନ୍ତି । ନବୀନ ବୁଝିଛନ୍ତି ଏ ସରକାରର କୌଣସି ଭିଜନ ନାହିଁ ।
ବିଜେଡି ସବୁବେଳେ ଦାବି କରି ଆସିଛି ଯେ “୨୪ ବର୍ଷର ଶାସନ କାଳରେ ନବୀନ ବାବୁ ଦୁର୍ବଳ ଓଡ଼ିଶାକୁ ସ୍ବଚ୍ଛଳ କରିଥିଲେ। ମାତ୍ର ଆଜିର ସରକାର କେବଳ ପୁରୁଣା ଯୋଜନାର ନାମ ବଦଳାଇ ଦେଖାଉଛି।” ଏଥିସହ ବାରମ୍ବାର ପ୍ରଶ୍ନ ଉଠାଯାଇଛି ଯେ, ଏ ସରକାର ନୂଆ କଣ କରୁଛି? ଦୀର୍ଘମିୟାଦୀ ଆର୍ଥିକ ଯୋଜନା କାହିଁକି ଅଣାଯାଉ ନାହିଁ? ରୋଜଗାର ସୃଷ୍ଟିର ସ୍ପଷ୍ଟ ରୋଡମ୍ୟାପ୍ କେଉଁଠି?
ନବୀନଙ୍କ ଓ୍ବାନଲାଇନରର ଜୋମାଟୋ ଜବାବ ଦେଇଛି ବିଜେପି । ମେନ୍ୟୁ କେତେ ଭଲ ସେଇଟା ଗୁରୁତ୍ବପୂର୍ଣ୍ଣ, କିଚେନ ଦରକାର ନାହିଁ । ଲୋକ ଜୋମାଟୋରୁ ବି ଖାଦ୍ୟ ମଗେଇ ଖାଉଛନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ ।
BJP କହୁଛି, ପୂର୍ବ ସରକାର କେବଳ ଆର୍ଥିକ ବିକାଶର ମିଛ ଚମକ ଦେଖାଇଥିଲା। ଆମେ ଦେଉଛୁ ରିଆଲ୍ ଡେଭେଲପମେଣ୍ଟ। ଏହା ଓଡ଼ିଶା ଇତିହାସର ସବୁଠାରୁ ବଡ଼ ବଜେଟ୍। ନବୀନ ବଜେଟରେ ମେନ୍ୟୁ ଠିକ୍ ଅଛି କହିଲେ ଆମେ ଖୁସି । ତାଙ୍କ ସରକାରରେ ନା ମେନ୍ୟୁ ଠିକ୍ ଥିଲା ନା କିଚେନ ଥିଲା । ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଏ ବୟାନ ନବୀନଙ୍କ ଓ୍ବାନଲାଇନର ପାଇଁ ସର୍ବୋତ୍କୃଷ୍ଟ ଜବାବ ହୋଇଥାଇପାରେ । ମାତ୍ର ଏହା ନିଜ ଭିତରେ ନିଜେ ଅନେକ ପ୍ରଶ୍ନ ଛିଡା କରିଛି । ଜୋମାଟୋର ମଗାଇ ଖାଇବା ବୟାନର ଅର୍ଥ କ’ଣ । ଏଭଳି ବୟାନ ଦେଇ କ’ଣ କହିବାକୁ ଚାହିଁଛନ୍ତି ବିଜେପି ବିଧାୟକ । କ’ଣ ରାଜକୋଷରେ ନ ଥିଲେ ବାହାରୁ ଟଙ୍କା ଆଣିବା ଅର୍ଥାତ ଋଣ ନେଇ ନୂଆ ଯୋଜନା ଲାଗୁ କରିବ କି ମୋହନ ସରକାର ?
ବିଜେପି କହୁଛି ଏଥରର ବଜେଟ୍ ନୂଆ ଭିଜନ, ମାତ୍ର ବିଜେଡି ଆଖିରେ ଏହା କେବଳ ଫମ୍ପା ଘୋଷଣା । ସାଥୀମାନେ ଏହି ବଜେଟ୍ ସତରେ ଓଡ଼ିଶାର ଭବିଷ୍ୟତ୍ ବଦଳାଇବ?
ନା କି ଏହା କେବଳ ରାଜନୀତିକ ମେନ୍ୟୁ କାର୍ଡ?
ଆପଣ କାହା ସହିତ?
– ନବୀନଙ୍କ “ଏମପ୍ଟି କିଚେନ” ମତ?
– ନା BJPର “ଜୋମାଟୋ ଡେଭେଲପମେଣ୍ଟ” ଉତ୍ତର?
କମେଣ୍ଟ୍ରେ ଲେଖନ୍ତୁ —
“BJD” କି “BJP”