Indian Idol ମଞ୍ଚରେ ଜ୍ୟୋତିର୍ମୟୀଙ୍କ ବିବାହ ଘୋଷଣା
-ବଧୂ ସାଜିବେ ରାଜନନ୍ଦିନୀ!
– ଇଣ୍ଡିଆନ ଆଇଡଲ୍ ମଞ୍ଚରେ ହେଲା ବଡ଼ ଖୁଲାସା
– କିଏ ସେ ଭାଗ୍ୟଶାଳୀ ଆଷୁତୋଷ?
– ଲଭ୍ ନା ଆରେଞ୍ଜ୍ ମ୍ୟାରେଜ୍?
ବଧୂ ସାଜିବେ, ଓଡ଼ିଆ ଶ୍ରୋତାଙ୍କ ହୃଦୟର ରାଜନନ୍ଦିନୀ । ବାହା ହେବେ, ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୬ର ସେନ୍ସେନ୍ ଜ୍ୟୋତିର୍ମୟୀ ନାୟକ । କିନ୍ତୁ କାହା ପ୍ରେମର ବର୍ଣ୍ଣବୋଧ ପଢୁଛନ୍ତି ଓଡ଼ିଶାର ଶ୍ରେୟା ଘୋଶାଲ ? କାହା ମନ ଚୋରେଇଛନ୍ତି ଏ ଜହ୍ନମାମୁଁର ଭାଣେଜି, ଆପଣମାନେ ଜାଣନ୍ତି କି? ଯେଉଁ ପୁଅମାନେ ଇଣ୍ଡିଆନ ଆଇଡଲ ନିୟମିତ ଦେଖିଥିବେ, ତାଙ୍କ ମନକୁ ଧକ୍କା ଲାଗିଥିବ, ଯିଏ ନ ଦେଖିଥିବା ଏବେ ଦେଖି କାନ୍ଦିବେ, କାରଣ ଗୋଟିଏ ଚାଉଳରେ ଗଢା, କୋକିଳ କଣ୍ଠି, ସଂସ୍କାରୀ ସିଙ୍ଗର ଜ୍ୟୋତିର୍ମୟୀ ବାସ୍ତବରେ ନିଜ ମନର ମଣିଷ ବାଛି ସାରିଛନ୍ତି । ଆଉ ନିଜ ଭାବି ଜୀବନ ସାଥୀଙ୍କୁ ସେ ଇଣ୍ଡିଆନ ଆଇଡଲ ମଞ୍ଚରୁ ନିଜ ପ୍ରଶଂସକମାନଙ୍କ ସହିତ ପରିଚିତ ମଧ୍ୟ କରାଇସାରିଛନ୍ତି । ଆଉ ଜ୍ୟୋତିର୍ମୟୀଙ୍କ ଭାବି ସ୍ବାମୀ ହେଉଛନ୍ତି ଆଷୁତୋଷ ସାମଲ । ହଁ ଆଜ୍ଞା, ସବୁବେଳେ ଜଗନ୍ନାଥ ଭକ୍ତିରେ ନିମଗ୍ନ ଜ୍ୟୋତିର୍ମୟୀଙ୍କୁ ମିଳିଯାଇଛନ୍ତି ତାଙ୍କ ଶିବଶଙ୍କର ।କିନ୍ତୁ କ’ଣ ଏହା ଏକ ଲଭ୍ ରିଲେସନଶିପ୍ । ନା… ବିଲ୍କୁଲ ନୁହେଁ, ଜେନ୍ ଜି ଯୁଗରେ କୋଟିକୋଟି ଯୁବକଙ୍କ ହୃଦୟରେ ରାଜ କରୁଥିବା ଆମ ରାଜନନ୍ଦିନୀ ଆରେଞ୍ଜ ମ୍ୟାରେଜ୍ କରିବାକୁ ଯାଉଛନ୍ତି । ଜ୍ୟୋତିର୍ମୟୀଙ୍କ ପାଇଁ ତାଙ୍କ ବାପା ହିଁ ଆଶୁତୋଷଙ୍କୁ ପସନ୍ଦ କରିଛନ୍ତି । ଗ୍ଲେହ୍ଲା ଝିଅ ପାଇଁ ବାପା ତ ସବୁବେଳେ ବେଷ୍ଟ ହିଁ ବାଛିବେ ନା, ଜ୍ୟୋତିର୍ମୟୀଙ୍କୁ ଆଶୁତୋଷ ବା କେମିତି ପସନ୍ଦ ଆସି ନ ଥାଆନ୍ତେ ।

ଜେନ୍ ଜି ଜ୍ୟୋତିର୍ମୟୀ କମ୍ପ୍ୟୁଟର ଇଞ୍ଜିନିୟରିଂ ପଢିଥିବା ବେଳେ ଆଶୁତୋଷ ଆବୁଧାବିରେ ଏକ ପ୍ରମୁଖ କମ୍ପାନୀରେ ସିନିଅର ମ୍ୟାନେଜର ଅଛନ୍ତି । ଜ୍ୟୋତିର୍ମୟୀଙ୍କ ପ୍ରଶଂସାରେ ଶତମୁଖ ଥିବା ଜର୍ଜେସ ଶ୍ରେୟା ଘୋଷାଲ, ବାଦଶା ଓ ଆମନ୍ତ୍ରିତ ଅତିଥି ତଥା ଆକ୍ଟ୍ରେସ ମୀନାକ୍ଷୀ ସିଶାଦ୍ରେ ଓ ସେଟ୍ରେ ଉପସ୍ଥିତ ସବୁ କଣ୍ଟେଷ୍ଟାଣ୍ଟ ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ନିଜେ ଜ୍ୟୋତିର୍ମୟୀଙ୍କ ବାପା ଓ ମା ମିଠା ସହ ଇଣ୍ଡିଆନ ଆଇଡଲ ମଞ୍ଚରେ ପହଞ୍ଚି ଝିଅକୁ ଅଭିନନ୍ଦନ ଜଣାଇବା ସହିତ ଜର୍ଜେସଙ୍କୁ ମିଠା ଖୁଆଇ ଏହି ଖୁସି ଖବର ଦେଇଥିଲେ । ଫାଷ୍ଟ ଟାଇମ କାହାକୁ ଜୀବନ ସାଥୀ ଭାବେ ବାଛିଥିବା ଜ୍ୟୋତିର୍ମୟୀ ଆଶୁତୋଷଙ୍କ ବିଷୟରେ କ’ଣ କହୁଛନ୍ତି ଶୁଣନ୍ତୁ …. ଜ୍ୟୋତିର୍ମୟୀଙ୍କ ବାପାଙ୍କ ଅନୁସାରେ ଦୁଇ ପରିବାର ପରସ୍ପରକୁ ଭେଟିସାରିଛନ୍ତି । ତେବେ ୨ ବର୍ଷ ପରେଏ ବାହାଘର ଆବୁଧାବିରେ ଧୁମ୍ଧାମ୍ରେ ହେବ । ଏକ ଡାର୍କ ହର୍ସ ଭଳି ଇଣ୍ଡିଆନ ଆଇଡଲ୍ ଟାଇଟଲ୍ର ଅନ୍ୟତମ ପ୍ରମୁଖ ଦାବିଦାର ପାଲଟିଥିବା ଜ୍ୟୋତିର୍ମୟୀଙ୍କ ଗାୟିକୀକୁ ସାରା ଦେଶରେ ଏବେ ଖୁବ୍ ପ୍ରଶଂସା କରାଯାଉଛି । ସେଟ୍କୁ ଆସୁଥିବା ବିଶିଷ୍ଟ କଳାକାରମାନେ ତାଙ୍କୁ ଶୁଣିବାକୁ ଓ ତାଙ୍କ ସହ ଗାୟିବାକୁ ବେଶ୍ ଉତ୍ସୁକ ରହୁଥିବା ଦେଖିବାକୁ ମିଳିଛି । ଜ୍ୟୋତିର୍ମୟୀ ମଧ୍ୟ ନିଜ ସୁର ସାଧନାକୁ ସାକାର କରିବାକୁ ସବୁ ଜୋର ଲଗାଇ ଦେଇଛନ୍ତି । ଜ୍ୟୋତିର୍ମୟୀଙ୍କ ପାଇଁ ଓଡ଼ିଆଙ୍କ ପକ୍ଷରୁ ଅନେକ ଅନେକ ଶୁଭକାମନା । ଆପଣଙ୍କ ମତରେ ଜ୍ୟୋତିର୍ମୟୀ ଜିତିବେ କି ଇଣ୍ଡିଆନ ଆଇଡଲ୍ ଟାଇଟଲ୍? କମେଣ୍ଟ ବକ୍ସରେ ନିଶ୍ଚିତ ଜଣାନ୍ତୁ ।