Odisha PCC President Bhakta Charan Das speaking to media before leaving for Delhi regarding the Rajya Sabha election discussions.
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି ଓଡ଼ିଶାର ରାଜନୀତି। କଂଗ୍ରେସ ପକ୍ଷରୁ କିଏ ପ୍ରାର୍ଥୀ ହେବେ, ସେନେଇ ଦଳୀୟ ମହଲରେ ଚର୍ଚ୍ଚା ଜୋରଦାର ହୋଇଛି।
ଏହି ପରିପ୍ରେକ୍ଷିତରେ ପିସିସି ସଭାପତି ଭକ୍ତ ଚରଣ ଦାସ ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀ ଯିବା ପୂର୍ବରୁ ସେ ବଡ଼ ସୂଚନା ଦେଇ କହିଛନ୍ତି ଯେ, ୫ଟି ନାଁକୁ ନେଇ ଆଲୋଚନା ଚାଲିଛି।
୫ଟି ନାଁରେ ଚର୍ଚ୍ଚା
ତାଲିକାରେ ରହିଛନ୍ତି:
- ପ୍ରଭାତ ପଟ୍ଟନାୟକ
- ପି.କେ ରାୟ
- ଲଲିତ ମାନସିଂହ
- ଡାକ୍ତର ସୁବ୍ରତ ଆଚାର୍ଯ୍ୟ
- ଦତ୍ତେଶ୍ୱର ହୋତା
ଭକ୍ତ ଦାସ କହିଛନ୍ତି ଯେ ରାଜ୍ୟର ଜଣେ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ। ହାଇକମାଣ୍ଡ ସହ ଆଲୋଚନା ପରେ ପ୍ରାର୍ଥୀ ଫାଇନାଲ ହେବ।
ବିଜେଡି ବୈଠକ ଉପରେ ନଜର
ଏପଟେ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ନବୀନ ନିବାସରେ ୪୮ ବିଧାୟକଙ୍କୁ ଆମନ୍ତ୍ରଣ କରାଯାଇଛି। ରାଜ୍ୟସଭା ନିର୍ବାଚନ ନେଇ ଏହି ବୈଠକରେ ମାନସମନ୍ଥନ ହେବା ସମ୍ଭାବନା ରହିଛି।
ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ଆଜିର ବୈଠକ ପରେ ନିଷ୍ପତ୍ତି ଆସିପାରେ ବୋଲି ସୂଚନା ମିଳିଛି।
“ଘୋଡ଼ା ବେପାର ବନ୍ଦ ହେଉ” – ଭକ୍ତ ଦାସ
ଭକ୍ତ ଦାସ ସ୍ପଷ୍ଟ କରିଛନ୍ତି ଯେ ରାଜନୀତିରେ ଘୋଡ଼ା ବେପାର ବନ୍ଦ ହେବା ଉଚିତ। ସ୍ୱାଧୀନ ଭାବେ ବିଜେଡି-କଂଗ୍ରେସ ସମର୍ଥନ ମିଳିଲେ ଓଡ଼ିଶାର ସ୍ୱାର୍ଥ ସୁରକ୍ଷିତ ହେବ।