Iran claims missile strike destroyed US F-15E fighter jet after IRIS Dena warship incident.
F-15E Strike Eagle ଉପରେ ଇରାନ ଆକ୍ରମଣ ଦାବି, US ଅସ୍ୱୀକାର
() ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ! ଆମେରିକାର ପ୍ରହାର ପରେ ଇରାନର ପ୍ରଚଣ୍ଡ ପ୍ରତିଶୋଧ ! ଆକାଶରୁ ବିମାନ ଖସାଇ ନେଲା ଜାହାଜ ବୁଡିର ବଦଲା ! ଇରାନ ମିସାଇଲ ମାଡ଼ରେ ଆମେରିକାର F 15E ଷ୍ଟ୍ରାଇକ ଇଗଲ୍ ଯୁଦ୍ଧ ବିମାନ ଧ୍ବଂସ ! ଶ୍ରୀଲଙ୍କା ନିକଟ ଭାରତ ମହାସାଗରରେ ଆଇରିସ ଡେନା ଜାହାଜର ସଲିଳ ସମାଧି ପରେ ଏହା ସବୁଠୁ ବଡ଼ ପ୍ରହାର ବୋଲି ଦାବି କରିଛି ରକ୍ତମୁଖା ଇରାନ । ମାତ୍ର କେତେ ସତ ଇରାନର ଏ ଦାବି ? ସତରେ କ’ଣ ଇରାନ ବିଧ୍ବଂସକର ଶିକାର ହୋଇଛି ଆମେରିକାର ଶକ୍ତିଶାଳୀ ଫାଇଟର ଜେଟ୍ ? କ’ଣ ହେବ ଆମେରିକାର ପରବର୍ତ୍ତି ପଦକ୍ଷେପ ?
() ତେହେରାନର ପରମାଣୁ କାର୍ଯ୍ୟକ୍ରମକୁ କେନ୍ଦ୍ର କରି ମଧ୍ୟପ୍ରାଚ୍ୟରେ ଚାଲିଥିବା ସାମରିକ ସଂଘର୍ଷ ଏବେ ଭାରତ ମହାସାଗରରେ ପହଞ୍ଚିଛି । ଯୁଦ୍ଧର ପଞ୍ଚମ ଦିନରେ ଆମେରିକା ବୁଡ଼ାଜାହାଜ ଟର୍ପିଡୋ ମାଡ଼ କରି ଇରାନର ଏକ ଶକ୍ତିଶାଳୀ ଜାହାଜ ଆୟରିସ ଡେନାକୁ ସୁଦୂର ଶ୍ରୀଲଙ୍କା ନିକଟସ୍ଥ ସମୁଦ୍ରରେ ବୁଡ଼ାଇ ଦେଇଥିଲା । ସୋସିଆଲ ସାଇଟରେ ଭାଇରାଲ ହୋଇଥିଲା ଆଇରିସ ଡେନା ହୁତୁହୁତ ହୋଇ ଜଳୁଥିବାର ଦୃଶ୍ୟ । ବାସ୍ତବରେ ଭାରତୀୟ ନୌସେନା ଦ୍ୱାରା ବିଶାଖାପାଟଣାରେ ଆୟୋଜିତ ମିଲାନ ଅନ୍ତର୍ଜାତୀୟ ଫ୍ଲିଟ୍ ସମୀକ୍ଷାରେ ଅଂଶଗ୍ରହଣ କରି ଫେରୁଥିଲା ଇରାନୀ ଯୁଦ୍ଧଜାହାଜ ଆଇରିସ ଡେନା । ଅବଶ୍ୟ ଶ୍ରୀଲଙ୍କା ନୌସେନା ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ମାତ୍ର ଏଥିରେ ୮୭ ଜଣଙ୍କ ମୃତ୍ୟ ଘଟିଥିଲା ।
() ଆୟରିସ ଡେନା ବୁଡ଼ିବାର କେଇ ଘଣ୍ଟା ପରେ ମଧ୍ୟପ୍ରାଚ୍ୟର ଆକାଶରୁ ଖସିପଡିଥିଲା ଆମେରିକାର F-15E ଷ୍ଟ୍ରାଇକ୍ ଇଗଲ୍ ଫାଇଟର ଜେଟ୍ । ବୁଧବାର ସକାଳେ ଇରାନର ଏୟାର ଷ୍ଟ୍ରାଇକ ପରେ F-15E ଦୁର୍ଘଟଣାଗ୍ରସ୍ତ ହୋଇଥିବା OSINT ଡିଫେଣ୍ଡର୍ X ରେ ପୋଷ୍ଟ କରିଥିଲା । ଦୁର୍ଘଟଣା ପରେ ଆମେରିକା ଏବଂ ଇସ୍ରାଏଲୀ ଯୁଦ୍ଧ ସନ୍ଧାନ ଏବଂ ଉଦ୍ଧାରକାରୀ ଦଳ ଇରାନ ସୀମାରେ ପ୍ରବେଶ କରି ପାଇଲଟ୍ ଏବଂ ସେନାଧିକାରୀମାନଙ୍କୁ ବାହାର କରିଥିଲେ ବୋଲି ରିପୋର୍ଟରେ କୁହାଯାଇଥିଲା । ମାତ୍ର ଏହି ରିପୋର୍ଟକୁ ନେଇ OSINT ଡିଫେଣ୍ଡର୍ ଏବେ ୟୁଟର୍ଣ୍ଣ ମାରିଛି । ଏହି ରିପୋର୍ଟକୁ ଡିଲିଟ କରିବାକୁ ନିଷ୍ପତ୍ତି ନେଇଥିବା ସଂସ୍ଥା କହିଛି । ଏହି ନିଷ୍ପତ୍ତି ପଛରେ ରହିଛି ଆମେରିକା । ଆମେରିକା କେନ୍ଦ୍ରୀୟ କମାଣ୍ଡ (CENTCOM) F-15E ଷ୍ଟ୍ରାଇକ୍ ଇଗଲ୍ ଉପରେ ଇରାନର ହମଲାକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିଛି ।
() F-15E ଇଗଲ୍ ହେଉଛି ଏକ ଯୁଗ୍ମ-ଇଞ୍ଜିନ୍ ଫାଇଟର ଜେଟ୍ । ଯାହାକି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଶତ୍ରୁ ବିମାନକୁ ମୁକ୍ତ ଭାବରେ କାର୍ଯ୍ୟ କରିବାରୁ ରୋକିବାରେ ଏକଦମ ଧୁରନ୍ଧର । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଜେଟ୍କୁ ଶତ୍ରୁ ନିଜ ଟାର୍ଗେଟ କରିବା ଏତେ ସହଜ ନୁହେଁ । ତଥାପି ଏହା ପୂର୍ବରୁ, କୁଏତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା କୁଏତ ନିକଟ ଇରାକୀ ଆକାଶ ସୀମା ଉପରେ ତିନୋଟି ଆମେରିକୀୟ F-15E ଷ୍ଟ୍ରାଇକ୍ ଇଗଲ୍ (ଗୁଡ଼ିକୁ) ଗୁଳି କରି ଖସାଇ ଦିଆଯାଇଥିଲା। () ପ୍ରତିଶୋଧ ନେବ ଆମେରିକା । ଦେବ ଆହୁରି ପ୍ରଚଣ୍ଡ ଜବାବ । ଆମେରିକାର ଆକ୍ରମଣ ଆଶଙ୍କାରେ ଆରବ ସାଗରରେ ଥରହର ହେଲାଣି ଇରାନର ଆଉ ଏକ ଜାହାଜ । ଏହି ଇରାନୀ ନୌସେନା ଜାହାଜଟି ଶ୍ରୀଲଙ୍କାର ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ଅଟକି ରହିଛି । ଆମେରିକାର ଆକ୍ରମଣରୁ ସୁରକ୍ଷା ଲାଗି ଆନୁଷ୍ଠାନିକ ଭାବରେ ଏହା ଶ୍ରୀଲଙ୍କା ଠାରୁ ଜରୁରୀ ବନ୍ଦର ସହାୟତା ପାଇଁ ଅନୁରୋଧ କରିଛି । ତଥାପି ଏହାକୁ ଏପର୍ଯ୍ୟନ୍ତ ସରକାରଙ୍କ ଅନୁମତି ଦିଆଯାଇ ନ ଥିବା ଶ୍ରୀଲଙ୍କା ସାଂସଦ ନମାଲ ରାଜପକ୍ଷେ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ରେ ପୋଷ୍ଟ କରିଛନ୍ତି । ଶ୍ରୀଲଙ୍କା ଏହି ଜାହାଜକୁ ଶରଣ ଦେବା ଉଚିତ କି ନୁହେଁ କମେଣ୍ଟ ବକ୍ସରେ ଲେଖନ୍ତୁ । ଭିଡିଓଟିକୁ ଲାଇକ ସେୟାର କରନ୍ତୁ ।