Tehran ଉପରେ Blue Sparrow missile ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା Ali Khamenei ମୃତ୍ୟୁ ଦାବି
ମଧ୍ୟପ୍ରାଚ୍ୟରେ ଭୟଙ୍କର ଆକ୍ରମଣ!
୩୦ ଟି ମିସାଇଲ୍ରେ କମ୍ପିଲା ତେହରାନ !
ଇସ୍ରାଏଲର ସବୁଠୁ ଗୁପ୍ତ ମିସାଇଲ୍ ‘Blue Sparrow’
ମଧ୍ୟପ୍ରାଚ୍ୟରେ ଯୁଦ୍ଧକୁ ନେଇ ବଡ ଖୁଲାସା। ନଭେମ୍ବରରେ ପ୍ଲାନ, ଫେବୃଆରୀରେ ଏକଜିକ୍ୟୁସନ । ଖୋଲିଲା ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲ୍ଲି ଖାମେନିଙ୍କ ହତ୍ୟା ପଛର ବଡ଼ ରହସ୍ୟ । ଖାମେନିଙ୍କୁ ମାରିବାକୁ ୨୦୨୫ ନଭେମ୍ବରରୁ ହୋଇଥିଲା ଷଡ଼ଯନ୍ତ୍ର । ଆକାଶରୁ ନୁହେଁ, ଅନ୍ତରୀକ୍ଷରୁ ମିସାଇଲ ଖସାଇ ଇସ୍ରାଏଲ ସେନା କରିଛି ଖେମାନିଙ୍କ ଅନ୍ତ । ଆଉ ଏ ପୂରା ଷଡ଼ଯନ୍ତ୍ରକୁ ଇସ୍ରାଏଲ ଓ ଆମେରିକା ଏଭଳି ଢଙ୍ଗରେ କାର୍ଯ୍ୟକାରୀ କରିଛନ୍ତି ଯାହା ସମ୍ବନ୍ଧରେ ବିଶ୍ବରେ କାହାରିକୁ ଖବର ହୋଇ ନ ଥିଲା । ତେବେ ପ୍ରଶ୍ନ ହେଉଛିଯେ, କେମିତି ତିଆରି ହେଲା ଏହି ଗୁପ୍ତ ଅପରେସନ? କାହିଁକି ହଠାତ୍ ତ୍ୱରାନ୍ୱିତ ହେଲା ଏହି ମାରଣାନ୍ତକ ଯୋଜନା ଏବଂ କିଭଳି ଖାମେନିଙ୍କ ସାମ୍ରାଜ୍ୟ ଧ୍ବଂସ କଲା ଇସ୍ରାଏଲ ସେନା?
ଗୁପ୍ତ ମିଲିଟାରି ପ୍ଲାନ: ନଭେମ୍ବରରୁ ଆରମ୍ଭ:
ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ 2025 ନଭେମ୍ବରରେ ଅତ୍ୟନ୍ତ ଗୁପ୍ତ ବୈଠକ କରିଥିଲେ । ଏହି ବୈଠକରେ ଥିଲେ ହାତଗଣତି କିଛି ପ୍ରମୁଖ ସୁରକ୍ଷା ଅଧିକାରୀ। ନେତାନ୍ୟାହୁଙ୍କ ସ୍ପଷ୍ଟ ଲକ୍ଷ୍ୟ ଥିଲା ଯେ ଇରାନର ସର୍ବୋଚ୍ଚ ନେତା ଖାମେନିଙ୍କୁ କିଭଳି ନିଷ୍ପତ୍ତିମୂଳକ ଭାବେ ବାଟରୁ ହଟାଯିବ। ଏ ନେଇ ଏକ ଅପରେସନ ପ୍ଲାନ କରାଯାଇଥିଲା । ଏହି ଅପରେସନକୁ 2026 ମଧ୍ୟଭାଗରେ କରାଯିବ ବୋଲି ପ୍ରଥମେ ସ୍ଥିର ହୋଇଥିଲା । କିନ୍ତୁ ପରିସ୍ଥିତି ହଠାତ୍ ବଦଳିଗଲା। ମାତ୍ର କାହିଁକି ଏବଂ ଇସ୍ରାଏଲ କେମିତି ଖାମେନିଙ୍କୁ ଟାର୍ଗେଟ କଲା ତାହା ଜାଣିବାକୁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ।
ଇରାନରେ ବିକ୍ଷୋଭ ପରେ ବଦଳିଗଲା ପ୍ଲାନ:
ଇସ୍ରାଏଲର ‘କିଲ୍ ଖାମେନି’ ଅପରେସନ ବିଳମ୍ବ ପଛର କାରଣ ଥିଲା ଇରାନରେ ସୃଷ୍ଟ ବିକ୍ଷୋଭ । ୨୦୨୫ ଡିସେମ୍ବର ଶେଷ ଓ ୨୦୨୬ ଜାନୁଆରୀ ଆରମ୍ଭରେ ଇରାନର ରାଜଧାନୀ ତେହରାନ ସହ ଅନେକ ସହରରେ ବଡ଼ଧରଣର ବିକ୍ଷୋଭ ହୋଇଥିଲା । ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇ ସରକାର ବିରୋଧୀ ନାରା ଦେଇଥିଲେ । ପୋଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ କାରଣରୁ ବିକ୍ଷୋଭ ଉଗ୍ର ରୂପ ନେଇଥିଲା । ଇରାନରେ ଏଭଳି ଅସ୍ଥିର ପରିସ୍ଥିତିକୁ ଦେଖି ଇସ୍ରାଏଲ ଓ ଆମେରିକା ଭାବିଥିଲେ ଯେ, ଖାମେନୀଙ୍କୁ ଟାର୍ଗେଟ କରିବା ନେଇ ଏହା ସବୁଠାରୁ ବଡ ସୁଯୋଗ।
US–Israel ମଧ୍ୟରେ ଗୁପ୍ତ ଆଲୋଚନା?
ଖାମେନିଙ୍କୁ ହତ୍ୟା କରିବା ଏତେ ସହଜ ନୁହେଁ ବୋଲି ଉଭୟ ଇସ୍ରାଏଲ ଓ ଆମେରିକା ବେଶ୍ ଜାଣିସାରିଥିଲେ । କିନ୍ତୁ ଏଠାରେ ପ୍ଲସ ପଏଣ୍ଟ ଥିଲା ଇସ୍ରାଏଲ ଦ୍ବାରା ବର୍ଷ ବର୍ଷରୁ ସଂଗୃହିତ ଗୁଇନ୍ଦା ତଥ୍ୟ । ଏହି ତଥ୍ୟ ଆଧାରରେ ଇସ୍ରାଏଲ ସେନା ଖାମେନିଙ୍କ ଅଭେଦ୍ୟ ଦୁର୍ଗକୁ ଠାବ କରିସାରିଥିଲା । ଇରାନ ବିକ୍ଷୋଭର ନିଆଁରେ ଜଳୁଥିବା ବେଳେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁପ୍ତ ଆଲୋଚନା କରିଥିଲେ । ପରେ ଆରମ୍ଭ ହୋଇଥିଲା ସଂଯୁକ୍ତ ମିଲିଟାରି ଯୋଜନା। ଫେବୃଆରୀ 28 ତାରିଖରେ ଆମେରିକା ଓ ଇସ୍ରାଏଲ ମିଶି ଇରାନର ରାଜଧାନୀ ତେହରାନ ଉପରେ ଭୟଙ୍କର ଆକ୍ରମଣ କରିଥିଲେ । ଏଥିରେ ଖାମେନି ପ୍ରାଣ ହରାଇଥିଲେ ।
‘Blue Sparrow’ ମିସାଇଲ କଣ?
ଖାମେନିଙ୍କ ହତ୍ୟା ଇତିହାସରେ ସବୁଠୁ ବଡ଼ ସାମରିକ ଅପରେସନ ମଧ୍ୟରେ ଲିପିବଦ୍ଧ ରହିବ । ଖାମେନିଙ୍କ ଅଭେଦ୍ୟ ଦୁର୍ଗ ଭେଦ କରିବାକୁ ଇସ୍ରାଏଲ ବ୍ୟବହାର କରିଥିଲା ଏକ ଗୁପ୍ତ ଅସ୍ତ୍ର!, ଯାହାର ନାମ ’ବ୍ଲୁ ସ୍ପାରୋ ମିସାଇଲ’ । ଏହାକୁ ସ୍ପେଶ୍ ମିସାଇଲ ମଧ୍ୟ କୁହାଯାଏ । ଏହା ଇସ୍ରାଏଲ ଦ୍ବାରା ନିର୍ମିତ ଏମିତି ଏକ ଅତ୍ୟାଧୁନିକ ବାଲିଷ୍ଟିକ ମିସାଇଲ୍, ଯାହା ହମଲା ସମୟରେ ପୃଥିବୀର ବାୟୁମଣ୍ଡଳ ବାହାକୁ ଯାଇ ପୁନଃ ବଜ୍ର ଗତିରେ ତଳକୁ ଆସି ଲକ୍ଷ୍ୟକୁ ଧ୍ୱଂସ କରେ। ଯୁଦ୍ଧ ବିମାନରୁ ଆକାଶକୁ ଛାଡ଼ାଯାଉଥିବା ଏହି ମିସାଇଲର ରେଞ୍ଜ ପ୍ରାୟ 2000 କିଲୋମିଟର ପର୍ଯ୍ୟନ୍ତ ହୋଇପାରେ। ଏହି କାରଣରୁ ଏହାକୁ କେବେ କେବେ “ମିସାଇଲ୍ ଫ୍ରମ୍ ସ୍ପେସ୍” ବୋଲି କୁହାଯାଏ।
କେମିତି ହେଲା ଆକ୍ରମଣ?
ଗୁଇନ୍ଦା ସୂତ୍ରରୁ ଇସ୍ରାଏଲ ଖବର ପାଇଥିଲା ଯେ ଆୟତୁଲ୍ଲା ଅଲ୍ଲୀ ଖାମେନି ଫେବୃଆରୀ ୨୮ ତାରିଖ ସକାଳେ ନିଜ ବାସଭବନରେ ଦେଶର ପ୍ରମୁଖ ଅଧୀକାରୀ ଓ କମାଣ୍ଡରମାନଙ୍କ ସହିତ ଗୁପ୍ତ ବୈଠକ କରିବେ । କିନ୍ତୁ ଏହି ବୈଠକ ପୂର୍ବରୁ ଖାମେନି ଚିରାଚରିତ ଭାବେ ନିଜ ବାସଭବନ ପଛପଟେ ଥିବା ବଙ୍କରରେ ରାତି ବିତାଇଥିଲେ । ରାତି ତମାମ ବଙ୍କର ଉପରେ ହମଲା କରିବା ପରିବର୍ତ୍ତେ ଇସ୍ରାଏଲ ସେନା, ଖାମେନିଙ୍କ ସହ ସମସ୍ତ ଅଧିକାରୀ ଓ କମାଣ୍ଡରମାନେ ଏକଜୁଟ ହେବାକୁ ଅପେକ୍ଷା କରିଥିଲା । ହମଲା ସମ୍ବନ୍ଧୀୟ ସତର୍କ ସୂଚନା ଯେଭଳି ଖାମେନୀଙ୍କ ବାସଭବନ କମ୍ପାଉଣ୍ଡରେ ନ ପହଞ୍ଚେ ସେଥିନେଇ ଇସ୍ରାଏଲ ସାଇବର ୟୁନିଟ ମୋବାଇଲ ଫୋନ ନେଟଓ୍ବର୍କକୁ ପ୍ରଥମେ ବିଚ୍ଛିନ୍ନ କରିଥିଲା ।
ଇରାନର ଘଣ୍ଟାରେ ଫେବୃଆରୀ ୨୮ ତାରିଖ ସକାଳ ୭ଟା ୩୦ ବାଜିବା ମାତ୍ରେ, F-15 ଇଗଲ ଜେଟ୍ସ ସମେତ ଇସ୍ରାଏଲର ଅନେକ ଫାଇଟର ଏୟାରକ୍ରାଫ୍ଟ ଇସ୍ରାଏଲରୁ ଉଡାଣ ଭରିଥିଲେ । ମାତ୍ର ୨ ଘଣ୍ଟା ଭିତରେ ଫାଇଟର ଜେଟ୍ଗୁଡିକ ମିସାଇଲ ମାଡ଼ କରିବାକୁ ପ୍ରସ୍ତୁତ ହୋଇଯାଇଥିଲା । ସକାଳ ୯ଟା ୪୦ରେ ତେହରାନର ମଧ୍ୟ ଭାଗରେ ପ୍ରଥମ ମିସାଇଲ ମାଡ ହୋଇଥିଲା । ଖାମେନିଙ୍କ କମ୍ପାଉଣ୍ଡ ଓ ଆଖପାଖ ଅଟ୍ଟାଳିକାକୁ ଲକ୍ଷ୍ୟ କରି ୩୦ଟି ମିସାଇଲ ମାଡ଼ କରାଯାଇଥିଲା । ଏଥିରେ ଥିଲା ଏକାଧିକ ବ୍ଲୁ ସ୍ପାରୋ ମିସାଇଲ । ଆଉ ଏହି ମିସାଇଲ ମାଡ଼ରୁ ବର୍ତ୍ତିବା ସମ୍ଭବ ନଥିଲା । ଦେଖନ୍ତୁ କେମିତି ହୋଇଥିଲା ହମଲା
ଇସ୍ରାଏଲ ଫାଇଟର ଜେଟ୍ଗୁଡିକ ଆକାଶରେ ବ୍ଲୁ ସ୍ପାରୋ ମିସାଇଲ ଲଞ୍ଚ କରିଥିଲେ । ବୁଷ୍ଟର ରକେଟରେ ଖଞ୍ଜାଯାଇଥିବା ଏହି ମିସାଇଲ ଲଞ୍ଚ ହେବା ପରେ ପୃଥିବୀର ବାୟୁମଣ୍ଡଳ ବାହାରକୁ ଚାଲିଯାଇଥିଲା । ଯେଉଠି ଶତ୍ରୁ ଚାହିଁଲେ ମଧ୍ୟ ଏହି ମିସାଇଲକୁ ଇଣ୍ଟରସେପ୍ଟ କରିବା ସହଜ ନ ଥିଲା । ବାୟୁମଣ୍ଡଳ ବାହାରେ ମିସାଇଲଟି ବୁଷ୍ଟର ରକେଟରୁ ପୃଥକ ହୋଇ ଏହାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ପରେ କ୍ଷୀପ୍ର ଗତିରେ ଭୂପୃଷ୍ଠକୁ ଖସି ଲକ୍ଷ୍ୟସ୍ଥଳରେ ବିଧ୍ବଂସ ରଚିଥିଲା । ଏହି ହମଲା ପରେ ଖାମେନି ଆଉ ପରବର୍ତ୍ତି ସୂର୍ଯ୍ୟୋଦୟ ଦେଖି ନ ଥିଲେ । ଇସ୍ରାଏଲ ହମଲାରେ ଖାମେନିଙ୍କ ମୃତ୍ୟୁ ଘଟିଥିବା ପରଦିନ ଇରାନ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା ।
ଯୁଦ୍ଧ ପ୍ରଯୁକ୍ତିର ନୂଆ ଅଧ୍ୟାୟ?
ଏହି ଆକ୍ରମଣ ଏକ ନୂଆ ପ୍ରକାରର ଯୁଦ୍ଧ ପ୍ରଯୁକ୍ତିକୁ ମଧ୍ୟ ଦେଖାଇଦେଇଛି — ଯେଉଁଠାରେ ମିସାଇଲ୍ ପ୍ରାୟ ସ୍ପେସ୍ ପର୍ଯ୍ୟନ୍ତ ଯାଇ ଲକ୍ଷ୍ୟକୁ ଧ୍ୱଂସ କରିପାରେ । ଭବିଷ୍ୟତ ଯୁଦ୍ଧକୁ ଆହୁରି ଭୟଙ୍କର ରୂପ ଦେବ ବୋଲି ଆଶଙ୍କା କରାଯାଉଛି ।