Satellite view of Iran’s underground Missile Cities during the Iran War.
ଇରାନ୍ ଯୁଦ୍ଧରେ ଭାରତର ଏଣ୍ଟ୍ରି !
ମାଟି ତଳେ ଲୁଚିଥିବା ‘Missile Cities’ ଉପରେ ବଡ଼ ହମଲା
Underground Missile Cities ଧ୍ୱଂସ ପାଇଁ ନୂଆ Military Strategy
Iran Missile Cities କ’ଣ? କାହିଁକି ଏବେ ଟାର୍ଗେଟ କରୁଛନ୍ତି ଆମେରିକା ଓ ଇସ୍ରାଏଲ
Doorman Strike କ’ଣ?
ମଧ୍ୟ ପ୍ରାଚ୍ୟର ଯୁଦ୍ଧରେ ନୂଆ ରହସ୍ୟ! ଇରାନ ଯୁଦ୍ଧରେ ଭାରତର ଏଣ୍ଟ୍ରି ! ପ୍ରତ୍ୟେକ୍ଷ ନ ହେଲେ ବି ପରୋକ୍ଷରେ ଭାରତ ଯୋଡି ହୋଇଯାଇଛି ଏହି ଯୁଦ୍ଧ ସହ । ହଁ ଆଜ୍ଞା, ଇସ୍ରାଏଲ ଓ ଆମେରିକାକୁ ବାଟ ଦେଖାଉଛି ଭାରତର Operation Sindoor ! ଅପରେଶନ ସିନ୍ଦୂରରୁ ଶିକ୍ଷା ନେଇ ଇରାନର ଭୂତଳ ଗୁପ୍ତ ‘Missile Cities’କୁ ଟାର୍ଗେଟ କରୁଛନ୍ତି ଆମେରିକା ଓ ଇସ୍ରାଏଲ୍।
କୁହାଯାଉଛି ଯେ ଅପରେଶନ ସିନ୍ଦୁର ସମୟର ‘Doorman Strike’ ନାମକ ଏହି ନୂଆ ଟ୍ୟାକ୍ଟିକ୍ ବ୍ୟବହାର କରି ଇରାନର ଅଣ୍ଡରଗ୍ରାଉଣ୍ଡ ବଙ୍କର ଗୁଡିକୁ ଧ୍ବଂସ କରାଯାଉଛି। ଆସନ୍ତୁ ଜାଣିବା ପୁରା ଘଟଣା।
🌍 Iran Missile Cities
ରିପୋର୍ଟ ଅନୁସାରେ,: Iran War Update: ଇରାନର ‘Missile Cities’କୁ ଟାର୍ଗେଟ! Operation Sindoor ଷ୍ଟାଇଲରେ Doorman Strike https://www.aajtak.in/defence-news/story/operation-sindoor-kirana-hills-us-israel-iran-underground-missile-city-doorman-strike-dskc-2488820-2026-03-07: Iran War Update: ଇରାନର ‘Missile Cities’କୁ ଟାର୍ଗେଟ! Operation Sindoor ଷ୍ଟାଇଲରେ Doorman Strikeଇରାନ ନିଜର ମାଟି ତଳେ ନିର୍ମାଣ କରିଛି “Missile Cities।” ଯେଉଁଠାରେ ବଡ଼ ବଡ଼ ටନେଲ୍ ନିର୍ମାଣ କରି ଦଶନ୍ଧି ଦଶନ୍ଧି ଧରି ଲୁଚାଇ ରଖାଯାଇଛି ହଜାର ହଜାର ମିସାଇଲ୍। ଏହି ମିସାଇଲ୍ ବେସ୍ଗୁଡିକରୁ ହିଁ ଇରାନ ବାଲିଷ୍ଟିକ ମିସାଇଲ୍, କ୍ରୁଜ୍ ମିସାଇଲ୍ ଏବଂ ଡ୍ରୋନ୍ ହମଲା ଲଞ୍ଚ କରିଥାଏ। ଇସ୍ରାଏଲ୍ ଏବଂ ଆମେରିକା ବିରୋଧରେ ମଧ୍ୟ ଏହି ମିସାଇଲ୍ ବେସ୍ରୁ ହମଲା କରୁଥିଲା ଇରାନ। ମାତ୍ର ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଡୋରମ୍ୟାନ୍ ଆଟ୍ୟାକ୍ କରି ଇରାନର ଏହି “ମିସାଇଲ୍ ସିଟି”ର ପ୍ରବେଶ ପଥକୁ ଧ୍ବଂସ କରୁଛନ୍ତି। ଏହି ଡୋରମ୍ୟାନ୍ ଷ୍ଟ୍ରାଇକ୍ରେ ଅଦ୍ୟାବଧି ଇରାନର ଅନେକ ମିସାଇଲ୍ ଲଞ୍ଚର ଏବଂ ସଂରକ୍ଷଣ ବ୍ୟବସ୍ଥା ବିପୁଳ ଭାବେ କ୍ଷତିଗ୍ରସ୍ତ ହୋଇଥିବା ସାଟେଲାଇଟ୍ ଚିତ୍ରରୁ ଜଣାପଡିଛି।
⚔️ ‘Doorman Strike’ କଣ?
Doorman Strike ଏକ ନୂତନ ସାମରିକ ରଣକୌଶଳ । ଏହାର ଉଦ୍ଦେଶ୍ୟ ହେଲା,
• ବଙ୍କରଗୁଡିକର ପ୍ରବେଶପଥକୁ ଧ୍ବଂସ କରିବା
• ମିସାଇଲ ଲଞ୍ଚର ବଙ୍କରରୁ ବାହାରିବା ଆଗରୁ ନଷ୍ଟ କରିବା
• ଟନେଲ ଭିତରେ ଥିବା ମିସାଇଲକୁ ତାହାରି ଭିତରେ ହିଁ ସୀମିତ କରିଦେବା
ଏହି ଷ୍ଟ୍ରାଟେଜୀ କାରଣରୁ ଭୂତଳ ମିସାଇଲ ସିଷ୍ଟମ ବ୍ୟବହାର କରିବା ଇରାନ ପାଇଁ ଏବେ କଷ୍ଟକର ହେଉଛି।
Operation sindoor_ Doorman Strike’
ରିପୋର୍ଟ ଅନୁସାରେ ୨୦୨୫ ମେ’ରେ ପାକିସ୍ତାନ ବିରୋଧରେ Operation Sindoor ବେଳେ ଭାରତ ବ୍ୟବହାର କରିଥିଲା ଏହି ଡୋରମ୍ୟାନ ଷ୍ଟ୍ରାଇକ ରଣକୌଶଳ । ପାକିସ୍ତାନର ପରମାଣୁ ଠିକଣାଗୁଡିକୁ ସମ୍ପୂର୍ଣ୍ଣ ଧ୍ବଂସ କରିବା ପରିବର୍ତ୍ତେ କିରାନା ହିଲ୍ସର ପ୍ରବେଶପଥକୁ ଭାରତ ବ୍ରହ୍ମୋସ ମିସାଇଲ ଓ ଡ୍ରୋନ ମାଡ଼ କରି ବନ୍ଦ କରିଦେଇଥିଲା । ଫଳରେ ପାକିସ୍ତାନ ପରମାଣୁ ଅସ୍ତ୍ର ମାଟି ତଳରେ ହିଁ ଦବିଯାଇଥିଲା । ଭାରତୀୟ ସେନା ଏଗୁଡିକୁ ସମ୍ପୂର୍ଣ୍ଣ ଧ୍ବଂସ କରିବା ପରିବର୍ତ୍ତେ ପରମାଣୁ ବଙ୍କରଗୁଡିକର ମୁହଁ ବନ୍ଦ କରି ପରମାଣୁ ହମଲାର ବିପଦ ଟାଳିଥିଲେ । ଯଦିଓ ଭାରତୀୟ ସେନା ଔପଚାରିକ ଭାବେ କିରାନା ହିଲ୍ସ ହମଲାକୁ ଅସ୍ବୀକାର କରିଥିଲେ । କିନ୍ତୁ ସାଟେଲାଇଟ ଚିତ୍ର ରୁ କିଛି ବିଶେଷଜ୍ଞ ଦାବି କରିଛନ୍ତି ଯେ କିରାନା ହିଲ୍ସ ଉପରେ ହମଲାର ବ୍ୟାପକ ପ୍ରଭାବ ପଡିଛି । ତେବେ ଅପରେଶନ ସିନ୍ଦୂରରୁ ଏହା ପ୍ରମାଣ ହୋଇଥିଲା ଯେ, କୌଣସି ପ୍ରକାରର ବଡ଼ଧରଣର ହମଲା ଏବଂ ରେଡିଏସନ ବିନା ପରମାଣୁ ହମଲାକୁ ଟାଳି ହେବ । ଇରାନ ଓ୍ବାର ଜୋନରେ ଆମେରିକା ଓ ଇସ୍ରାଏଲ ଏହି ଷ୍ଟ୍ରାଟେଜୀକୁ ପ୍ରମୁଖ ଭାବେ ଆପଣାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ:
ମଧ୍ୟ ପ୍ରାଚ୍ୟରେ ଡବଲ୍ ବିପଦ! ଯୁଦ୍ଧ ମଧ୍ୟରେ ଥରିଲା ଇରାନ, ବନ୍ଦର ଆବାସରେ 4.1 ତୀବ୍ରତାର ଭୂକମ୍ପ
⚠️ ମିସାଇଲ ଆକ୍ଟିଭ ପୂର୍ବରୁ ତାହାକୁ ଧ୍ବଂସ
ଇରାନର ମିସାଇଲ ଆକ୍ଟିଭ ହେବା ପୂର୍ବରୁ ତାହାକୁ ଧ୍ବଂସ କରିଦିଆଯାଉଛି । ଏନେଇ ଅପରେଶନ ସିନ୍ଦୂର ସମୟରେ ଡୋରମ୍ୟାନ ଷ୍ଟ୍ରାଟେଜୀ ଆପଣାଇଛନ୍ତି ଆମେରିକା ଓ ଇସ୍ରାଏଲ । ଆମେରିକାର B-2 ଓ B-52 ବମ୍ବର ଜେଟ୍ ଶକ୍ତିଶାଳୀ ବୋମା ମାଡ଼ା କରି ଇରାନର ପରମାଣୁ ବଙ୍କରଗୁଡିକର ପ୍ରବେଶପଥ ବନ୍ଦ କରିଦେଉଛନ୍ତି । ଇରାନ ନିଜର ବଙ୍କରରୁ ମିସାଇଲ ବାହାର କରିବା ମାତ୍ରା ସେଗୁଡିକୁ ଧ୍ବଂସ କରାଯାଉଛି । ଏହି ଅପରେସନର ଲକ୍ଷ୍ୟ ହେଉଛି ଇରାନର ମିସାଇଲ ପାଓ୍ବାରକୁ କମ୍ କରିବା। ସାଟେଲାଇଟ ଚିତ୍ରରୁ ଇରାନୀୟ ମିସାଇଲର ଅର୍ଦ୍ଧଦଗ୍ଧ ଅଂଶବିଶେଷ ଏବଂ ଲଞ୍ଚର ବଙ୍କର ବାହାରେ ବିଛାଇ ହୋଇପଡିଥିବା ସାଟେଲାଇଟ ଚିତ୍ରରୁ ଜଣାପଡିଛି । ଯାହାର ପ୍ରଭାବ ସ୍ବରୂପ ଇରାନର ମିସାଇଲ ହମଲାରେ ୮୦ରୁ ୯୦ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି ।
🎯 ଯୁଦ୍ଧ ରଣନୀତିରେ ଦ୍ରୁତ ପରିବର୍ତ୍ତନ
ଯୁଦ୍ଧ ରଣନୀତିରେ ଆସିଛି ଦ୍ରୁତ ପରିବର୍ତ୍ତନ । ଡୋରମ୍ୟାନ ଷ୍ଟ୍ରାଟେଜୀ ଭୂତଳ ମିସାଇଲ ଟନେଲ ପାଇଁ ଆହ୍ବାନ ପାଲଟିଛି । ହଜାରହଜାର କୋଟି ଟଙ୍କା ପରମାଣୁ ବଙ୍କର ପାଇଁ ଖର୍ଚ୍ଚ କରୁଥିବା ଇରାନ, ଉତ୍ତର କୋରିଆ ଏବଂ ଚୀନ ଭଳି ଦେଶ ଏବେ ଚିନ୍ତାରେ ପଡିଛନ୍ତି । କାରଣ ପୂର୍ବରୁ ସୁରକ୍ଷିତ ଲାଗୁଥିବା ସୁଡଙ୍ଗ ଏବେ ମୃତ୍ୟୁର ଜାଲ ମନେ ହେଉଛି ।